ଦେଶ ବିଦେଶ

ଋଷ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ବ୍ରିକ୍ସ ସମିଟ୍‌ରେ ହେବେ ସାମିଲ

ନୂଆଦିଲ୍ଲୀ: ଋଷ ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ଋଷ ଗସ୍ତ କରିଛନ୍ତି। କାଜାନରେ ୨୨ରୁ ୨୪ ଯାଏ ୧୬ତମ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଭାରତ, ରୁଷ, ଚୀନ୍ ଓ ଦକ୍ଷିଣ ଆଫ୍ରିକାର ଶୀର୍ଷ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ପ୍ରଧାନମୋନ୍ତ୍ରୀ ମୋଦି ରୁଷରେ ପହଞ୍ଚିବେ, ଆସନ୍ତାକାଲି ଅର୍ଥାତ୍ ୨୩ ଅକ୍ଟୋବରରେ ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସେହିଦିନ ନୂଆଦିଲ୍ଲୀ ଫେରିଆସିବେ। ସକାଳ ପ୍ରାୟ ୭.୪୦ ସମୟରେ ସେ ଭାରତରୁ ବିମାନ ଯୋଗେ ରୁଷ ଗସ୍ତ କରିଛନ୍ତି। ସେ ରାତି ପ୍ରାୟ ୧ଟାରେ ରୁଷରେ ପହଞ୍ଚିବେ।

ରୁଷ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ମୁଁ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ରୁଷର କାଜାନକୁ ଯାଉଛି। ବ୍ରିକ୍ସ ସମ୍ମିଳନୀ ଭାରତ ମହତ୍ବପୂର୍ଣ୍ଣ ଅଟେ । ଏବଂ ମୁଁ ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉଠାଇବି । ସେଠାରେ ଉପସ୍ଥିତ ଥିବା ବଡ ବଡ ନେତାଙ୍କ ସହ ବ୍ୟାପକ ଆଲୋଚନା କରିବି । ମୁଁ ସେଠାରେ ବିଭିନ୍ନ ନେତାଙ୍କୁ ଭେଟିବାକୁ ମଧ୍ୟ ଯୋଜନା କରିଛି।

ବ୍ରିକ୍ସ ସମ୍ମିଳନୀର ମୁଖ୍ୟ କାର୍ଯ୍ୟକ୍ରମ ପରେ କାଜାନରେ ରାଷ୍ଟ୍ରମୁଖ୍ୟଙ୍କୁ ନେଇ ନୈଶ୍ୟ ଭୋଜିରେ ଆୟୋଜନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ନୈଶ୍ୟ ଭୋଜିରେ ଯୋଗଦେବେ। ଏହି ସମ୍ମିଳନୀ ସହ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିପାରନ୍ତି ମୋଦି। କିନ୍ତୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମୋଦିଙ୍କର ଦ୍ୱିପାକ୍ଷିକ ଆଲୋଚନା ହେବ କି ନାହିଁ, ସେନେଇ ଚର୍ଚ୍ଚା ଲାଗି ରହିଛି। ଏନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button