ବିଚାର

ଜଳୁଥିବା ଦୀପର ବତି ସମ୍ପୂର୍ଣ୍ଣ ଜଳିଯିବା ବା ବଳକା ରହି ଯିବା ଦ୍ଵାରା କଣ ସଂକେତ ମିଳିଥାଏ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଦୀପ ପ୍ରଜ୍ବଳନ କରିବାର କଣ ଫାଇଦା ମିଳିଥାଏ ଏବଂ କେଉଁ ପ୍ରକାରର ଆପଣଙ୍କୁ ଦୀପ ପ୍ରଜ୍ବଳନ କରିବା ଉଚିତ। ଆପଣଙ୍କୁ ପ୍ରଥମେ ଧ୍ୟାନ ଦେବାର ଆବଶ୍ୟକତା ରହିଛି କି ପ୍ରତ୍ୟେକଦିନ ଆପଣ ଠାକୁର ଘରେ ଦୀପ ଜଳାନ୍ତୁ। ଘରେ ପ୍ରତ୍ୟେକଦିନ ଦୀପ ଜଳାଇବା ଦ୍ଵାରା ଘରେ ସକାରାତ୍ମକ ବାତାବରଣ ସୃଷ୍ଟି ହୋଇଥାଏ।

ଯେଉଁ ବ୍ୟକ୍ତି ନିଜ ଘରେ ତିଳ ବା ଘିଅର ଦୀପ ପ୍ରଜ୍ବଳନ କରନ୍ତୁ ନାହିଁ, ତାଙ୍କ ଘରେ ସର୍ବଦା ବାଦବିବାଦ ଓ ଅଶାନ୍ତି ଲାଗି ରହିଥାଏ। ଯଦି ଆପଣଙ୍କ ଘରେ ଲଗାତାର ଭାବରେ କଳହ ବିବାଦ ଲାଗି ରହୁଛି, ତାହେଲେ ଆପଣ ତୁରନ୍ତ ଗୋଡ଼ ହାତ ଧୋଇ ଠାକୁର ଘର ବା ଘରର ଅଗଣାରେ ଘିଅର ଦୀପ ପ୍ରଜ୍ବଳନ କରିବା ଉଚିତ। ପ୍ରତ୍ୟେକଦିନ ଘରର ଉତ୍ତର ଦିଗରେ ଦୀପ ପ୍ରଜ୍ବଳନ କରିବା ଆବଶ୍ୟକ। ଯଦି ଆପଣ ପ୍ରତ୍ୟେକଦିନ ଘିଅ ଦୀପ ଜଳାଉଛନ୍ତି, ତାହେଲେ ଆପଣଙ୍କ ଜୀବନରେ ସମସ୍ତ ଦୁଃଖକଷ୍ଟ ଦୂର ହୋଇ ଯିବ।

ଘିଅର ଦୀପ ପ୍ରଜ୍ବଳନ କରିବା ଦ୍ଵାରା ଏଥିରୁ ବାହାରୁଥିବା ସକାରାତ୍ମକ ଉର୍ଜାର ପ୍ରଭାବ ସାରା ପରିବାର ଉପରେ ପଡ଼ିଥାଏ ଏବଂ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରି ଦେଇଥାଏ। ଠାକୁର ଘରେ ସମସ୍ତେ ପୂଜା କରୁଥିବା ସମୟରେ ନିଜର ଅଭିଳାଷା ବ୍ୟକ୍ତ କରିଥାନ୍ତି। ଭଗବାନ ଶ୍ରୀକୃଷ୍ଣଙ୍କର କୃପା ଲାଭ କରିବା ପାଇଁ ଆପଣ ଭଗବାନ ଶ୍ରୀକୃଷ୍ଣ ଓ ଦେବୀ ରାଧାଙ୍କର ଯୁଗଳ ମୂର୍ତ୍ତି ଆଣି ଠାକୁର ଘରେ ରଖନ୍ତୁ।

ଠାକୁର ଘରେ କେବେବି ଖଣ୍ଡିତ ମୂର୍ତ୍ତି ଆଦି ରଖିବା ଉଚିତ ନୁହେଁ। ଏହାସହିତ କୌଣସି ଦେବୀ ଓ ଦେବତାଙ୍କର ରୁଦ୍ର ରୂପ ଥିବା ମୂର୍ତ୍ତି ରଖି ପୂଜାର୍ଚ୍ଚନା କରିବା ଉଚିତ ନୁହେଁ। ଏହା ପରିବାର ଉପରେ ବହୁତ ଅଶୁଭ ସାବ୍ୟସ୍ତ ହୋଇଥାଏ।ଠାକୁର ଘରେ କୌଣସି ଦେବୀ ଓ ଦେବତାଙ୍କର ଗୋଟିଏରୁ ଅଧିକ ଠାକୁରଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ।

Related Articles

Leave a Reply

Your email address will not be published. Required fields are marked *

Back to top button