ଓଡିଶା

Brutal attack: ଭୁବନେଶ୍ୱର ଷ୍ଟେସନରେ ଉନ୍ମତ୍ତକାଣ୍ଡ, ପ୍ଲାଟଫର୍ମରେ ଜଣେ ଯୁବକକୁ ନିସ୍ତୁକ ମାଡ଼

ରାଜଧାନୀର ହାଇ ସିକ୍ୟୁରିଟି ଜୋନରେ ଉନ୍ମତ୍ତକାଣ୍ଡ । ଯୁବକଙ୍କୁ ପିଟିପିଟି ହତ୍ୟା ଉଦ୍ୟମ । ଭୁବନେଶ୍ବର ରେଳ ଷ୍ଟେସନ ଭିତରେ ସଂଘବଦ୍ଧ ଆକ୍ରମଣ ହୋଇଛି । ଏକ ନମ୍ବର ପ୍ଲାଟଫର୍ମରେ ଜଣେ ଯୁବକକୁ ନିସ୍ତୁକ ପିଟୁଛନ୍ତି ଯୁବକ । କିଛି ଯୁବକ ମିଳିମିଶି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି । ତଳେ ପକାଇ ଯିଏ ଯେମିତି ପାରିଲା ନିର୍ଦ୍ଦୟ ଭାବେ ମାଡ଼ ମାରିଚାଲିଛି । ପାଖରେ ଅନ୍ୟ ଯାତ୍ରୀ ଓ ରେଳ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ହେଲେ ସମସ୍ତେ କେବଳ ଦେଖଣାହାରୀ ସାଜିଛନ୍ତି । ଭିଡିଓ ଭାଇରାଲ ପରେ ଜିଆରପିରେ ଅଭିଯୋଗ ହୋଇଛି ।

ଘଟଣାଟି ୧୧ ଅଗଷ୍ଟ ରାତିର ବୋଲି ଜଣା ପଡ଼ିଛି । ଆକ୍ରମଣର ଶିକାର ହେଇଥିବା ଯୁବକ ଜଣଙ୍କ ହେଲେ ବୌଦ୍ଧ ତଳଗାଁର ଭରତ ବେହେରା । ଭରତ ଜଣେ ମାନସିକ ବିକୃତ ଯୁବକ ବୋଲି ପୋଲିସ ଜାଣିବା ପାଇଁ ପାଇଛି । ଘଟଣା ଦିନ ଭରତ ଭୁବନେଶ୍ବର ରେଳୱେ ଷ୍ଟେସନ ଆସିଥିଲେ । ରାତିରେ ଦୋକାନ ବନ୍ଦ ଥିବାରୁ ଦୋକାନରୁ ଖାଇବା ଆଣିଥିଲେ । ହାଇ ସିକ୍ୟୁରିଟି ଜୋନରେ ଏଭଳି ଆକ୍ରମଣ ନେଇ ରେଳ ଷ୍ଟେସନର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଆରପି ଘଟଣାର ତଦନ୍ତ କରୁଛି । ଆହତ ଯୁବକଙ୍କୁ ଜିଆରପି ଥାନାରେ ଦେବା ପରେ ଥାନାରେ ମାମଲାର ରଫଦଫା ହେଇଥିଲା । କିନ୍ତୁ ଏବେ ଭିଡିଓଟି ସାମ୍ନାକୁ ଆସିବା ପରେ ଜିଆରପି ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ଷ୍ଟେସନରେ ଲାଗିଥିବା ସିସିଟିଭି, ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓ, ଦୋକାନୀକୁ ତଦନ୍ତ ପରିସର ଭୁକ୍ତ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button