ରାଶିଫଳ

ନୂଆବର୍ଷ 2023 ରେ ଏହି 5 ଟି ରାଶି ହେବେ ଭାଗ୍ୟଶାଳୀ

ଖୁବ ଅଳ୍ପ ଦିନରେ ପୁରୁଣା ବର୍ଷ ଶେଷ ହୋଇ ନୂତନ ବର୍ଷ ଆରମ୍ଭ ହେବାକୁ ଯାଉଛି । ଏପରିରେ ସମସ୍ତେ ନୂତନ ବର୍ଷ କୁ ନେଇ ନିଜ ନିଜ ମନରେ କେତେ ଖୁସି କୁ ମଧ୍ୟ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ର ପ୍ରାରମ୍ଭ ସମୟରେ ହିଁ ଗ୍ରହ ମାନଙ୍କର ସ୍ଥିତି ଓ ଚଳନ କିଛି ଏପରି ରହୁଅଛି, ଯାହାର ଫଳ ସ୍ୱରୂପ କିଛି ରାଶି ର ବ୍ୟକ୍ତି ମାନଙ୍କ ଜୀବନରେ ରାଜା ସମାନ ସୁଖର ଯୋଗ ରହୁଅଛି ।

ଏପରିକି ଜୀବନରେ ଏହି ବ୍ୟକ୍ତି ମାନଙ୍କୁ ସମସ୍ତ ପ୍ରକାର ସଫଳତା ମଧ୍ୟ ମିଳି ପାରିବ । ସେହି ଭାଗ୍ୟଶାଳୀ ରାଶି ମାନଙ୍କ ମଧ୍ୟରେ ପ୍ରଥମ ଭାଗ୍ୟଶାଳୀ ରାଶି ଟି ହେଉଛି ବୃଷ ରାଶି । ଆପଣ ମାନଙ୍କ ଜୀବନରେ ବହୁ ଦିନରୁ ଲାଗି ରହିଥିବା ସମସ୍ତ ସମସ୍ଯା ଏହି ବର୍ଷ ଖୁବ ଶୀଘ୍ର ଦୂର ହୋଇଯିବ ।

ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଯଦି କିଛି ମତଭେଦ ଦେଖା ଦେଉଥାଏ, ତାହା ମଧ୍ୟ ଏହି ସମୟରେ ଦୂର ହୋଇଯିବ । ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ହୋଇ ରହିବ । ଦ୍ଵିତୀୟ ଭାଗ୍ୟଶାଳୀ ରାଶି ଟି ହେଉଛି ସିଂହ ରାଶି । ଆପଣ ମାନଙ୍କ ଜୀବନରେ ମଧ୍ୟ ନୂତନ ବର୍ଷ ବହୁତ କିଛି ପରିବର୍ତ୍ତନ ନେଇ କରି ଆସୁ ଅଛି ।

କାର୍ଯ୍ୟ କ୍ଷେତ୍ରରେ ସମସ୍ତେ ଆପଣ ଙ୍କର କାମ କୁ ନେଇ ଖୁବ ପ୍ରଶଂସା କରିବେ । ସମାଜ ରେ ଆପଣ ଙ୍କର ମାନ ସମ୍ମାନ ମଧ୍ୟ ଖୁବ ବଢିବାକୁ ଲାଗିବ । ପରବର୍ତ୍ତୀ ଭାଗ୍ୟଶାଳୀ ରାଶି ଟି ହେଉଛି ତୁଳା ରାଶି । ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ଯା ଏହି ବର୍ଷ ଦୂର ହେବାକୁ ଯାଉଛି । ତାହାଛଡା ଆପଣଙ୍କ ମନରେ ଯେଉଁ କଷ୍ଟ ଥିଲା କି କେହି ଆପଣଙ୍କ ମନର କଥା କୁ ବୁଝି ପାରୁ ନାହାନ୍ତି, ଏହି ସମୟରୁ ସମସ୍ତେ ଆପଣ ଙ୍କର ଭାବ କୁ ମଧ୍ୟ ଖୁବ ଭଲ ଭାବରେ ବୁଝିବେ ଓ ଆପଣଙ୍କ ସହ ମଧ୍ୟ ରହିବେ ।

ତୃତୀୟ ରାଶି ଟି ହେଉଛି ଧନୁ ରାଶି । ଆପଣ ମାନଙ୍କ ଜୀବନରେ ମଧ୍ୟ 2023 ରୁ ବହୁତ କିଛି ପରିବର୍ତ୍ତନ ଆସିବାକୁ ଯାଉଛି । ବିଶେଷ କରି ଆପଣ ମାନଙ୍କ ଜୀବନରେ ଲାଗିରହିଥିବା ଶନି ସାଢେ ସାତି ଜାନୁୟାରୀ ମାସ 17 ତାରିଖରୁ ସରିବାକୁ ଯାଉଛି ।

ତେଣୁ ଆପଣ ଯଦି ଭଲ କର୍ମ କରିଥିବା ତେବେ ଏହି ସମୟ ରେ ଆପଣ ମାନଙ୍କୁ ଜୀବନରେ ମଲାମାଲ ହେବାକୁ ମଧ୍ୟ କେହି ରୋକୀ ପାରିବେନି । ପରବର୍ତ୍ତୀ ରାଶି ଟି ହେଉଛି ମକର ରାଶି । ଆପଣଙ୍କ ପାରିବାରିକ ସମୟ ଟି ଖୁବ ଭଲ ରହିବ । ସନ୍ତାନ ପାଇଁ ଇଛା କରୁଥିଲେ ଏହି ସମୟ ରେ ଚେଷ୍ଟା କରିଲେ ଆପଣ ମାନେ ସଫଳତା ପାଇ ପାରନ୍ତି । ସମୟ ଟି ଆପଣ ମାନଙ୍କ ପାଇଁ ଖୁବ ଭଲ ରହିଛି । ମାତ୍ର ଆପଣ ମାନେ ଭଲ କର୍ମ କରିଚାଲନ୍ତୁ ।

ବନ୍ଧୁଗଣ କିଛି ଉପାୟ ରହିଅଛି, ଯାହାକୁ କରିବା ଦ୍ଵାରା ଜୀବନ ଟି ଅତି ସୁନ୍ଦର ହେବା ସହ ଅତ୍ୟନ୍ତ ସୁଖମୟ ମଧ୍ୟ ହୋଇଯିବ । ଯେପରିକି ପ୍ରତ୍ଯେକ ଦିନ ପ୍ରାତଃ ରେ ସ୍ନାନ କରି ସୂର୍ଯ୍ୟ ଭଗବାନ ଙ୍କୁ ଜଳଦାନ କରନ୍ତୁ । ଏହା ସହ ମାତା ପିତା ଙ୍କର ପାଦ ଛୁଇଁ ପ୍ରତିଦିନ ପ୍ରଣାମ କରନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button