କ୍ରାଇମ

ଦଳିତ ଯୁବକଙ୍କୁ ଜୋତା ଚଟାଇଥିବା ମହିଳା ବ୍ୟବସାୟୀଙ୍କ ଭାଇରାଲ ହେଉଛି ଅନେକ ବିବାଦୀୟ ଭିଡିଓ – Utkal Mail


ନୂଆଦିଲ୍ଲୀ: ଗୁଜୁରାଟର ମୋର୍ବି ସହରରୁ ଗତ ନଭେମ୍ବର ୨୩ ତାରିଖରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ଦଳିତ କର୍ମଚାରୀ ନୀଳେଶ ଦଲସାନିଆଙ୍କୁ ମହିଳାବ୍ୟବସାୟୀ ବିଭୂତି ପଟେଲ ଜୋତାଚଟାଇବା ସହିତ କ୍ଷମା ମାଗିବାକୁ ବାଧ୍ୟ କରିଥିଲେ।

ଏହି ଘଟଣାରେ ଉକ୍ତ ଦଲିତ କର୍ମଚାରୀ ଅଭିଯୋଗ କରିବା ପରେ ମହିଳା ବ୍ୟବସାୟୀଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ଦଲିତ କର୍ମଚାରୀଙ୍କ ଅଭିଯୋଗ ପରେ ବିଭୂତି କେଉଁଆଡେ ଫେରାର ହୋଇଯାଇଛନ୍ତି। କିନ୍ତୁ ତାଙ୍କର ଅନେକ ବିବାଦୀୟ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭାଇରାଲ ଭିଡିଓଗୁଡ଼ିକରେ ବିଭୂତିଙ୍କୁ ଲେଡ଼ି ଡନ ଭାବେ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ବିଭୂତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଭାଇରାଲ ଭିଡିଓ ମଧ୍ୟରୁ ଯେଉଁ ଭିଡିଓଟି ଅଧିକ ଭାଇରାଲ ହୋଇଛି ସେଥିରୁ ବିଭୂତି ଓରଫ ରାଣୀବାଙ୍କୁ ଖଣ୍ଡା ଧରି ୬ଟି କେକ କାଟୁଥିବା ଦେଖିବାକୁ ମିଳୁଛି। ଅନ୍ୟ ଏକ ଭିଡିଓରେ ବନ୍ଧୁକ ଧରିଥିବା ବି ତାଙ୍କୁ ଦେଖିବାକୁ ମିଳୁଛି।

ବିଭୂତି ଦାମିକା ପୋଷାକ ପିନ୍ଧନ୍ତି, ଦାମିକା ଗାଡ଼ି ଚଢ଼ନ୍ତି। ଯେଉଁ ପୋଷାକ ଥରେ ପିନ୍ଧନ୍ତି ତାହାକୁ ଆଉ ପୁର୍ନବାର ପିନ୍ଧନ୍ତି ନାହିଁ। ଏମିତି ଜୀବନଶୈଳୀ ବଞ୍ଚୁଥିବା ବିଭୂତି ସାମାନ୍ୟ ୧୨ହଜାର ଟଙ୍କା ପାଇଁ ଦଳିତ କର୍ମଚାରୀଙ୍କ ସହିତ କରିଥିବା କାମକୁ ତୀବ୍ର ନିନ୍ଦା କରାଯାଉଛି।

ଦଳିତ ଯୁବକ ନୀଳେଶ ଦଲସାନିଆ ଅଭିଯୋଗ କରି କହିଛନ୍ତି, ‘ରଣୀବା ଇଣ୍ଡଷ୍ଟ୍ରିଜର ଏକ୍ସ‌ପୋର୍ଟ ବିଭାଗ‌ର ମାର୍କେଟିଂ ବିଭାଗରେ ମୁଁ ସେଲ୍ସ ମ୍ୟାନେଜର ଭାବେ କାମ କରୁଥିଲି।ମୁଁ ଅକ୍ଟୋବର ୨ ତାରିଖରେ ରଣୀବା ଇଣ୍ଡଷ୍ଟ୍ରିରେ ଚାକିରି କରିବା ଆରମ୍ଭ କରିଥିଲି।

ଏହି ସମୟରେ କମ୍ପାନି ମୋତେ ୧୨,୦୦୦ଟଙ୍କା ଦରମା ଦେବାକୁ କହିଥିଲା। କିନ୍ତୁ ଅକ୍ଟୋବର ୧୮ ତାରିଖରେ ମୋତେ ଚାକିରିରୁ ବ‌ାହାର କରି ଦେଇଥିଲା। ଏହାପରେ ମୁଁ ମୋର କାମର ପାରିଶ୍ରମିକ ପାଇବା ପାଇଁ କମ୍ପାନିକୁ ଯାଇଥିଲି। କିନ୍ତୁ ବିଭୂତିଙ୍କ କିଛିଲୋକଙ୍କ ସହ ମିଶି ମୋତେ ନିସ୍ତୁକ ମାଡ଼ ମାରିଥିଲେ। କେବଳ ଏତିକି ନୁହେଁ ମୋ ମୁହଁରେ ‌ଜୋତାମାଡ଼ କରି ମୋତେ ସେମାନଙ୍କ ଚୋତା ଚାଟିବାକୁ କହିବା ସହିତ  କ୍ଷମା ମାଗିବାକୁ କହିଥିଲେ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button