ନୀତି

‘ମୁଁ ରାସ୍ତାରେ ବୁଲିବୁଲି ତଉଲିଆ ବିକ୍ରି କରୁଛି, କିନ୍ତୁ ପୁଅ ମୋର ହେବ ଇଞ୍ଜିନିୟର’ – Utkal Mail


ନୂଆଦିଲ୍ଲୀ: ନୋଏଡାରେ ବସବାସ କରୁଥିବା ଜଣେ ତଉଲିଆ ବି‌କ୍ରେତାଙ୍କ ପୁଅ ଇଞ୍ଜିନିୟର ହେବା ଘଟଣା ସାମ୍ନାକୁ ଆସିଛି।

ମୂଳତଃ ଅଲିଗଡ଼ରେ ରହୁଥିବା ବଳବନ୍ତ ସିଂହ ନୋଏଡା ସେକ୍ଟର ୩୭ରୁ ୧୮ ଅଭିମୁଖେ ଯାଉଥିବା ରାସ୍ତାରେ ଦୀର୍ଘ ୨୫ବର୍ଷ ହେବ ତଉଲିଆ ବିକ୍ରି କରି ଆସୁଛନ୍ତି।

ବଳବନ୍ତଙ୍କ କହିବାନୁସାରେ, ତଉଲିଆ ବିକ୍ରି ପାଇଁ ପୂରାଦିନ ଖରାବର୍ଷାରେ ଛିଡ଼ା ହେବାପରେ ଯାଇ ୧୦୦୦ଟଙ୍କା ରୋଜଗାର କରି ପାରିଥାଏ। ମୋର ଦୁଇଜଣ ସନ୍ତାନ ଅଛନ୍ତି। ୧୮ବର୍ଷର ପୁଅ ସୁରଜଲ ଓ ୨୦ବର୍ଷର ଝିଅ ମୁସ୍କାନ ଦୁହେଁ ଖୁବ ଭଲ ପାଠପଢ଼ନ୍ତି। ପୁଅ ସୁରଜଲ ଆଇଆଇଟିରେ ଆଡମିସନ ନେବାକୁ ଇଚ୍ଛା ରଖିଥିଲା। ତେଣୁ ଦ୍ବାଦଶ ଶ୍ରେଣୀ ପାଠପଢ଼ା ପରେ ଗୋଟିଏ ବର୍ଷ ରହି ଅନଲାଇନ କୋଚିଂ ନେଇ ଜେଇଇ ମ୍ୟାନ୍ସ ପାଇଁ ପ୍ରସ୍ତୁତି ଆରମ୍ଭ କରି ପରୀକ୍ଷା ଦେଇଥିଲା। ଏଥିରେ ସେ ୯୯.୨ ପ୍ରତିଶତ ନମ୍ବର ଆଣିଛି।

ସୁରଜଲର ଦିଲ୍ଲୀ ଟେକ୍ନିକଲ ୟୁନିଭର୍ସିଟିର କମ୍ପ୍ୟୁଟର ସାଇନ୍ସ ବିଭାଗରେ ପାଠପଢ଼ିବା ପାଇଁ ଚୟନ ହୋଇଯାଇଛି। ଏହି ମାସରୁ ସେ କଲେଜ ଯିବା ଆରମ୍ଭ କରିବ। ପାଠପଢ଼ା ପାଇଁ ଯାହାବି ଖର୍ଚ୍ଚ ଲାଗିବ ମୁଁ ତାକୁ ଦେବି। କିନ୍ତୁ ସେ ଭଲ ମଣିଷଟେ ହୋଇ ଭଲ ଚାକିରି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେଉ। ମୁଁ ‌ପରିବାର ଚଳାଇବାକୁ ଯେମିତି କଷ୍ଟ କରୁଛି ସେ ସେମିତି କଷ୍ଟ ନପାଉ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button