ଏୟାରଏସିଆର ସିଇଓଙ୍କଠାରୁ ଅଧିକ ଆୟ କରୁଛନ୍ତି ୟୁଟ୍ୟୁବର ଗୌରବ ! – Utkal Mail
ନୂଆଦିଲ୍ଲୀ: ୟୁଟ୍ୟୁବ ଚ୍ୟାନେଲ “ଫ୍ଲାଇଙ୍ଗ ବିଷ୍ଟ” ପାଇଁ ଜଣାଶୁଣା ୟୁଟ୍ୟୁବର ଗୌରବ ତନେଜା ଶେଷରେ ତାଙ୍କର ମାସିକ ରୋଜଗାରକୁ ନେଇ ଖୁଲାସା କରିଛନ୍ତି। ଅନେକ ସମୟରେ ତାଙ୍କୁ ଏହି ପ୍ରଶ୍ନ କରାଯାଉଥିବା ବେଳେ ଏବେ ଏକ ସାକ୍ଷାତକାରରେ ସେ ନିଜ ଆୟ ବିଷୟରେ କହିଛନ୍ତି। ତାଙ୍କ କହିବା ମୁତାବକ, ସେ ଏୟାରଏସିଆର ସିଇଓଙ୍କଠାରୁ ଅଧିକ ଆୟ କରନ୍ତି।
I was terminated from airasia for raising safety issues!
Now, the same issues are raised by #DGCA to @AirAsiaIndian. Justice will prevail! #Sabkeliye— Gaurav Taneja (@flyingbeast320) June 28, 2020
ଗୌରବ ଏୟାରଏସିଆରେ ପାଇଲଟ ଥିବା ବେଳେ କିଛି ବର୍ଷ ତଳେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସୁରକ୍ଷା ପ୍ରସଙ୍ଗ ଉଠାଇଥିବାରୁ ଗୌରବଙ୍କୁ ନିଲମ୍ବିତ କରିଥିଲା ଏୟାରଏସିଆ। ଚାକିରି ଯିବା ପରେ ଗୌରବ ୟୁଟ୍ୟୁବ ପାଇଁ ବ୍ଲଗ କରିବା ଜାରି ରଖିଥିଲେ। ଏବେ ତାଙ୍କ ୟୁଟ୍ୟୁବରେ ୮ମିଲିୟନରୁ ଅଧିକ ଫଲୋୟର୍ସ ଥିବା ବେଳେ ଇନଷ୍ଟାଗ୍ରାମ ଓ ଏକ୍ସରେ ମଧ୍ୟ ଲକ୍ଷ ଲକ୍ଷ ଫଲୋୟର୍ସ ରହିଛନ୍ତି।
ତେବେ ୟୁଟ୍ୟୁବରେ ୮ମିଲିୟନରୁ ଅଧିକ ଫଲୋୟର୍ସ ରହିଥିବା ବେଳେ ସେ ଏୟାରଏସିଆର ସିଇଓଙ୍କଠାରୁ ଅଧିକ ଆୟ କରୁଥିବା ଦାବି କରିଛନ୍ତି। ରାଜ୍ ଶମାନିଙ୍କୁ ସାକ୍ଷାତକାର ଦେଇ ଏଭଳି ଦାବି କରିଛନ୍ତି ଗୌରବ।