ଦେଶର ଅନେକ ରାଜ୍ୟରେ ବଟର ସଙ୍କଟ, ଜାଣନ୍ତୁ ଏହା ପଛର ପ୍ରକୃତ କାରଣ
ନୂଆଦିଲ୍ଲୀ: ଦିପାବଳୀ ପରେ ଦେଶର ଅନେକ ରାଜ୍ୟରେ ବଟର ସଙ୍କଟ ଦେଖାଦେଇଛି । ଡାଏରୀ କମ୍ପାନୀଗୁଡିକରେ ଦେଖାଦେଇଛି ଏହାର ଘୋର ଅଭାବ । କୁହାଯାଉଛି କି, ଦିପାବଳୀ ସମୟରେ ଦୁଗ୍ଧର ବ୍ୟବହାର ଅଧିକ ହେତୁ କମ୍ପାନୀଗୁଡିକ ବହୁ ପରିମାଣରେ ଲହୁଣୀ ଉତ୍ପାଦନ କରିପାରିଲେନି । ଫଳରେ ଏହି ସଙ୍କଟ ଦେଖାଦେଇଛି । ଅନ୍ୟ ପଟେ, ପଶୁମାନଙ୍କରେ ବ୍ୟାପିଥିବା ରୋଗ ହେତୁ କ୍ଷୀରର ଉତ୍ପାଦନ ହ୍ରାସ ପାଇଛି । ଯେଉଁ କାରଣରୁ ଲହୁଣି ଉତ୍ପାଦନ ପ୍ରଭାବିତ ହୋଇଛି । ଏହି କାରଣରୁ ପ୍ରଭାବିତ ହୋଇଛି ଉତ୍ପାଦନ । ସାଧାରଣତ ଗ୍ରୀଷ୍ମ ଋତୁରେ ବଟର ବ୍ୟବହାର କମ୍ ହୋଇଥାଏ । କିନ୍ତୁ ଶୀତଦିନେ ଏହାର ବ୍ୟବହାର ବୃଦ୍ଧି ପାଇଥାଏ ।
ମିଡିଆ ରିପୋର୍ଟ ମୁତାବକ୍, ବିଭିନ୍ନ ରାଜ୍ୟରେ ଦୋକାନ ବଜାର, ଗ୍ରୋସରୀ ଷ୍ଟୋର୍ ଏବଂ ଡେଲିଭରି ଆପ୍ ‘ଅମୁଲ’ ବ୍ରାଣ୍ଡ ବଟର ଯୋଗାଣରେ ଅଭାବ ଦେଖାଦେଇଛି । ଲହୁଣୀର ଅଭାବ ଦିଲ୍ଲୀ, ପଞ୍ଜାବ, ଗୁଜୁରାଟ ଏବଂ ଉତ୍ତରପ୍ରଦେଶରେ ଅଧିକ ପରିମାଣର ଦେଖାଦେଇଛି । ଉତ୍ତରପ୍ରଦେଶରେ ୩୫ରୁ ୫୦ ପ୍ରତିଶତ ବଟରର ଅଭାବ ଦେଖାଦେଇଛି । ଦିଲ୍ଲୀର ବିକ୍ରେତାମାନେ କହିଛନ୍ତି ଯେ ଅମୁଲ ବ୍ରାଣ୍ଡ ବଟର ଯୋଗାଣ କିଛି ସପ୍ତାହ ହେବ ବଜାରରେ ନାହିଁ । ଏଥିପାଇଁ ଲୋକଙ୍କ ନିକଟରେ ପହଞ୍ଚି ପାରୁନି ବଟର ।