ମନୋରଞ୍ଜନ

ଲୋକପ୍ରିୟ ସିରିଅଲ CID ର ଫ୍ରେଡ୍ରିକ୍ସଙ୍କୁ ହାର୍ଟ ଆଟାକ୍ , ହସ୍ପିଟାଲରେ ଭର୍ତ୍ତି – Utkal Mail



ନୂଆଦିଲ୍ଲୀ : ଲୋକପ୍ରିୟ କ୍ରାଇମ ସୋ CID ରେ ଇନ୍ସପେକ୍ଟର ଫ୍ରେଡେରିକ୍ସ ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦୀନେଶ ଫଡନିସଙ୍କ ପ୍ରଶସକଙ୍କ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି ।  ସେ ହୃଦଘାତରେ ପୀଡିତ ହୋଇଛନ୍ତି ।  ତାଙ୍କୁ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଦୀନେଶ ଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପୂର୍ବାପେକ୍ଷା ସ୍ଥିତି ଭଲ ରହିଛି । ଦୀନେଶଙ୍କ ଅସୁସ୍ଥତାର ଖବର ପାଇବା ପରେ ସିଆଇଡିର ସବୁ କ୍ରୁମେମ୍ବର ମାନେ ହସ୍ପିଟାଲରେ ପହଁଞ୍ଚି ଦୀନେଶଙ୍କ ସୁସ୍ଥତା ଲାଗି ପ୍ରାର୍ଥନା କରିଥିଲେ ।

ଦିନେଶ ତାଙ୍କର କମେଡି ଲାଗି ପ୍ରଶଂସକଙ୍କ ନିକଟରେ ବେଶ୍ ଜଣାଶୁଣା  । ୧୯୯୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ସିଆଇଡି ଶୋର ଏକ ଅଂଶ ଥିଲେ ଦୀନେଶ । ଏହି ଶୋ’ରେ ଫ୍ରେଡେରିକ୍ସ ଭୂମିକାରେ ଅଭିନୟ କରି ସେ ଦୀର୍ଘ ସମୟ ଧରି ଦର୍ଶକଙ୍କ ମନ କିଣିଥିଲେ ।  ତାଙ୍କ ଚରିତ୍ରକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ସିଆଇଡି ବ୍ୟତୀତ ସେ ସୋ ‘ତାରକ ମେହେଟ୍ଟା କା ଓଲଟା ଚଷମା’ରେ ମଧ୍ୟ ଏକ ଛୋଟ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଫିଲ୍ମ ‘ସରଫରୋସ’ରେ ଅମୀର ଖାନଙ୍କ ସହ ଏବଂ’ ସୁପର 30 ‘ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କ ସହ ମଧ୍ୟ କାମ କରିଥିଲେ। କିନ୍ତୁ  CID ଶୋରୁ ତାଙ୍କୁ ଲୋକପ୍ରିୟତା ମିଳିଥିଲା ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button