ଦେଶ ବିଦେଶ

ବିବାଦ ପରେ ଖଲିସ୍ତାନୀ ସମର୍ଥକ ରାପର୍ ଶୁଭନୀତଙ୍କ ମୁମ୍ବାଇ କନସର୍ଟ ବାତିଲ – Utkal Mail


ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଖଲିସ୍ତାନୀ ବିବାଦ ମଧ୍ୟରେ କାନାଡାର ଜଣେ ପଞ୍ଜାବୀ ରାପର୍ ଏବଂ ଗାୟକ ଶୁଭନୀତ ସିଂହଙ୍କ ମୁମ୍ବାଇ କନସର୍ଟକୁ ବାତିଲ କରାଯାଇଛି। ଶୁଭ ଖଲିସ୍ତାନ ସମର୍ଥକ ବୋଲି ଅଭିଯୋଗ ହୋଇଛି। କିଛି ଦିନ ତଳେ ସେ ସୋସିଆଲ ମିଡିଆରେ ଭାରତର ଏକ ବିବାଦୀୟ ମାନଚିତ୍ର ସେୟାର କରିଥିଲେ । ଏଥିରେ ପଞ୍ଜାବ, ଜମ୍ମୁ-କଶ୍ମୀର ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକ ଦେଖାଯାଉ ନଥିଲା । କେବଳ ମୁମ୍ବାଇ ନୁହେଁ, ଦିଲ୍ଲୀ, ବେଙ୍ଗାଲୁରୁ ଓ ହାଇଦ୍ରାବାଦ ସମେତ ୧୨ଟି ସହରରେ ତାଙ୍କର ସମସ୍ତ କନସର୍ଟ ବାତିଲ କରାଯାଇଛି। ଏଭଳି ଭାବେ ଭାରତ ସବୁ ସ୍ତରରେ କାନାଡାକୁ କଡ଼ା ଜବାବ ଦେଉଛି।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟରେ ବୁକ୍ ମାଇଁ ସୋ ଏହି ସୂଚନା ଦେଇଛି। ୭ରୁ ୧୦ ଦିନ ମଧ୍ୟରେ ଟିକେଟ୍ ର ସମ୍ପୂର୍ଣ୍ଣ ଫେରସ୍ତ ଦିଆଯିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏହି ଶୋ’ କୋର୍ଡେଲିଆ କ୍ରୁଜରେ ଅନୁଷ୍ଠିତ ହେବାର ଥିଲା । ସେପ୍ଟେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଶୁଭ ମୁମ୍ବାଇରେ ନିଜର ସୋ’ କରିବାର ଥିଲା। ଏହାପରେ ସେ ଅକ୍ଟୋବର ୬ରେ ଚଣ୍ଡିଗଡ଼ ଓ ଅକ୍ଟୋବର ୭ରେ ଲୁଧିଆନାରେ ସଙ୍ଗୀତ ପରିବେଷଣ କରିବାର ଥିଲା। କିନ୍ତୁ ସେ ପହଞ୍ଚିବା ପୂର୍ବରୁ ଯୁବମୋର୍ଚ୍ଚା ନେତାମାନେ ମୁମ୍ବାଇରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୁଭଙ୍କ ଶୋ’ର ପୋଷ୍ଟର ଚିରି ଦେଇଥିଲେ। ତାଙ୍କ ସେ’କୁ ସାରା ଦେଶରେ ପ୍ରବଳ ବିରୋଧ କରାଯାଇଥିଲା। ଏପରିକି କ୍ରିକେଟ ଖେଳାଳି ବିରାଟ କୋହଲି ଇନଷ୍ଟାଗ୍ରାମରେ ଶୁଭଙ୍କୁ ଅନଫଲୋ କରିଥିଲେ ।

 




Related Articles

Leave a Reply

Your email address will not be published. Required fields are marked *

Back to top button