ଦେଶ ବିଦେଶ

୨୬ ବର୍ଷୀୟ ଭାରତୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ; ହାତେଇଲେ ଗିନିଜ୍ ୱାର୍ଲ୍ଡ ରେକର୍ଡ ଟାଇଟଲ୍ – Utkal Mail



ନୂଆଦିଲ୍ଲୀ: ସାଧାରଣତଃ ଜଣେ ବ୍ୟକ୍ତିଙ୍କର ପାଟିରେ ୩୨ଟି ଦାନ୍ତ ଥାଏ। କିନ୍ତୁ ଆପଣ କିନ୍ତୁ ଆମେ ଯଦି ଆପଣଙ୍କୁ କହିବୁ ୩୨ ନୁହେଁ ଜଣେ ମହିଳାଙ୍କର ୩୮ଟି ଦାନ୍ତ ଅଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯାହାର ସାଧାରଣ ଦାନ୍ତ ଅପେକ୍ଷା ୬ଟି ଅଧିକ ଦାନ୍ତ ଅଛି। ତାଙ୍କର ଦାନ୍ତର ସଂଖ୍ୟା ହେଉଛି ୩୮।

ଭାରତର କଳ୍ପନା ବାଲନ ନାମ୍ନୀ ଜଣେ ୨୬ ବର୍ଷୀୟ ମହିଳାଙ୍କ ପାଟିରେ ୩୮ଟି ଦାନ୍ତ ଅଛି। ଏଥିପାଇଁ କଳ୍ପନା ଗିନିଜ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି। ସାଧାରଣ ବୟସ୍କଙ୍କ ଅପେକ୍ଷା ତାଙ୍କର ଛଅଟି ଅଧିକ ଦାନ୍ତ ଅଛି। ଗିନିଜ ୱାଲର୍‌ଡ ରେକଡର୍ର୍ ଅନୁସାରେ, କଳ୍ପନାଙ୍କ ପାଟିର ତଳ ମାଢିରେ ୪ ଓ ଉପର ମାଢିରେ ୨ଟି ଅତିରିକ୍ତ ଦାନ୍ତ ରହିଛି।

କୈଶୋରବସ୍ଥାରେ ଧୀରେ ଧୀରେ ଅତିରିକ୍ତ ଦାନ୍ତ ଉଠୁଥିବା ସେ ଲକ୍ଷ୍ୟ କରିଥିଲେ। ଯନ୍ତ୍ରଣା ଅନୁଭବ ନକଲେ ମଧ୍ୟ ଅତିରିକ୍ତ ଦାନ୍ତରେ ଖାଦ୍ୟ ଫସିଯିବା ଯୋଗୁଁ ସେ ସମସ୍ୟା ଭୋଗୁଥିଲେ। ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ହେଁ ଦାନ୍ତ ସମ୍ପୂର୍ଣ୍ଣ ବଢିବା ପରେ ସହଜରେ ବାହାରି ପାରିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ପରେ କଳ୍ପନା ଦାନ୍ତ ନବାହାର କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଏବେ ତାଙ୍କୁ ବିଶ୍ୱ ରେକର୍ଡ ହାସଲ କରିବାରେ ସାହାଯ୍ୟ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button