ମନୋରଞ୍ଜନ

‘ଗଦର ୨’ ସଫଳ ହେବା ପରେ ଅଭିନୟରୁ ବିରତି ନେଇ ଆମେରିକା ଗଲେ ସନ୍ନି, କାରଣ… – Utkal Mail


ମୁମ୍ବାଇ: ଏବେ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଏବେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ ରହି ବାପା ଧର୍ମେନ୍ଦ୍ରଙ୍କ ଉପଯୁକ୍ତ ଚିକିତ୍ସା କରାଇବେ। ଏଥିପାଇଁ ସେ ନିଜ କାମକୁ ଅଟକାଇ ବିରତି ନେଇଥିବା କୁହାଯାଉଛି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଧର୍ମେନ୍ଦ୍ରଙ୍କର କିଛି ଦିନ ହେଲାଣି ସ୍ୱାସ୍ଥ୍ୟଗତ ସମସ୍ୟା ଆରମ୍ଭ ହୋଇଥିଲ। ଏବେ ଚିକିତ୍ସା ପାଇଁ ସମୟ ମିଳିବାରୁ ସେ ଆମେରିକା ଯାଇଛନ୍ତି। ବାପାଙ୍କ ଯତ୍ନ ନେବା ପାଇଁ ଓ ଭଲ ଚିକିତ୍ସା କରାଇବା ପାଇଁ ପୁଅ ସନ୍ନି ଦେଓଲ ତାଙ୍କୁ ଆମେରିକା ନେଇଥିବା କୁହାଯାଉଛି।

ତେବେ ଏହା ପୂର୍ବରୁ ସନ୍ନି ନିଜ ୫୬କୋଟି ଟଙ୍କାର ଋଣଭାର ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ କହିଥିଲେ, ‘ମୁଁ ବ୍ୟାଙ୍କକୁ ଚିଠି ଲେଖି ଜଣାଇଥିଲି କି ମୁଁ ଏବେ ସିନେମା ପ୍ରମୋସନରେ ବ୍ୟସ୍ତ ଅଛି। ଫେରିବା ପରେ ସମସ୍ତ ଋଣ ସୁଝି ଦେବି। ଏହା ସତ୍ତ୍ବେ ବି ବ୍ୟାଙ୍କ କର୍ମଚାରୀ ମୋ କଥ‌ା ନମାନି ବଙ୍ଗଳା ନିଲାମର ସୂଚନା ଖବରକାଗଜରେ ଛାପି ଦେଇଥିଲେ। ସେମାନଙ୍କୁ କିନ୍ତୁ ଏମିତି କରିବାର ନଥିଲା। ବ୍ୟାଙ୍କ କର୍ମଚାରୀ ମୋତେ ପ୍ରଶ୍ନ କରିଥିଲେ କି ସିନେମା ‘ଗଦର-୨’ ତ ଭଲ ବ୍ୟବସାୟ କରୁଛି। ଏବେ ତ ଆପଣ ଋଣ ସୁଝି ପାରିବେ? ମୁଁ ଏହାର ଉତ୍ତର ଦେଇ କହିଥିଲି ନିଶ୍ଚିୟ। ଏବେ ମୁଁ ସମସ୍ତ ଋଣ ସୁଝି ଦେବି। କାରଣ ମୁଁ ବାପାଙ୍କର କୌଣସି ସମ୍ପତ୍ତିକୁ ହରାଇବାକୁ ଚାହେ ନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button