ଜୀବନଶୈଳୀ

ଯୌବନର ଉନ୍ମାଦନାରେ ଦେହରେ କାହିଁକି ଖେଳିଯାଏ ସିଂହରଣ , କାହିଁକି ହୁଏ ମନ ଛଟପଟ ଜାଣନ୍ତୁ…

ଦେହ ଅଛି ତ ଦେହର ଭୋକ ଅଛି, ତନ ଅଛି ମାନେ ମନ ବି ଅଛି । ଯେମିତି ଆଖିକୁ ସୁନ୍ଦର ଜିନିଷ ଦେଖିବାକୁ ଲାଗେ ଦେହକୁ ଉଷୁମ ସ୍ପର୍ଷ ଭଲ ଲାଗେ ଟିକ୍ ସମେତି ଯୌବନର ଆରମ୍ଭ ଆରମ୍ଭରେ ଚର୍ମ ଘର୍ଷଣ ପ୍ରତି ଉଭୟ ଯୁବକ ଓ ଯୁବତୀ ଆକର୍ଷିତି ହେବା ଠିକ୍ ସେମିତି ସ୍ୱାଭାବିକ । କଥା ଛଳରେ କୁହାଯାଏ ଷଷ୍ଠରୁ ନଷ୍ଟ । ଅର୍ଥାତ ଅପର ପ୍ରାଇମେରି ସ୍କୁଲର ହିଁ ବିପରିତ ଲିଙ୍ଗ ପ୍ରତି ଆକର୍ଷଣ ବଢ଼େ । ସେ ଏକି ଭିନ୍ନ ଅନୁଭବ ଓ ରୋମାଞ୍ଚ ପ୍ରଦାନ କରୁଥିବା ସୋପାନ । ଯେଉଁଠି ଝିଅମାନଙ୍କ ସହ ସାଙ୍ଗ ହେବାକୁ ମନ ତ କୁହେ କିନ୍ତୁ ସାହସ ଜୁଟେନି । କଥା ଆଗକୁ ନ ବଢ଼ିପାରିଲେ ମଧ୍ୟ ପ୍ରେମର ଏହି ଆଦ୍ୟ ପର୍ବରେ ମନ ଜଣଙ୍କ ପ୍ରତି ଆକର୍ଷିତ ହୋଇ ଆଗକୁ ବଢ଼ିଥାଏ । ଯାହା ପରବର୍ତ୍ତୀ ସମୟରେ ହାଇସ୍କୁଲରେ ପହଞ୍ଚେ । ଆଉ ଏଠି ଷଷ୍ଠରୁ ସାଠ ଶିଖି ନଷ୍ଟ ହୋଇ ହୋଇଥିବା ବାଳକ-ବାଳିକା ଭିନ୍ନ ଏକ ସୋପାନରେ ପହଞ୍ଚିଥାନ୍ତି ।

ହାଇସ୍କୁଲକୁ ଆସିଲେ ଉଭୟ ପୁଅ ଏବଂ ଝିଅଙ୍କ ମଧ୍ୟରେ ଆଚରଣ, ଉଚ୍ଚାରଣ ସହ ବର୍ଦ୍ଧିତ ଶାରୀରକ ଗଠନ ପ୍ରେମର ଆକର୍ଷଣକୁ ଦ୍ୱିଗୁଣିତ କରିଥାଏ । ଏଠି ପାଠରେ ମନ ତ ଲାଗେ ଆଗାମୀ ଭବିଷ୍ୟତ ଗଢ଼ିବାକୁ ଜିଦ୍ ପଣ ବି ଆସେ ଆଉ ତା ସହ ନିଜ ନିଜ ପସନ୍ଦର ସାଥୀ ବାଛି ତା ସହ ସମୟ ବିତେଇବାକୁ ବି ମନ କୁହେ । ଧିରେ ଧିରେ ଉନ୍ନାଦନା ବଢ଼େ, ଯୌବନ ଆସିଯାଇଥିବାରୁ ପ୍ରତିଦିନ ରାତିରେ ମନ ଖୋଜୁଥିବା ସାଥୀ ସହ ସଂପର୍କ ଆଗକୁ କେମିତି ବଢିବ ସକାଳ ହେଲେ ପ୍ରେମିକ, ପ୍ରେମିକାକୁ କେମିତି ଟିକେ ଦେଖିଦେବ ତାକୁ ନେଇ ଉତ୍କଣ୍ଠା ବଢ଼ିଥାଏ ।

ହାଇସ୍କୁଲରେ ହିଁ କିଛି ପ୍ରେମକାହାଣୀ ଲେଖିବା ଆରମ୍ଭ ହୋଇସାରିଥାଏ । କିଛି ପ୍ରେମ ଆଗକୁ ବଢ଼ିଥାଏ ତ ଆଉ କିଛି ପ୍ରେମ ଏମିତି ଅଧାରୁ ଭାଙ୍ଗି ଯାଇଥାଏ । ହାଇସ୍କୁଲ ସରିବା ମଧ୍ୟରେ କିନ୍ତୁ ଯେଉଁ ସମ୍ପର୍କ ରୂପ ନେଇସାରିଥାଏ ଏବଂ କଥା ଆଗକୁ ବଢ଼ିଥାଏ ସେମାନଙ୍କ ମଧ୍ୟରେ କିଛି ଅନ୍ତରଙ୍ଗ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥାଏ । କିଛି ପ୍ରେମ କାହାଣୀ ସାମ୍ନାକୁ ଆସେ ତ ପୁଣି କିଛି ପ୍ରେମ କାହାଣୀ ଲୁଚି ରହିଯାଏ ବହି ଖାତା ଭିତରେ । କିଛି ଜାଣନ୍ତୁ ଆଉ କିଛି ଅଜଣା ହୋଇ ରହିଯାଆନ୍ତି ।

ଇଏତ ଗଲା ହାଇସ୍କୁଲ ପ୍ରେମ, କଲେଜ ବେଳେ ଆରମ୍ଭ ହୁଏ ଶହେ ଶହେରେ ଖେଳ । ଏଠି ପକ୍କା ଖେଳୁଆଡ଼ ହୋଇ ପ୍ରେମର ମଇଦାନକୁ ଲମ୍ଫ ମାରନ୍ତି ଟିନ୍ ଏଜର ଷ୍ଟୁଡେଣ୍ଟ । 16ଟି ଫଗୁଣ ଡେଇଁ ଆସିଥିବା ତରୁଣ ତରୁଣୀ ଏଠି ନିଇତି ନୂଆ ନୂଆ କାହାଣୀ ରଚନା କରନ୍ତି । କିଛି ସେମାନଙ୍କୁ ଆନ୍ଦୋଳିତ କରୁଥାଏ ତ କିଛି ଅନ୍ୟମାନଙ୍କୁ ପ୍ରଭାବିତ ବି କରିଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିନ୍ ଏଜରେ ପ୍ରେମ ବେଳେ ବେଳେ ଖତରନାକ ହୋଇଯାଏ ।

କିଛି ପ୍ରେମତ ଅନ୍ୟମାନଙ୍କ ପାଇଁ ଇର୍ଷାର କାରଣ ବି ପାଲଟେ । ସେ ଯାହା ହେଉନି କାହିଁକି କଲେଜ ବେଳୁ ହିଁ ଦେହରେ ପ୍ରକୃତ ସିଂହରଣ ଖେଳିଯାଇଥାଏ । ଅନେକ ରୋମାଞ୍ଚକର କାହାଣୀ ଏଇଠୁ ଆରମ୍ଭ ହୁଏ । ଏଇଠି ହୁଏ ଦୃଦୟ ଦିଆ ନିଆ । କଲେଜ ସାରି ବିଶ୍ୱବିଦ୍ୟାଳୟ ଗଲେ ମନ ସହ ପ୍ରେମିକ, ପ୍ରେମିକା ଦେହ କୁ ପ୍ରେମ ପାଇଁ ଉତ୍ସର୍ଗ କରିଦିଅନ୍ତି । କିନ୍ତୁ ଠିକ୍ ପାର୍ଟନର ନ ବାଛିବା ଏବଂ ସୁରକ୍ଷିତ ଯୌନ ସମ୍ପର୍କ ରକ୍ଷା ନ କଲେ ଆଗକୁ ଏହା ଉଭୟ ପୁଅ ଏବଂ ଝିଅଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ । କାହିଁକିନା ଏହି ବୟସରେ ହିଁ ଯୌବନର ଉନ୍ମାଦନା ଶୀଖର ଛୁମି ଥାଏ ।..

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button