ଦେଶ ବିଦେଶ
କ୍ୟାନ୍ସର ସୃଷ୍ଟି କରୁଛି ବେବି ପାଉଡର, ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ବେବି ପାଉଡର ହେଉଛି କ୍ୟାନ୍ସର ର କାରଣ –

ଚଳିତ ବର୍ଷ ଅଗଷ୍ଟ ମାସରେ ମିସୋରୀର ଏକ କୋର୍ଟରେ ବେବି ପାଉଡରରେ କର୍କଟ ହେଉଥିବା କଥାକୁ ପ୍ରମାଣ କରିଥିଲେ । ଯେଉଁଥି କାରଣରୁ କମ୍ପାନୀକୁ ୩୨ ହଜାର କୋଟି ଟଙ୍କାର ଜରିମାନା ମଧ୍ୟ ଲାଗିଥିଲା । କିଛି ସମୟରୁ ପ୍ରସିଦ୍ଧ ଆମେରିକା ଫାର୍ମ କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ଏହାର ବେବି ପାଉଡରକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଅଛି । କମ୍ପାନୀ ପାଉଡରରେ କୌଣସି ହାନିକାରକ ନଥିବା କଥା କହିଥିଲେ ମଧ୍ୟ ସର୍ଭେ ମୁତାବକ କମ୍ପାନୀକୁ ଖୁବ୍ ଆଗରୁ ହିଁ ପାଉଡରରେ ଏସବେଷ୍ଟସ୍ ଥିବା କଥା ଜଣାପଡିଥିଲା । ଏସବେଷ୍ଟସ୍ କ୍ୟାନ୍ସର ସୃଷ୍ଟି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।