ବିଚାର

କର୍ମ କଣ ଅଟେ ଏବଂ ଏହି କର୍ମର ଫଳ କିପରି ମିଳିଥାଏ : ପ୍ରତ୍ୟେକ ବ୍ୟକ୍ତି ଥରୁଟିଏ ନିଶ୍ଚୟ ଦେଖବା ଦରକାର

ଆମେ ଆଜି ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏପରି ଏକ ମହତ୍ କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନର ପ୍ରତିଟି କାମରେ ଆସିବ। ଆପଣଙ୍କ ଜୀବନରେ କିପରି ସଫଳତା ଆସିବ, କର୍ମକ୍ଷେତ୍ରରେ ବୃଦ୍ଧି ଘଟିବ ଏବଂ ଆପଣ ସମୃଦ୍ଧ ହୋଇ ପାରିବେ ତାହା ଆପଣ ଏଠାରେ ଜାଣି ପାରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି କର୍ମ ବିନା ବଞ୍ଚିବା ଅସମ୍ଭବ। ସମସ୍ତେ କର୍ମ କରନ୍ତି। କିନ୍ତୁ ପ୍ରକୃତରେ ଏହି କର୍ମର ଅର୍ଥ କଣ ଏବଂ ଏହାର ରହସ୍ୟ କଣ ତାହା କଣ ଆମେ ଜାଣିଛୁ। କର୍ମ କେବଳ ହସ୍ତ ଦ୍ଵାରା ଯାହା କରାଯାଏ, ତାହା ନୁହଁ ବରଂ କର୍ମର ରହସ୍ୟ ଏବଂ ଏହାର ସିଦ୍ଧାନ୍ତ ବହୁତ୍ କିଛି ରହିଛି।

ତେବେ ଏହି ବିଷୟରେ ଆମେ ଯେତେ ଜଲଦି ଜାଣିବା ଏହା ସେତେ ଲାଭଦାୟକ ଆମ ଜୀବନ ପାଇଁ। ତେବେ ଏହାର ପ୍ରକୃତ ଉତ୍ତର କଣ ତାହା ଆମେ ଜାଣିବା। ଥରେ ଜଣେ ଶିଷ୍ୟ, ବୁଦ୍ଧଦେବ ଙ୍କୁ ଏ ବିଷୟରେ ପଚାରିଥିଲେ ଏବଂ ବୁଦ୍ଧଦେବ ଏହାର ଉତ୍ତରରେ ଯାହା କହିଲେ ତାହା ଏକ କାହାଣୀ ମାଧ୍ୟମ ରେ ଏଠାରେ ଆଲୋଚିତ ହୋଇଛି।ଏହାକୁ ଜାଣିଲେ ଆପଣ ଏହାର ଉଚିତ୍ ଏବଂ ସଠିକ୍ ଉତ୍ତର ପାଇଯିବେ। ଜଣେ ରାଜା ଥିଲେ ଏବଂ ସେ ପ୍ରତିଦିନ କିଛି ସମୟ ପାଇଁ ତାଙ୍କ ବଗିଚାରେ ବସୁଥିଲେ। ଆଉ ଏହି ସମୟରେ ଦେଖିବାକୁ ପାଉଥିଲେ କି ଜଣେ କାଠୁରିଆ ବଗିଚା ଦେଇ ସକାଳେ ଯାଉଛି ଏବଂ ସନ୍ଧ୍ୟାରେ କିଛି କାଠ ନେଇ ଫେରୁଛି।

କାଠୁରିଆ ସକାଳେ ଯିବା ସମୟରେ ରାଜାଙ୍କୁ ଭଲ ଲାଗୁଛି କିନ୍ତୁ ସନ୍ଧ୍ୟାରେ ଫେରିବା ସମୟରେ ରାଜାଙ୍କୁ ରାଗ ଲାଗୁଛି। ଏହାର କାରଣ କଣ ହେଇପାରେ ବୋଲି ସେ ମନ୍ତ୍ରୀଙ୍କୁ ପଚାରିଲେ। ମନ୍ତ୍ରୀ କିଛି ଦିନ ଅନୁଧ୍ୟାନ କରି ସମୀକ୍ଷା କରି କାଠୁରିଆର ଘରକୁ ଯାଇ ଦେଖିଲେ ଏବଂ ତାକୁ ତାର କାମ ବିଷୟରେ ପଚାରିଲେ। ଆଉ ସେ ଯାହା କହିଲା ସେଥିରୁ ସେ ଉଚିତ୍ ଉତ୍ତର ପାଇ ଆସି ରାଜାଙ୍କୁ ଜଣାଇଲେ। ମନ୍ତ୍ରୀ କହିଲେ କାଠୁରିଆ ସକାଳେ ଯିବା ସମୟରେ ତାର ପେଟ କିପରି ପୋଷିବ ସେ ବିଷୟରେ ଭାବୁଚି ଏବଂ ତା କାମରେ ଯାଉଛି। କିନ୍ତୁ ଫେରିବା ସମୟରେ ସେ ଭାବୁଛି କେବେ ରାଜା ମରିବେ ଏବଂ ମୁଁ ରଖିଥିବା ଚନ୍ଦନ କାଠକୁ ବହୁତ୍ ଅଧିକ ଦାମ ରେ ବିକିବି ଏବଂ ବହୁତ୍ ପଇସା ମିଳିଲେ ଘରଦ୍ୱାର କରି ଖୁସିରେ ଚଳିବି।

ତେଣୁ ତାର ଯେଉଁ ଭାବନା, ନକାରାତ୍ମକ ଚିନ୍ତାଧାରା ରହିଛି ଆପଣଙ୍କ ପାଇଁ, ତାହା ଆପଣଙ୍କୁ ପ୍ରଭାବିତ କରୁଛି। କାରଣ ସେ ଫେରିବା ସମୟରେ ଆପଣଙ୍କ ମୃତ୍ୟ କଥା ଭାବୁଚି ତେଣୁ ଆପଣଙ୍କୁ ତା ଉପରେ ରାଗ ଆସୁଛି। ଏହାଶୁଣି ରାଜା ମନ୍ତ୍ରୀଙ୍କୁ ସାବାସି ଦେଇ ଉକ୍ତ କାଠୁରିଆର ଘରୁ ସବୁତକ କାଠ କିଣି ଆଣିଲେ ଶହେଗୁଣା ଅଧିକ ଟଙ୍କା ଦେଇ।ତାପରେ କାଠୁରିଆ ଖୁସିହେଲା ଏବଂ ରାଜାଙ୍କ ମନ ଭିତରେ ମଧ୍ୟ କାଠୁରିଆ ପ୍ରତି କୌଣସି ରାଗ ଆସିଲା ନାହିଁ। ତେଣୁ କର୍ମ କେବଳ ହସ୍ତର କାର୍ଯ୍ୟ ନୁହେଁ ବରଂ ଏହା ମଣିଷର ଭାବନା ଏବଂ ଚିନ୍ତାଧାରାର ପ୍ରତିଫଳନ ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button