ଅଜବ୍ ଏକ ଗାଁ- ଯେଉଁଠି କୌଣସି ଲୋକ କିଛି ବି ପିନ୍ଧନ୍ତି ନାହିଁ, କାରଣ ଜାଣି ହେବେ ତାଜୁବ୍

ପୃଥିବୀର କୋଣ ଅନୁକୋଣରେ ଭିନ୍ନ ଭିନ୍ନ ଜାତି ଏବଂ ସମ୍ପ୍ରଦାୟର ଲୋକେ ରହିଥାନ୍ତି। ସେମାନଙ୍କର ଭାଷା, ଚାଲିଚଳଣି ଏବଂ ବେଶଭୁଷା ମଧ୍ୟ ଅଲଗା ହୋଇଥାଏ। ତେବେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏଭଳି ମଧ୍ୟ ଏକ ଗାଁ ରହିଛି ଯେଉଁଠାରେ ଲୋକେ ଆଦୌ ପୋଷାକ ପିନ୍ଧିନଥାନ୍ତି।
ବିଶ୍ୱରେ ଏଭଳି କିଛି ଆଦିବାସୀ ଜନଜାତି ରହିଛନ୍ତି ଯେଉଁମାନେ କପଡା ପିନ୍ଧିବା ବଦଳରେ ପତ୍ର ସାହାଯ୍ୟରେ ନିଜ ଶରୀରକୁ ଢାଙ୍କିଥାନ୍ତି। କିନ୍ତୁ, ଆମ୍ଭେ ଯେଉଁ ସ୍ଥାନ ବିଷୟରେ କହୁଛୁ ତାହା ବ୍ରିଟେନର ହର୍ଟଫୋର୍ଡଶାୟାରରେ ଅବସ୍ଥିତ ସ୍ପିଲ୍ପ୍ଲାଟଜ୍ ଗାଁ ଅଟେ। ଏହା କୌଣସି ଆଦିବାସୀ ପ୍ରବଣ ଅଞ୍ଚଳ ନୁହେଁ ବରଂ ଏଠାରେ ଲୋକେ ଅନ୍ୟମାନଙ୍କ ପରି ସାଧାରଣ ଜୀବନ ଯାପନ କରିଥାନ୍ତି।
ଏମାନେ ବାହାର ଦୁନିଆ ଠାରୁ ବିଚ୍ଛିନ୍ନ ହୋଇନଥିଲେ ହେଁ ବିଗତ ୮୧ ବର୍ଷ ହେବ ଏପରି ଏକ ଅଜବ ନିୟମ ପାଳନ କରାଯାଉଛି। ପୁରୁଷ, ମହିଳାଙ୍କ ଠାରୁ ଆରମ୍ଭ କରି ଛୁଆଙ୍କ ପର୍ଯ୍ୟନ୍ତ କେହିବି ପୋଷାକ ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। ଏପରିକି ଯଦି ଆପଣ ମଧ୍ୟ ଏଠାରେ ପର୍ଯ୍ୟଟକ ଭାବରେ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ନିଜର ସମସ୍ତ ପୋଷାକ ଖୋଲିବାକୁ ହେବ। ଅବଶ୍ୟ ଶୀତ ଦିନରେ ଆପଣ ଏଠାରେ ପୋଷାକ ପିନ୍ଧି ପାରିବେ। ପୂର୍ବରୁ କିଛି ସଂଘଠନ ଏହାକୁ ବିରୋଧ କରିଥିଲେ ହେଁ ବର୍ତ୍ତମାନ ସେମାନେ ନିରବ ରହିଛନ୍ତି।