ଦେଶ ବିଦେଶ

ଅଡୁଆରେ ରେମୋ ଡି’ସୁଜା ଓ ତାଙ୍କ ପତ୍ନୀ, ମାମଲା ରୁଜୁ

ଡୁଆରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡି’ସୁଜା ଓ ତାଙ୍କ ପତ୍ନୀ ଲିଜେଲ୍। ଠକେଇ ଅଭିଯୋଗରେ ଫଶିଛନ୍ତି ଉଭୟ ଷ୍ଟାର୍ ପତି-ପତ୍ନୀ। ରେମୋ ଓ ଲିଜେଲଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଉଭୟଙ୍କ ବିରୋଧରେ କୋଟି କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି।

ଶନିବାର ମୁମ୍ବାଇର ଥାଣେ ପୁଲିସ ଷ୍ଟେସନରେ ରେମୋ ଡି’ସୁଜା ଓ ତାଙ୍କ ପତ୍ନୀ ଲିଜେଲଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ମୁତାବକ, ଏମାନେ ଏକ ଡ୍ୟାନ୍ସ ଗ୍ରୁପଠାରୁ ୧୧.୯୬ କୋଟି ଟଙ୍କା ଠକି ଥିବା ଅଭିଯୋଗ ହୋଇଛି। ଜଣେ ୨୬ ବର୍ଷୀୟ ଡ୍ୟାନ୍ସର ଏହି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ପୀଡିତା ଡ୍ୟାନ୍ସର ୧୬ ଅକ୍ଟୋବରରେ ମୁମ୍ବାଇର ମୀରା ରୋଡ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ, ୨୦୧୮ରୁ ଜୁଳାଇ ୨୦୨୪ ଭିତରେ ଡ୍ୟାନ୍ସର ଏବଂ ତାଙ୍କ ଗ୍ରୁପ ସହ ଠକେଇ କରାଯାଇଥିଲା। ଏହି ଗ୍ରୁପ୍ ଏକ ଟିଭି ଶୋ’ରେ ଡ୍ୟାନ୍ସ ପ୍ରଦର୍ଶନ କରି ଜିତିଥିଲା।​ ଜିତିବା ପରେ ତାଙ୍କୁ ପୁରସ୍କାର ରାଶି ରୂପେ ୧୧.୯୬ କୋଟି ଟଙ୍କା ମିଳିଥିଲା। ତେବେ ଅର୍ଥ ରାଶିକୁ ରେମୋ ଏବଂ ଅନ୍ୟ ଅଭିଯୁକ୍ତମାନେ ହଡ଼ପ କରି ନେଇଥିଲେ।

ଏହି ମାମଲାରେ ରେମୋ ଡି’ସୁଜା ଏବଂ ଲିଜେଲ ଡି’ସୁଜାଙ୍କ ବ୍ୟତୀତ ଓମପ୍ରକାଶ ଶଙ୍କର ଚୌହାନ, ରୋହିତ ଯାଦବ, ଫ୍ରେମ ପ୍ରଡକ୍ସନ୍ କମ୍ପାନୀ, ବିନୋଦ ରାଉତ, ଜଣେ ପୁଲିସ କର୍ମଚାରୀ ଏବଂ ରମେଶ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ନାମ ସାମିଲ ଅଛି। ରେମୋ ଡି’ସୁଜା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ୪୬୫ (ଜାଲିଆତି), ୪୨୦(ଠକେଇ) ଏବଂ ଅନ୍ୟ ବିଭାଗ ଅଧୀନରେ ପୁଲିସ ଏହି ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ କହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button