ଜୀବନଶୈଳୀ

ଅଜଗର ପେଟରୁ ବାହାରିଲା ମହିଳାଙ୍କ ମୃତଦେହ : ଶରୀରରେ ନାହିଁ କୌଣସି ଆଘାତ

ଇଣ୍ଡୋନେସିଆରେ ତିନି ଦିନରୁ ନିଖୋଜ ଥିବା ଜଣେ ମହିଳାଙ୍କ ମୃତ ଶରୀରକୁ ଏକ ଅଜଗର ପେଟରୁ ଉଦ୍ଧାର କରାଯାଇଛି । ମହିଳାଙ୍କ ଶରୀରରେ କୌଣସି ପ୍ରକାରର ଆଘାତ ରହିନଥିବା ବେଳେ ଶରୀରରେ ସଂପୂର୍ଣ୍ଣ ପୋଷାକ ରହିଛି । ମହିଳାଙ୍କର ହଠାତ୍ ନିଖୋଜ ପରେ ପରିବାର ପରିଜନ ଖୋଜଖୋଜି କରି ତାଙ୍କ ଶରୀରକୁ ଏକ ୨୭ ଫୁଟ ଲମ୍ବ ବିଶିଷ୍ଟ ଅଜଗର ପେଟରୁ ଗତକାଲି ଉଦ୍ଧାର କରିଥିଲେ ।

bhaskar

ପୁଲିସ୍ ସୁଚନା ଅନୁଯାୟୀ , ମୃତ ମହିଳାଙ୍କ ନାମ ‘ବା ତିବା’ ହୋଇଥିବା ବେଳେ ତାଙ୍କ ବୟସ ୫୪ ବର୍ଷ ରହିଥିଲା । ତାଙ୍କୁ ଶେଷ ଥର ପାଇଁ ଗୁରୁବାର ଦିନ ମାବୋଲୁ ଗ୍ରାମରେ ତାଙ୍କ ଘର ବଗିଚାରେ ଦେଖାଯାଇଥିଲା। ତାହା ପରଠାରୁ ମହିଳାଙ୍କର କୌଣସି ଖବର ମିଳିନଥିବା ବେଳେ ପରିବାର ପରିଜନ ତାଙ୍କୁ ଖୋଜିବାରେ ଲାଗିପଡ଼ିଥିଲେ । ତିବାଙ୍କର ଦୁଇଟି ପୁଅ ରହିଥିବା ବେଳେ ନିଖୋଜ ମା କୁ ଖୋଜିବା ପାଇଁ ଦୁଇ ପୁଅ ଅଣ୍ଟା ଭିଡ଼ିଥିଲେ ।

ତିବାଙ୍କୁ ଖୋଜାଖୋଜି ସମୟରେ ତାଙ୍କ ପୁଅଙ୍କୁ ବଗିଚା ପାଖରେ କିଛି ଚିହ୍ନ ଦେଖାଯାଇଥିବା ବେଳେ ସେଥିରୁ ପ୍ରାୟ ୩୦ ମିଟର ଦୁରରେ ଟର୍ଚ୍ଚ , ଚପଲ ଆଦି ମିଳିଥିଲା । ସେହି ନିକଟରେ ଏକ ବିରାଟ ଅଜଗର ଶୋଇଥିବା ନଜର ଆସିବା ସହ ତାହାର ପେଟ ଫୁଲିଥିବା ଦେଖାଯାଇଥିଲା । ଅଜଗରଟିର ପେଟରେ କିଛି ବଡ଼ ଜିନିଷ ରହିଥିବା ନଜର ଆସିଥିଲା । ଯାହାପରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ସହ ଗ୍ରାମବାସୀଙ୍କ ସାହାଯ୍ୟରେ ଅଜଗରକୁ ନିୟନ୍ତ୍ରିତ କରି ତାହାକୁ କାଟି ତା ପେଟ ମଧ୍ୟରୁ ମହିଳାଙ୍କ ଗଳିତ ମୃତ ଶରୀରକୁ ବାହାର କରାଯାଇଥିଲା ।ମହିଳାଙ୍କ ମୁଣ୍ଡ ଅଜଗରର ଲାଞ୍ଜ ଆଡ଼କୁ ରହିଥିବା ବେଳେ ମୁଣ୍ଡ ଆଡ଼କୁ ମହିଳାଙ୍କ ଗୋଡ଼ ରହିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଭରି ଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button