ବିଚାର

ସ୍ବୟଂ ମାତା ଲକ୍ଷ୍ମୀଙ୍କ ଅନୁଯାୟୀ , ଯେଉଁ ସ୍ତ୍ରୀ ଏହି ସମୟରେ ଲଗାଇଥାଏ ଝାଡ଼ୁ । ସେହି ଘରକୁ ଆସିଥାଏ ଦାରିଦ୍ର୍ୟତା

ମାତା ଲକ୍ଷ୍ମୀ ହେଉଛନ୍ତି ଧନ ଏବଂ ଐଶ୍ୱର୍ଯ୍ୟର ଦେବୀ । ତେଣୁ ମାତା ଲକ୍ଷ୍ମୀ ଯାହା ଉପରେ ପ୍ରସନ୍ନ ହୁଅନ୍ତି ସେ ସର୍ବଦା ଖୁସିରେ ଜୀବନ ବିତାଇଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ କିଛି ଏପରି ଜିନିଷ ଅଛି ଯାହାକୁ ପ୍ରତ୍ୟେକ ବ୍ୟକ୍ତି ଘରେ ନିଶ୍ଚୟ ରଖିବା ଉଚିତ ଏବଂ ତାହାର ଉଚିତ ବ୍ୟବହାର ସହିତ ପୂଜା ମଧ୍ୟ କରିବା ଉଚିତ । ତେବେ ସେହି ସବୁ ଜିନିଷ ମଧ୍ୟରେ ଝାଡ଼ୁ , ତୁଳସୀ ଗଛ , ମଙ୍ଗଳସୁତ୍ର , ପଦ୍ମଫୁଲ , ଶଙ୍ଖ , ଶ୍ରୀଯନ୍ତ୍ର ଇତ୍ୟାଦି ରଖିବା ଉଚିତ । ଏସବୁ ମଧ୍ୟରେ ମହତ୍ତ୍ୱପୂର୍ଣ୍ଣ ହେଉଛି ଝାଡ଼ୁ । ଝାଡ଼ୁ ଘରକୁ ପରିଷ୍କାର କରି ନକରାତ୍ମକତାକୁ ଦୂର କରିବାରେ କାମ କରିଥାଏ ତେଣୁ ଏହା ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯେଉଁ ଘର ପରିଷ୍କାର ପରିଚ୍ଛନ୍ନ ଥାଏ ସେହି ଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ।

ଝାଡୁ ପୂଜନୀୟ ଅଟେ ତେଣୁ ଏହାକୁ ସର୍ବଦା ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ଉଚିତ । ନଚେତ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ଝାଡୁରେ ଗୋଡ଼ ବାଜିଲେ ସଙ୍ଗେ ସଙ୍ଗେ ପ୍ରଣାମ କରି ମାତା ଲକ୍ଷ୍ମୀଙ୍କୁ କ୍ଷମା ପ୍ରାର୍ଥନା କରିନେବା ଉଚିତ । ଝାଡୁରେ ଅତି ଅପରିଷ୍କାର ବସ୍ତୁ ସଫା କରିବା ଉଚିତ ନୁହେଁ । ଏହାବ୍ୟତୀତ ଝାଡ଼ୁକୁ ସର୍ବଦା ଲୋକଲୋଚନରୁ ଦୂରେଇ ରଖିବା ଉଚିତ । ଝାଡୁ ଲକ୍ଷ୍ମୀ ସଦୃଶ୍ୟ ତେଣୁ ଏହାକୁ ଧନ ଭଳି ଲୁଚାଇ ରଖିବା ଉଚିତ । ଯଦି ବାହାର ଲୋକଙ୍କ ନଜର ଏହା ଉପରେ ପଡ଼ିଥାଏ ତେବେ ଖର୍ଚ୍ଚ ବଢ଼ିଥାଏ । ଝାଡ଼ୁକୁ ବ୍ୟବହାର ପୂର୍ବରୁ ପ୍ରଣାମ କରିବା ଦ୍ୱାରା ଝାଡୁରେ ଥିବା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଝାଡ଼ୁକୁ ରଖିବା ପାଇଁ ଉଚିତ ଦିଗ ହେଉଛି ପଶ୍ଚିମ ଦିଗ ।

ଝାଡୁକୁ ପଶ୍ଚିମ ଦିଗରେ ରଖିଲେ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ । ଝାଡ଼ୁକୁ ରୋଷେଇ ଘରେ ରଖିବା ଦ୍ବାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଝାଡ଼ୁକୁ ଛିଡ଼ା କରି ରଖିଲେ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ଚାଲି ଯାଆନ୍ତି । ଝାଡ଼ୁକୁ ମଝିରେ ମଝିରେ ବଦଳାଇ ଦେବା ଉଚିତ । ସେଥିରେ କୌଣସି ଜୀବଜନ୍ତୁଙ୍କୁ ମାରିବା ଦ୍ୱାରା ପାପ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ ଝାଡୁ ଲଗାଇବାର ଉଚିତ ସମୟ ହେଉଛି ସୂର୍ଯ୍ୟ ଉଦୟ । ଏହି ସମୟରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ ଏବଂ ଝାଡ଼ୁ ଲଗାଇବା ଦ୍ୱାରା ସବୁ ନକରାତ୍ମକ ଶକ୍ତି ବାହାର ହୋଇଯାଏ । କିନ୍ତୁ କେବେବି ସନ୍ଧ୍ୟା ସମୟରେ କିମ୍ବା ସୂର୍ଯ୍ୟ ଅସ୍ତ ପରେ ଝାଡୁ ଲଗାଇବା ଉଚିତ ନୁହେଁ । ନଚେତ ଏହାଦ୍ବାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

ଘରର ସଦସ୍ୟ କୌଣସି କାର୍ଯ୍ୟ ନିମନ୍ତେ ବାହାରକୁ ଯାଉଥିଲେ ସେହି ସମୟରେ ଝାଡୁ ଲଗାଇବା ବର୍ଜିତ ଅଟେ । ଭୁଲରେବି ନିଜ ଘରର ଝାଡୁ ଅନ୍ୟ କାହାକୁ ଧାରରେ ଦିଅନ୍ତୁ ନାହିଁ କାରଣ ଏହାଦ୍ୱାରା ଘରର ଲକ୍ଷ୍ମୀ ଅନ୍ୟ ଘରକୁ ଚାଲି ଯାଆନ୍ତି । ଆପଣ ଚାହିଁଲେ ନୂଆ କିଣି ଦେଇ ପାରିବେ । ଝାଡୁ କିଣିବାର ସବୁଠାରୁ ଉତ୍ତମ୍ବ ବାର ହେଉଛି ଶନିବାର । ମାତ୍ର ଶନିବାର ଦିନ ନୂଆ ଝାଡୁ ଆଣି ତାହାକୁ ପୂଜା କରିବା ପରେ ହିଁ ବ୍ୟବହାର କରନ୍ତୁ । ପୁରୁଣା ଝାଡ଼ୁକୁ ଏକାଦଶୀ କିମ୍ବା ଗୁରୁବାର ଦିନ ଘରୁ ବାହାର କରିବା ଉଚିତ ନୁହେଁ । ଘରେ ଆର୍ଥିକ ସମସ୍ୟା ଥିଲେ ଘରେ ଗୁରୁବାର ଦିନ ମାତା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ଝାଡ଼ୁର ପୂଜା ମଧ୍ୟ କରନ୍ତୁ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button