ରାଜନୀତି

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ NBF ପ୍ରତିନିଧି ଦଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲା ନ୍ୟୁଜ୍ ବ୍ରଡକାଷ୍ଟର୍ସ ଫେଡେରେସନ୍(NBF) ପ୍ରତିନିଧି ଦଳ। ପ୍ରଧାନମନ୍ତ୍ରୀଙ୍କ 7-ଲୋକକଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଗତକାଲି ଏହି ସାକ୍ଷାତ ଆଲୋଚନା ହୋଇଥିଲା। ଦେଶର ନ୍ୟୁଜ୍ ମିଡିଆ ଇଣ୍ଡଷ୍ଟ୍ରିର ବିଭିନ୍ନ ସମସ୍ୟା ଉପରେ NBF ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।

ପାଖାପାଖି ଘଣ୍ଟାଏ ଧରି ଚାଲିଥିଲା ବୈଠକ। ଏହି ଅବସରରେ ଦେଶରେ ସମ୍ବାଦ ପ୍ରସାରଣ ସଂସ୍ଥା ସମ୍ମୁଖୀନ ହେଉଥିବା ସମସ୍ୟା ଓ ସେମାନଙ୍କ ଆଗରେ ଥିବା ସମ୍ଭାବନା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା।

NBF ଅଧ୍ୟକ୍ଷ ଅର୍ଣ୍ଣବ ଗୋସ୍ୱାମୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ଥିଲେ ଦେଶର ପ୍ରମୁଖ ଆଞ୍ଚଳିକ ଓ ଜାତୀୟ ସମ୍ବାଦ ପ୍ରସାରଣ ସଂସ୍ଥାର ପ୍ରତିନିଧି। ସେମାନଙ୍କ ଭିତରେ ଥିଲେ ଓଟିଭି ନେଟୱର୍କର କୋ-ଫାଉଣ୍ଡର ତଥା ପରିଚାଳନା ନିର୍ଦ୍ଦେଶିକା ଜଗୀ ମଙ୍ଗତ ପଣ୍ଡା। ସମ୍ବାଦ ପ୍ରସାରଣ ଶିଳ୍ପର ବିକାଶ ଦିଗରେ ଭବିଷ୍ୟତ ରୋଡମ୍ୟାପ୍ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା। ଦ୍ରୁତ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଡିଜିଟାଇଜେସନ୍ ମଧ୍ୟରେ ସମ୍ବାଦ ପ୍ରସାରଣ ଶିଳ୍ପକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

NBF ହେଉଛି ଦେଶର ସର୍ବବୃହତ ନ୍ୟୁଜ୍ ବ୍ରଡକାଷ୍ଟର ସଂସ୍ଥା। ଏଥିରେ ୭୦ରୁ ଅଧିକ ସମ୍ବାଦ ପ୍ରସାରଣକାରୀ ସଂସ୍ଥା ରହିଛନ୍ତି। ଏହା ଅଧିନରେ ଦେଶର ୨୫ରୁ ଅଧିକ ରାଜ୍ୟରେ ୧୪ରୁ ଅଧିକ ଭାଷାରେ ଖବର ପ୍ରସାରଣ ହେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button