ଦେଶ ବିଦେଶ

ବ୍ରିଟେନରେ ଏସୀୟ ଧନୀ ତାଲିକାରେ ଋଷି ସୁନକ ସାମିଲ୍

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ଧର୍ମପତ୍ନୀ ଅକ୍ଷତା ମୂର୍ତ୍ତି ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ଏସୀୟ ଧନୀ ବ୍ୟକ୍ତିଙ୍କ ସୂଚୀରେ ଶୀର୍ଷରେ ଅଛନ୍ତି ହିନ୍ଦୁଜା ପରିବାର । ୭୯୦ ମିଲିୟନ ପାଉଣ୍ଡ(ପାଖାପାଖି ୭୮, ୧୧, ୩୯, ୨୦, ୨୦୦ ଟଙ୍କା)ର ଆନୁମାନିକ ସମ୍ପତ୍ତି ସହ ପ୍ରଧାନମନ୍ତ୍ରୀ ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତି ତାଲିକାରେ ୧୭ତମ ସ୍ଥାନରେ ରହିଛନ୍ତି । ଉଲ୍ଲେଖନୀୟ ଅକ୍ଷତାଙ୍କ ବାପା ହେଉଛନ୍ତି ଭାରତୀୟ ଆଇଟି କମ୍ପାନୀ ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି। ଚଳିତବର୍ଷ ତାଲିକାରେ ସାମିଲ୍ ଏସୀୟ ବିତ୍ତଶାଳୀଙ୍କ ମୋଟ୍ ସମ୍ପତ୍ତିର ପରିମାଣ ୧୧୩.୨ ବିଲିୟନ ପାଉଣ୍ଡ । ଏହି ସମ୍ପତ୍ତି ଗତବର୍ଷ ତୁଳନାରେ ୧୩.୫ ବିଲିୟନ ପାଉଣ୍ଡ ଅଧିକ ରହିଛି ।

ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ୩୦.୫ ବିଲିୟନ ପାଉଣ୍ଡ ସହ ହିନ୍ଦୁଜା ପରିବାର କ୍ରମାଗତ ଅଷ୍ଟମ ଥର ଶୀର୍ଷରେ ଅଛନ୍ତି। ଗତ ବର୍ଷ ତୁଳନାରେ ଏଥର ହିନ୍ଦୁଜା ପରିବାରଙ୍କ ସଂପତ୍ତିରେ ୩ ବିଲିୟନ ପାଉଣ୍ଡ ବୃଦ୍ଧି ଘଟିଛି । ଚଳିତ ବର୍ଷ ଏସୀୟ ଧନୀ ତାଲିକାରେ ୟୁକେର ୧୬ କୋଟିପତି ସାମିଲ୍ । ଗତବର୍ଷ ଏଥିରେ ୧୫ ଜଣ କୋଟିପତି ରହିଥିଲେ। ଲାଙ୍କେଟଷ୍ଟରର ଡଚି ଚାନସେଲର ପୁରସ୍କାର ସମାରୋହକୁ ସମ୍ଵୋଧିତ କରି ଋଷି ସୁନକଙ୍କ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ପ୍ରତି ବର୍ଷ ବ୍ରିଟିଶ ଏସୀୟ ସମୁଦାୟଙ୍କ ପତିଆରା ବଢିବାରେ ଲାଗିଛି। କାରଣ ଏସୀୟ ସମୁଦାୟଙ୍କଠାରେ କଠୋର ପରିଶ୍ରମ, ଦୃଢ ସଂକଳ୍ପ ଏବଂ ସାମର୍ଥ୍ୟ ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ବ୍ରିଟେନରେ ଏସୀୟ ଧନୀଙ୍କ ତାଲିକାରେ ସାମିଲ୍ ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର ଭାରତୀୟ ମୂଳ ନିବାସୀ ଭାବେ ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସୁନକ ୨୦୦୧ରୁ ୨୦୦୪ ପର୍ୟ୍ୟନ୍ତ ନିବେଶ ବ୍ୟାଙ୍କ, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଳେଷକ ଥିଲେ। ୟୁକେର ସବୁଠୁ ଧନୀ ସାଂସଦଙ୍କ ତାଲିକାରେ ସାମିଲ୍ ସୁନକ ୨୦୧୫ରେ ପ୍ରଥମ ଥର ୟୁକେର ସଂସଦକୁ ନିର୍ବାଚିତ ହୋଇଥିଲେ। ସୁନକ ୟର୍କସାୟରର ଚିଚମଣ୍ଡ ଆସନରୁ ବିଜୟୀ ହୋଇଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button