ଗଙ୍ଗା ନଦୀରେ ଖେଳୁଥିବାର ଦେଖାଯାଇଥିବା ଡଲଫିନ୍ର ଏହା ହେଉଛି ସତ୍ୟ!

ସୋଶିଅଲ ମିଡିଆ ରେ ମେରଠର ଗୋଟେ ଭିଡିଓ ବହୁତ ଭାଇରଲ ହୋଇଛି, ତେବେ ଏହି ଭିଡିଓ ରେ ଡଲଫିନ ପାଣିରେ ଖେଳିବାର ଦେଖା ଯାଉଛନ୍ତି ଏହି ଭିଡିଓ ଇଣ୍ଡିଆନ ଫରେଷ୍ଟ ଅଫିସର ଆକାଶ ଦୀପ ବଧାବନ ନିଜ ଟ୍ଵିଟରରେ ଶେୟର କରିଥିଲେ, ଆକାଶ ଦୀପ ଏହାକୁ ଶେୟର କଲା ବେଳେ କ୍ୟାପଶନ ରେ ଲେଖିଥିଲେ ଲୁପ୍ତ ହେଉଥିବା ପ୍ରଜାତି ନେଶନାଲ ଏକ୍ଵାଟିକ ଏନିମଲ ଡାଲଫିନ କୁ ଗଙ୍ଗା ନଦିରେ ଖେଳିବାର ଦେଖିବା କୌଣସି ସୌଭାଗ୍ୟ ଠାରୁ କମ ନୁହ । କିନ୍ତୁ ଏହି ଭିଡିଓ ବର୍ଷେ ପୁରୁଣା ଅଟେ, ଯାହା ସୋମବାର ଦିନ ଟ୍ଵିଟ କରିଥିଲେ, ଆପଣଙ୍କୁ ଆମେ ଏହା ଜଣେଇଦବାକୁ ଚାହୁଁଛୁ ଯେ ଡଲଫିନ ମିଠା ଏବଂ ସଫା ପାଣି ରେ ଦେଖା ଯାଇଥାନ୍ତି ।
ଭାଇରଲ ହବା କିଛି ଘଣ୍ଟା ରେ ବହୁତ ଲୋକ ଏହି ଭିଡିଓକୁ ଦେଖି ସାରିଛନ୍ତି ଏବଂ ଲୋକଙ୍କୁ ଭିଡିଓ ଦେଖି ବହୁତ ପସନ୍ଦ ମଧ୍ୟ ଆସିଛି । ମେରଠ ଡିଏଫଓ ଅଦିତି ଶର୍ମା କହିଛନ୍ତି ଏବେ ଏହା କହିବା ଶୀଘ୍ର ହବ ଯେ ଲକଡାଉନ ପାଇଁ ଗଙ୍ଗା ପାଣି ସଫା ହୋଇଛି କାହିଁକିନା ଡଲଫିନ ଏଠାରେ ବହୁତ ବର୍ଷ ଧରି ବାସ କରନ୍ତି ଏବଂ ବହୁତ ଥର ଆପଣକ ଛୁଆଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସମୟରେ ଡଲଫିନକୁ ଗଙ୍ଗା ପାଣି କେତେ ଭଲ ଲାଗୁଛି ଏହାର ବୈଜ୍ଞାନିକ ପ୍ରମାଣ ଆମ ପାଖରେ ନାହିନ ।
ଆମର ଏଠାରେ ଗେଜେଟିକ ଡଲଫିନ ଦେଖିବାକୁ ମିଳନ୍ତି, ଯାହା ଗଭିର ଏବଂ ବହୁତ ସଫା ପାଣିରେ ଦେଖିବାକୁ ମିଳି ଥାନ୍ତି । ଲକଡାଉନ ପାଇଁ ଗଙ୍ଗା ପାଇଁ କେତେ ସଫା ହୋଇଛି ଏହାର ଡାଟା ବନ ବିଭାଗ ପାଖରେ ନାହିଁ । ତାଙ୍କ କହିବା ଅନୁଯାଇ ଡାଲଫିନ ସଂଖ୍ୟା ଏଠାରେ ୩୫ ଠାରୁ ଅଧିକ ଅଟେ, ହେଇ ପାରେ ଲକଡାଉନ ପାଇଁ ଗଙ୍ଗା ପାଣି ସଫା ହୋଇଥିବ । ଯେମିତିକି ହରିଦ୍ଵାର ରେ କୁହା ଯାଉଛି, କିନ୍ତୁ ଡଲଫିନ ଏଠାରେ ବହୁତ ସମୟ ଧରି ଅଛନ୍ତି । ଏହି ଭିଡିଓ ଗୋଟେ ବର୍ଷ ପୁରୁଣା ଅଟେ, ଏଠାରେ ଗୋଟେ ଆଇଏସଏଫ ଅଧିକାରୀ ଥିଲେ ଆକାଶ ଦୀପ ଯିଏ ଅଣ୍ଡର ଟ୍ରେନିଙ୍ଗ ଥିଲେ ଏହି ଭିଡିଓ ତାଙ୍କ ଦ୍ଵାରା ସୁଟ କରା ଯାଇଥିଲା ।
ପ୍ରାୟତଃ ଡଲଫିନ ଭାରତ, ବାଂଲାଦେଶ ଏବଂ ନେପାଲ ଗଙ୍ଗା ଏବଂ ବ୍ରମହ ପୁତ୍ର ରେ ଦେଖିବାକୁ ମିଳିଥାନ୍ତି, ଭାରତରେ ଡଲଫିନକୁ ନେଶନାଲ ଏକବାଟିକଏନିମଲ କୁହା ଯାଏ, ତେବେ ଏହାକୁ ଲୁପ୍ତ ପ୍ରଜାତି ମଧ୍ୟ କୁହନ୍ତି କିନ୍ତୁ ଏମିତି ଗଙ୍ଗା ନଦିରେ ଡଲଫିନ ଖେଳିବାର ଭିଡିଓ ସୋଶିଅଲ ମିଡିଆ ରେ ଲୋକ ଏହା ଉପରେ ଅଲଗା ଅଲଗା ପ୍ରତିକ୍ରିୟା କେବେ ଦେଇ ନଥିଲେ ।