ଦେଶ ବିଦେଶ

‘ଏଇଟା ଆମ ବିଲ୍’, ମହିଳା ସଂରକ୍ଷଣ ବିଲ୍ ଉପରେ କହିଲେ ସୋନିଆ ଗାନ୍ଧି – Utkal Mail


ନୂଆଦିଲ୍ଲୀ: ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ “ ନାରୀ ଶକ୍ତି ବନ୍ଦନା ବିଲ୍” ଆଗତ ହୋଇଛି। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନର କାର୍ଯ୍ୟ ନୂଆ ସଂସଦ ଭବନରେ ଆରମ୍ଭ ହୋଇଛି । ଅନ୍ୟପକ୍ଷରେ ସୋନିଆ ଗାନ୍ଧି ମଙ୍ଗଳବାର କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ୍ ଆମର। ଦୀର୍ଘ ଦିନ ଧରି କଂଗ୍ରେସ ଏହି ଦାବି ଉଠାଇଥିବାରୁ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରୁଛି ବୋଲି ସୋମବାର କହିଛି।

ଗୋଟିଏ ଦିନ ତଳେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ‘ଏକ୍ସ’ ଏକ ପୋଷ୍ଟରେ କହିଥିଲେ ଯେ ଆମେ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ ସ୍ୱାଗତ କରୁଛୁ ଏବଂ ବିଲ୍ ର ବିବରଣୀକୁ ଅପେକ୍ଷା କରୁଛୁ । ଏହା ଗୋପନୀୟତାର ପରଦାରେ କାମ କରିବା ପରିବର୍ତ୍ତେ ସହମତି ରେ ପହଞ୍ଚିପାରିଥାନ୍ତା।

ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ ଗତକାଲି କହିଥିଲେ, ଯଦି ସରକାର ମଙ୍ଗଳବାର ମହିଳା ସଂରକ୍ଷଣ ବିଲ୍ ଆଗତ କରନ୍ତି, ତେବେ ଏହା ୟୁପିଏ ସରକାରରେ କଂଗ୍ରେସ ଏବଂ ଏହାର ସହଯୋଗୀଙ୍କ ବିଜୟ ହେବ।  ୟୁପିଏ ସରକାର ସମୟରେ ଏହି ବିଲ୍ ୨୦୧୦ ମାର୍ଚ୍ଚ ୯ରେ ରାଜ୍ୟସଭାରେ ପାରିତ ହୋଇଥିଲା, କିନ୍ତୁ ଲୋକସଭାରେ ଏହା ପାରିତ ହୋଇପାରିନଥିଲା।

ଆସନ୍ତା କାଲି ଅର୍ଥାତ୍, ବୁଧବାର ଲୋକସଭାରେ ଏହି ବିଲ ଉପରେ ଚର୍ଚ୍ଚା ହେବ । ତେବେ କଂଗ୍ରେସ ଓ ଅନ୍ୟ କେତେକ ପ୍ରମୁଖ ବିରୋଧୀ ଦଳ ମଧ୍ୟ ଏହି ବିଲକୁ ସମର୍ଥନ କରୁଥିବାରୁ ଏହି ବିଲ୍ ଗୃହୀତ ହେବା କଷ୍ଟକର ହେବ ନାହିଁ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button