ମନୋରଞ୍ଜନ

ତୁମ ଦ୍ବାରା ହେବନାହିଁ; ୟୁଟ୍ୟୁବର ଏଲଭିସ୍ ଅଭିନୟ କରିବାରୁ ଟ୍ରୋଲ କଲେ ଲୋକେ – Utkal Mail


ମୁମ୍ବାଇ: ଟ୍ରୋଲ ହେଲେ ବିଗ୍ ବସ୍ ଓଟିଟି-୨ର ବିଜେତା ତଥା ୟୁଟ୍ୟୁବର-ଅଭିନେତା ଏଲଭିସ୍ ଯାଦବ। ବିଗ୍ ବସ ପରେ ଏକ ମ୍ୟୁଜିକ୍ ଭିଡିଓ କରିଥିଲେ ଏଲଭିସ୍। ଏବେ ଏକ ଗୀତରେ ରିଲ୍ସ କରି ଏଲଭିସ୍ ଟ୍ରୋଲ ହୋଇଥିବା ଦେଖାଯାଇଛି। ରିଲ୍ସରେ ସେ କରିଥିବା ଅଭିନୟ ଲୋକଙ୍କୁ ପସନ୍ଦ ନଆସିବାରୁ ତୁମ ଦ୍ବାରା ହେବ ନାହିଁ। ଅଭିନୟ ଛାଡ଼ ବୋଲି କହିବା ଆରମ୍ଭ କରିଛନ୍ତି ଇନଷ୍ଟା ବ୍ୟବହାରକାରୀ। ଗାୟକ ବିପ୍ରାକ୍ ଗାଇଥିବା ଗୀତରେ ରିଲ୍ସ କରି ଇନଷ୍ଟାରେ ସେୟାର କରିବା ସହ କ୍ୟାପସନରେ ଏଲଭିସ୍ ଲେଖିଥିଲେ, ମୋତେ ଅଟକାଇ ଦିଅ। ମୁଁ ଭୁଲ ରାସ୍ତାରେ ଯାଉଛି। ମୋ ଭାଇ ବିପ୍ରାକ୍ ଏହି ସୁନ୍ଦର ଗୀତ ଗାଇଛନ୍ତି।

ତାଙ୍କର ଏହି ରିଲ୍ସ ଏବେ ଭାଇରାଲ ହେଉଥିବା ବେଳେ ତାଙ୍କ ଅଭିନୟକୁ ଦେଖି ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ବହୁତ ଭଲ ଭାଇ। ମୁଁ ଏବେ ଅନଫଲୋ କଲି।’ ଅନ୍ୟ ଜଣେ ଲେଖିଛନ୍ତି, ‘ଭଲ ଅଭିନୟ କରିଛ। ହେଲେ ଇଣ୍ଟରନେଟ ବନ୍ଦ କରି ଅପଲୋଡ କର।’ ଆଉ ଜଣେ ବ୍ୟବହାରକାରୀ, ‘ଏ ଅର୍ଜୁନ କପୁର ଓ ସଲମାନ ଖାନଙ୍କୁ ଅଭିନୟ କରିପାରୁନଥିବାରୁ ଟ୍ରୋଲ କରୁଥିଲା। ଏବେ ନିଜର ଅବସ୍ଥା ସେଇୟା।’

ତେବେ ଏଲଭିସଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ଅଭିନୟ ନକରିବାକୁ ପରାମର୍ଶ ଦେଉଥିବା ‌କମେଣ୍ଟ ବକ୍ସରେ ଦେଖିବାକୁ ମିଳିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button