ଜୀବନଶୈଳୀ

୮୫ ବର୍ଷୀୟ ବୁଢୀ ମା କୁ ଘରୁ ବାହାର କରିଦେଲେ ନିର୍ଦ୍ଦୟୀ ପୁଅମାନେ, ହେଲେ ସେହି ମା ପୋଲିସ୍ ଆଗରେ ଯାହା କହିଲେ ଶୁଣିଲେ ଆପଣ ବି କାନ୍ଦି ପକେଇବେ

ବାପା-ମା ନିଜ ସନ୍ତାନମାନଙ୍କ ଖୁସି ପାଇଁ ପୂରା ଜୀବନ ଲଗେଇ ଦିଅନ୍ତି. ଗରିବ ବାପା-ମା ନିଜ ସନ୍ତାନମାନଙ୍କ ପାଇଁ ଅଇଁଠା ବାସନା ମଧ୍ୟ ମାଜିଥାନ୍ତି. ହେଲେ ବଡ ହେଲା ପରେ ସେହି ପୁଅମାନେ ବାପା-ମା ଙ୍କୁ ଘରୁ ବାହାର କରିଦିଅନ୍ତି। ଖାଇବାକୁ ଦାନା ଟିକେ ବି ଦିଅନ୍ତିନି। ନିଜ ସନ୍ତାନ ମା ଉପରେ ଯେତେ ବି ଅତ୍ୟାଚାର କରୁ ନା କାହିଁକି ହେଲେ ମା ର ହୃଦୟ ବହୁତ୍ ବଡ ସେ କେବେ ବି ନିଜ ସନ୍ତାନ ମାନଙ୍କ ଖରାପ ଚାହେଁନି। ଆଜି ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବତେଇବାକୁ ଯାଉଛୁ।

ଏହା ହେଉଛି ଉତ୍ତରପ୍ରଦେଶର ହାପୁଡର ଘଟଣା ଅଟେ। ଝଡାପୁର ଗ୍ରାମର ଜୟପାଲିଙ୍କ ସ୍ଵାମୀ ହୋସିଆର୍ ସିଂ ରୋଗ ଗ୍ରସ୍ତ ହେଇ ମରିଯାଇଛନ୍ତି। ୮୫ ବର୍ଷୀୟ ଜୟପାଲିଙ୍କ ତିନି ଜଣ ପୁଅ ଅଛନ୍ତି। ଆଉ ତିନି ଜଣ ଯାକ ଭଲ ରୋଜଗାର କରନ୍ତି। ପିତାଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି ତିନି ପୁଅ ମଧ୍ୟରେ ସମାନ ଭାବରେ ବଣ୍ଟା ହୋଇସାରିଛି। ତିନି ପୁଅ ସମ୍ପତ୍ତି ମିଳିବା ପରେ ହି ମା କୁ ଘରେ ରଖିବା ପାଇଁ ମନା କରିଦେଲେ। ଆଉ ମା କୁ ଘରୁ ବାହାର କରିଦେଲେ। ବିଚାରୀ ବୁଢୀ ମା ରାସ୍ତାକୁ ପଳେଇ ଆସିଲେ।

 

ବୁଢୀ ମା ପାଖରେ ରହିବା ପାଇଁ କିଛି ସାହାରା ନଥିଲା। କାନ୍ଦି କାନ୍ଦି ରାସ୍ତା କଡରେ ବସିପଡିଲେ। ଏହା ପୋଲିସ୍ ର ନଜରରେ ପଡିଲା ପୋଲିସ୍ ବୁଢୀ ମହିଳା କୁ ଏହା କାରଣ ପଚାରିଲେ। ବିଚାରୀ ବୁଢୀ ମା ବହୁତ୍ କାନ୍ଦି କାନ୍ଦି ନିଜର ସବୁ କାହାଣୀ ପୋଲିସକୁ ବତେଇଲେ ଯାହାକୁ ଶୁଣି ଇନସପେକ୍ଟରଙ୍କ ଆଖି ଲୁହରେ ଭରିଗଲା ସେ ବୁଢୀ ମହିଳାଙ୍କୁ ନିଜ ଘରକୁ ନେଇ ଖାଇବାକୁ ଦେଲେ ଆଉ ତିନିଜଣ ପୁଅକୁ ଥାନାକୁ ଡକେଇଲେ।

ଯେବେ ତିନି ପୁଅ ଥାନାରେ ପହଞ୍ଚିଲେ ଇନସପେକ୍ଟର ତାଙ୍କୁ ସମସ୍ତଙ୍କ ଆଗରେ ବହୁତ୍ ଗାଳି କଲେ। ଇନସପେକ୍ଟର ଯେବେ ବୁଢୀ ମା କୁ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ଦେବାକୁ କହିଲେ। ହେଲେ ମା ର ହୃଦୟ ମମତାରେ ଭରିହୋଇଥାଏ। ଆଉ ନିଜ ହି ପୁଅମାନଙ୍କ ନାମରେ କେମିତି ଅଭିଯୋଗ ଲେଖେଇ ପାରିବ।

 

ବୁଢୀ ମା ଇନସପେକ୍ଟରଙ୍କ ଆଗରେ ହାତ ଯୋଡି କହିଲେ କି ସେମାନଙ୍କ ନାମରେ କିଛି ବି କାର୍ଯ୍ୟକାରୀ କରନ୍ତୁ ନାହିଁ । ମୁଁ ଆଉ କେତେ ବର୍ଷ ବି ବଞ୍ଚିବି ବାହାରେ କୋଉଠି ପଡି ଜୀବନ କାଟିଦେବି। ମା ର ଏହି କଥା ଶୁଣି ତିନି ପୁଅ ଓ ଇନସପେକ୍ଟରଙ୍କ ଆଖି ଲୁହରେ ଭରିଗଲା। ଶେଷରେ ତିନି ପୁଅ ନିଜ ମା କୁ ଘରକୁ ନେବା ପାଇଁ ନିଷ୍ପତ୍ତି ନେଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button