ଧର୍ମ

ଶ୍ରୀକ୍ଷେତ୍ର ଭଗବତୀ କୋଟର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ

ଶ୍ରୀମନ୍ଦିରକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ପାଇଁ ଏହାର ଚତୁର୍ପାର୍ଶ୍ୱରେ ପ୍ରତିଷ୍ଠା କରାଯାଇଥିଲା କୋଟ ଅର୍ଥାତ ସନ୍ୟ ମାନଙ୍କ ଆଶ୍ରୟସ୍ଥଳ । ଏହି ସବୁ ସ୍ଥାନର ସୁରକ୍ଷା ପାଇଁ ପ୍ରତିଷ୍ଠିତ ହୋଇଥିଲେ ଶକ୍ତି ସ୍ୱରୂପା ଦେବୀମାନେ। ତନ୍ତ୍ର ସାଧନ ଦ୍ୱାରା ଏହିସବୁ ଦେବୀ ଅତ୍ୟନ୍ତ ଶକ୍ତି ସମ୍ପର୍ଣ୍ଣ ଥିଲେ। ସେମାନଙ୍କ ମଧ୍ୟରୁ ଭଗବତୀ କୋଟର ଅଧିଷ୍ଠାତ୍ରୀ ଦେବୀ ମା ଭଗବତୀ ହେଉଛନ୍ତି ଅନ୍ୟତମ।

ଶ୍ରୀମନ୍ଦିରର ଉତ୍ତର – ପଶ୍ଚିମ କୋଣରେ ମା ଭଗବତୀଙ୍କ ମନ୍ଦିର ଅବସ୍ଥିତ। ମାର୍କଣ୍ଡେଶ୍ଵର ସାହିର ଆରାଧ୍ୟ ଓ ଭଗବତୀ କୋଟର ଅଧିଷ୍ଠାତ୍ରୀ ଦେବୀ ହେଲେ ମା ଭଗବତୀ। ମା ଙ୍କ ସ୍ୱରୂପ ହେଉଛି ସିଂହବାହିନୀ ଓ ମହିଷାସୁର ମର୍ଦ୍ଦିନୀ। ମା’ଙ୍କ ମନ୍ଦିର ରେ ଦଶମହାବିଦ୍ୟା, ହନୁମାନ ଓ ରାମକୃଷ୍ଣ ମଧ୍ୟ ପୂଜା ପାଉଛନ୍ତି। ମା ପରମ ବୈଷ୍ଣବୀ। ଚୈତ୍ର ଓ ଆଶ୍ଵିନ ମାସର ପୂଜାରେ ମା ଙ୍କ ର କେବଳ ଶଙ୍ଖୁଡ଼ି ଭୋଗ ହୋଇଥାଏ। ଅନ୍ୟଦିନ ଏଠାରେ କେବଳ ଶୁଖୁଲି ଭୋଗ ଲାଗିଥାଏ। ଏହି ମନ୍ଦିରଟି ଶ୍ରୀମନ୍ଦିର ସହିତ ଓତଃପ୍ରୋତ ଭାବରେ ଜଡିତ।

ମା ଙ୍କର ଆଶ୍ଵିନ ମାସର ଷୋଳପୂଜାରେ ପ୍ରତିଦିନ ବିଭିନ୍ନ ବେଶ ଅନୁଷ୍ଠିତ ହୋଇଥାଏ। ମାର୍କଣ୍ଡ ପୁଷ୍କରିଣୀକୁ ନୀତି ପାଇଁ ଚଳନ୍ତି ପ୍ରତିମା ବିଜେ କଲାବେଳେ ମା ଙ୍କ ମନ୍ଦିର ପାଖରେ ପନ୍ତି ଭୋଗ ହୋଇଥାଏ। ନୃସିଂହ ଜନ୍ମର ନୀତି ଭଗବତୀ କୋଟରେ ସମ୍ପନ୍ନ ହୁଏ। ଏହା ଛଡ଼ା ଶ୍ରୀମନ୍ଦିରର ରାମ ଜନ୍ମ ଓ କୃଷ୍ଣ ଜନ୍ମ ପରେ ହେଉଥିବା ମାର୍କଣ୍ଡେଶ୍ଵର ସାହିର ପୁତନା ବଧ, ବନବାସ ଆଦି ନୀତି ଏଠାରେ ସମ୍ପନ୍ନ ହୋଇଥାଏ। ମା’ଙ୍କ ନିକଟକୁ ଖେଇ ହିସାବରେ ଶ୍ରୀମନ୍ଦିରରୁ ପ୍ରତ୍ୟହ ଚଢେଇନେଦା ଆସି ଅର୍ପଣ ହୋଇଥାଏ।

ଦେବୀ ଭଗବତୀ ଅତ୍ୟନ୍ତ କରୁଣାମୟୀ। ଶାକ୍ତ ମତର ପ୍ରତ୍ୟକ୍ଷ ଦେବୀ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଦେବୀ ପ୍ରତିଷ୍ଠିତା। ସମୟ ସ୍ରୋତରେ ଅନେକ କିଛି ପରିବର୍ତ୍ତନ ହୋଇଥିଲେ ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ବାହକ ହିସାବରେ ସିଏ ବିରାଜିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button