ମନୋରଞ୍ଜନ

ଗୀତ ପସନ୍ଦ ନଆସିବାରୁ ଲାଇଭ ସୋ’ରେ ଅକ୍ଷରାଙ୍କ ଉପରକୁ ଚେୟାର ଫିଙ୍ଗିଲେ ଲୋକେ – Utkal Mail


ନୂଆଦିଲ୍ଲୀ: ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂ ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଥାନ୍ତି। ବେଳେବେଳେ ସେ ତାଙ୍କ ଚଳଚ୍ଚିତ୍ର ମାଧ୍ୟମରେ ଏବଂ ବେଳେବେଳେ ମ୍ୟୁଜିକ୍ ଭିଡିଓ ମାଧ୍ୟମରେ ତାଙ୍କ ପ୍ରଶଂସକଙ୍କ ମନୋରଞ୍ଜନ କରୁଥିବା ଦେଖାଯାଏ। ନିକଟରେ ଅକ୍ଷରା ଏକ ଲାଇଭ ଇଭେଣ୍ଟରେ ଶହ ଶହ ପ୍ରଶଂସକଙ୍କ ଗହଣକୁ ଯାଇଥିଲେ। କିନ୍ତୁ ଏହି ସମୟରେ ଏପରି କିଛି ଘଟିଥିଲା ​​ଯାହା ଅଭିନେତ୍ରୀଙ୍କୁ ଚକିତ କରିଦେଇଥିଲା। ଇଭେଣ୍ଟରେ ହଠାତ୍ ଉତ୍ତେଜନା ଦେଖାଯିବା ସହ ଲୋକମାନେ ତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ। ପରିସ୍ଥିତି ଏଭଳି ହୋଇଥିଲା ‌ଯେ, ଅକ୍ଷରାଙ୍କୁ ଅଧାରୁ ସୋ’ ଛାଡ଼ିବାକୁ ପଡ଼ିଥିଲା।

ମିଳିଥିବା ସୂଚନା ମୁତାବକ, ନିକଟରେ ଆଇଏଏସ୍ ଅଧିକାରୀ ଅଭିଷେକ ସିଂ ଜୌନପୁରରେ ଗଣେଶ ଚତୁର୍ଥୀ ପାଇଁ ଏକ ଉତ୍ସବର ଆୟୋଜନ କରିଥିଲେ। ଏହି ତିନି ଦିନିଆ ଉତ୍ସବରେ ହନି ସିଂ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହା ପରେ ଅକ୍ଷରା ସିଂ ପହଞ୍ଚିଥିଲେ। ଇଭେଣ୍ଟରେ ପହଞ୍ଚିବା ମାତ୍ରେ ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ଦୁଇଟି ଗୀତ ଗାଇଥିଲେ ଏବଂ ଦର୍ଶକ ଏହାକୁ ବହୁତ ଉପଭୋଗ କରିଥିଲେ। ଏହା ପରେ ସେ ତୃତୀୟ ଗୀତ ଗାଇବା ଆରମ୍ଭ କରିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଏହି ଗୀତଟି ଥିଲା ‘ଜାନ ମାରେ ଲକ୍ଷ୍ନୌ ଲେହେଙ୍ଗା’। ଏହି ଗୀତ ଶୁଣି ଅନେକ ଲୋକ କ୍ରୋଧିତ ହେବା ସହ ଚେୟାର ଫିଙ୍ଗିବା ଆରମ୍ଭ କରିଥିଲେ। ପରିସ୍ଥିତି ଏତେ ଭୟାବହ ହୋଇଗଲା ଯେ, ପୁଲିସ ପାଇଁ ମଧ୍ୟ ଲୋକଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ହୋଇଯାଇଥିଲା।

ଅକ୍ଷରା ମଞ୍ଚ ଉପରୁ ଲୋକମାନଙ୍କୁ ଶାନ୍ତ ରହିବାକୁ କହିଥିଲେ, ହେଲେ କୌଣସି ସୁଫଳ ମିଳିନଥିଲା। ଶେଷରେ ତାଙ୍କୁ ଷ୍ଟେଜ୍ ଛାଡ଼ି ଯିବାକୁ ପଡ଼ିଥିଲା। ଏହି ଘଟଣାରେ ଅକ୍ଷରାଙ୍କୁ କୌଣସି ଆଘାତ ଲାଗିନଥିବା କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button