କ୍ରାଇମ

‘ମୋ ପୁଅର ଜନ୍ମଦିନରେ ତାର ସାଙ୍ଗମାନେ ଦେଲେ ମୃତ୍ୟୁ ଉପହାର’ – Utkal Mail


ନୂଆଦିଲ୍ଲୀ: କାନପୁରର ଏକ ଡେଣ୍ଟାଲ କଲେଜରେ ଏମବିବିଏମ ଛାତ୍ରଙ୍କ ମୃତଦେହ ମିଳିବା ପରେ ଚାରିଆଡେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକଙ୍କ ପରିବାର ଏହାକୁ ‌ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିବା ସହିତ ପୁଲିସ ଓ କଲେଜ ପରିଚାଳକଙ୍କ ବିରୋଧରେ ଅଭିଯୋଗ ବି କରିଛନ୍ତି।

ଏହି ଘଟଣା ବିଠୁର ଥାନା ଅଞ୍ଚଳର ରାମ ଡେଣ୍ଟାଲ କଲେଜରେ ଘଟିଛି। ଏଠାରେ ଗତରବିବାର ହଷ୍ଟେଲ ବେସମେଣ୍ଟରେ ଏମବିବିଏସ ଦ୍ବିତୀୟବର୍ଷର ଛାତ୍ର ସାହିଲ ସାରସ୍ବତ(୨୪)ଙ୍କ ମୃତଦେହ ମିଳିଥିଲା।

ରକ୍ତାକ୍ତ ଅବସ୍ଥାରେ ଛାତ୍ରଙ୍କ ମୃତଦେହ ମିଳିବା ପରେ କଲେଜରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଫରେନ୍ସିକ ଦଳ ସହିତ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। ଏହାପରେ ଛାତ୍ରଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା।

ମୃତକଙ୍କ ବାପା ବୃଜମୋହନ ସ‌ାରସ୍ବତଙ୍କ କହିବାନୁସାରେ, ‘ମୋ ପୁଅ ସାହିଲର ମୁଣ୍ଡରେ ଓ ଶରୀରରେ ଅନେକ ସ୍ଥାନରେ ଆଘାତ ଚିହ୍ନ ରହିଥିଲା। ସାଙ୍ଗସାଙ୍ଗ ଭିତରେ କୌଣସି କାରଣରୁ ଝଗଡ଼ା ହେବାପରେ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ମୁଁ କହିବି।  ପୁଲିସ କିନ୍ତୁ ଏହି ଘଟଣାକୁ ଗମ୍ଭୀରତା ସହ ନେଉନାହିଁ।

କ‌ଲେଜ ପରିଚାଳକ ବି ଏହି ହତ୍ୟା ଘଟଣାକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି। ୨୪ ନଭେମ୍ବରରେ ମୋ ପୁଅର ଜନ୍ମଦିନ ଥିଲା। ସେ ସାଙ୍ଗମାନଙ୍କୁ ଜନ୍ମଦିନର ଭୋଜି ବି ଦେଇଥିଲା। ପୁଅ ମୋ ସହିତ ଫୋନରେ କଥା ବି ହୋଇଥିଲା। କିନ୍ତୁ ତା’ପର ଦିନ ମୁଁ ତାର ମୃତ୍ୟୁ ଖବର ଶୁଣିଥିଲି। ସେ ଯଦି ବି କିଛି ଅସୁବିଧାରେ ଥାଆନ୍ତା ମୋତେ ନିଶ୍ଚୟ କହିଥାଆନ୍ତା। କିନ୍ତୁ ସେ ଖୁସିରେ ଥିଲା। ତା’ ସହିତ ଏମିତି ଘଟଣା ଘଟିଯିବ ମୁଁ କେବେ ଚିନ୍ତା କରି ନଥିଲି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button