ନୀତି

ଶାଢ଼ିରେ ମହିଳାଙ୍କ ଜୟଯାତ୍ରା : ପରିଧାନ ନୁହେଁ, ସଫଳତାର ମାପକାଠି – Utkal Mail


ଭାରତୀୟ ସଂସ୍କୃତିରେ ଶାଢ଼ି ମହିଳାଙ୍କର ଶ୍ରେଷ୍ଠ ବସ୍ତ୍ର ଭାବେ ବିବେଚିତ। ଶାଢ଼ି ପିନ୍ଧି ସର୍ବଦା ନିଜକୁ ଗର୍ବିତ ଅନୁଭବ କରୁଥିବା ଜଣେ ସଫଳ ବ୍ୟକ୍ତିତ୍ବ ହେଉଛନ୍ତି ଏଲ୍‌ଡେଲୱାଇସ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍‌ର କାର୍ଯ୍ୟନିର୍ବାହୀ ଅଧିକାରୀ ରାଧିକା ଗୁପ୍ତା। ସେ ଦେଇଥିବା ନାରୀ ସଶକ୍ତୀକରଣର ବାର୍ତ୍ତା ଏବେ ଚର୍ଚ୍ଚାର ବିଷୟ ହୋଇଛି।

‘ଚନ୍ଦ୍ରଯାନ-୩’ର ରୋଭର୍‌କୁ ଚନ୍ଦ୍ରର ଅନ୍ଧାର ପାର୍ଶ୍ବରେ ସୁରକ୍ଷିତ ଭାବେ ଅବତରଣ କରାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ‘ଇସ୍ରୋ’ର ମହିଳା ବୈଜ୍ଞାନିକଙ୍କ ଉପରେ ଆଲୋକପାତ କରି ରାଧିକା ଲେଖିଛନ୍ତି, ‘ଶାଢ଼ି ପିନ୍ଧିଥିବା ମହିଳାଙ୍କୁ ଆମେ ବର୍ଷ ବର୍ଷ ଧରି ରୋଷେଇ ଘର ଭିତରେ ସୀମିତ ଜଣେ ‘ସେବିକା’ ଦୃଷ୍ଟିରେ ଦେଖି ଆସିଛନ୍ତି। ମାତ୍ର ବାସ୍ତବରେ ତାଙ୍କଠାରୁ କେହି ଅଧିକ ଅତ୍ୟାଧୁନିକା ନୁହେଁ। ସେ ଭାରତର ସବୁଠୁ ବଡ଼ ବ୍ୟାଙ୍କ ଚଳାଇପାରନ୍ତି, ବିଲିଅନ୍‌ ଡଲାରର କମ୍ପାନି ସୃଷ୍ଟି କରିପାରନ୍ତି, ଦେଶର ଅର୍ଥନୀତି ପରିଚାଳନା କରିପାରନ୍ତି ଏବଂ ନିଶ୍ଚିତ ଭାବରେ ଆମକୁ ଚନ୍ଦ୍ରରେ ଅବତରଣ କରାଇପାରନ୍ତି। ତେଣୁ ଶାଢ଼ି ପରିହିତା ନାରୀର ଶକ୍ତିକୁ କେବେ ନୀଚା କରି ଦେଖନ୍ତୁ ନାହିଁ।’

‘ଇସ୍ରୋ’ର ମହିଳା ବୈଜ୍ଞାନିକମାନଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରୁଥିବାର ଏକ ଭିଡିଓ ସହ ରାଧିକା ନିଜର ଉପରୋକ୍ତ ବକ୍ତବ୍ୟ ରଖିଥିଲେ। ରାଧିକା କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ ଦୁର୍ଭାଗ୍ୟବଶତଃ ମହିଳାମାନଙ୍କୁ ସେମାନଙ୍କ ଚେହେରା ଓ ପରିଧାନ ଭିତ୍ତିରେ ବହୁତ ପରଖାଯାଏ। ମାତ୍ର ପୁରୁଷଙ୍କ କ୍ଷେତ୍ରରେ ସେଭଳି ହୁଏ ନାହିଁ। ଜଣେ ମହିଳା ଆଧୁନିକ ଅବା ପ୍ରଗତିଶୀଳ ହେବା ସହିତ ପାଶ୍ଚାତ୍ୟ ପୋଷାକ ପିନ୍ଧିବା କିମ୍ବା ଏକ ନିର୍ଦ୍ଦିଷ୍ଟ ଭାଷା କହିବା ଜଡ଼ିତ ନୁହେଁ। ତେଣୁ ମହିଳାଙ୍କ ପୋଷାକ ପରିଧାନ ନିର୍ବିଶେଷରେ ସେମାନଙ୍କ ସଫଳତାକୁ ପ୍ରଶଂସା କରିବା ଉଚିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button