ଦେଶ ବିଦେଶ

ମୋଦୀ ମୋଠାରୁ ଭଲ ବୁଝାମଣାକାରୀ: ଟ୍ରମ୍ପ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ ସେ ତାଙ୍କଠାରୁ ଭଲ ବୁଝାମଣାକାରୀ(ନେଗୋସିଏଟର୍‌) ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏକ ଦ୍ୱିପାକ୍ଷିକ ବୈଠକ ପରେ ଶୁଳ୍କ ଉପରେ ମୂଲଚାଲ କରିବାରେ କିଏ ଅଧିକ ଦକ୍ଷ ବୋଲି ପଚରାଯିବାରୁ ଟ୍ରମ୍ପ ହସିହସି ଏହି ମନ୍ତବ୍ୟ ଦେଇଥିଲେ। ବାଣିଜ୍ୟ ଶୁଳ୍କ ଉପରେ ଆଲୋଚନା ସମ୍ପର୍କରେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଶୁଳ୍କ କୋହଳ କରିବା, ଅଧିକ ଆମେରିକୀୟ ତୈଳ, ଗ୍ୟାସ ଓ ଯୁଦ୍ଧ ବିମାନ କିଣିବା ତଥା ରିହାତି ବିଷୟରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ଯାହା ବାଣିଜ୍ୟ ଯୁଦ୍ଧକୁ ରୋକିପାରେ। ଆମେରିକାର ଆମଦାନୀ ଉପରେ ଶୁଳ୍କ ଲଗାଇଥିବା ପ୍ରତ୍ୟେକ ଦେଶ ଉପରେ ଟ୍ରମ୍ପ ଜବାବୀ ଶୁଳ୍କ ପାଇଁ ଏକ ରୋଡ୍‌ମ୍ୟାପ୍ ଘୋଷଣା କରିବା ପରେ ଦୁଇ ନେତା ହ୍ୱାଇଟ୍ ହାଉସ୍‌ରେ ଏ ବିଷୟରେ ଆଲୋଚନା କରିଥିଲେ। ଯଦିଓ ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ ମୋଦୀଙ୍କ ସହ ଉଷ୍ମ ସମ୍ପର୍କ ଥିଲା, ତଥାପି ଗୁରୁବାର ସେ ପୁଣି ଥରେ କହିଛନ୍ତି ଯେ ଭାରତର ଶୁଳ୍କ ‘ବହୁତ ଅଧିକ’ ଏବଂ ଇସ୍ପାତ ଓ ଆଲୁମିନିୟମ ଉପରେ ତାଙ୍କର ପୂର୍ବ ଶୁଳ୍କ ଭାରତକୁ ବିଶେଷ ଭାବେ ପ୍ରଭାବିତ କଲେ ବି ଏହା ସହିତ ମେଳ ଖାଇବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button