ଦେଶ ବିଦେଶ

ହିମାଚଳରେ ବର୍ଷାର ତାଣ୍ଡବ: ଭୂସ୍ଖଳନ ନେଲା ୩୦ଜଣଙ୍କ ଜୀବନ, ବଢ଼ିପାରେ ମୃତ୍ୟୁସଂଖ୍ୟା – Utkal Mail


ନୂଆଦିଲ୍ଲୀ: ଉତ୍ତର ଭାରତର ପାହାଡ଼ିଆ ରାଜ୍ୟରେ ପ୍ରକୃତିର କରାଳ ରୂପ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବାର ଖବର ମିଳିଛି। ହିମାଚଳ ପ୍ରଦେଶରେ ଭୂସ୍ଖଳନ ଯୋଗୁଁ ପ୍ରାୟ ୩୦ଜଣ ପ୍ରାଣ ହରାଇଛନ୍ତି। ଏଥିସହିତ ୯ଜଣ ଏକ ମନ୍ଦିରର ଭଗ୍ନାଂଶ ତଳେ ପୋତି ହୋଇ ରହିଥିବା କୁହାଯାଉଛି। ହିମାଚଳ ସହ ଉତ୍ତରାଖଣ୍ଡରେ ମଧ୍ୟ ଭୂସ୍ଖଳନ ଓ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ଉତ୍ତରାଖଣ୍ଡର ଋଷିକେଶରେ ଦୁଇ ଜଣ ଲୋକ ବୁଡିଯାଇଥିବା ଖବର ମିଳିଛି, ଯେଉଁଥିରୁ ଜଣଙ୍କୁ ଉଦ୍ଧାର କରାଯାଇଛି ଏବଂ ଅନ୍ୟ ଜଣକୁ ଖୋଜା ଚାଲିଛି |

ହିମାଚଳ ପ୍ରଦେଶର ଅନେକ ଜିଲ୍ଲାରେ ୨୪ଘଣ୍ଟା ହେଲାଣି ଲଗାତାର ବର୍ଷା ହେଉଛି। ସୋଲାନରେ ବାଦଲ ଫଟା ବର୍ଷା ଯୋଗୁଁ ଗୋଟିଏ ପରିବାରର ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ସୋଲାନରେ ଦୁଇଟି ଘର ଧୋଇ ହୋଇଯାଇଥିବା ସାମ୍ନାକୁ ଆସିଛି। ବର୍ଷା ପାଇଁ ବନ୍ୟା ହେବାରୁ କିଛି ମନ୍ଦିର ଓ ସ୍କୁଲ ଘର ମଧ୍ୟ ଭୁଶୁଡି ପଡ଼ିଥିବାର ଖବର ମିଳିଛି।

ଲଗାତାର ବର୍ଷାକୁ ଦୃଷ୍ଟିରେ ରଖି ହିମାଚଳ ପ୍ରଦେଶ ସରକାର ଆଜି ହିମାଚଳ ପ୍ରଦେଶ ବିଶ୍ୱବିଦ୍ୟାଳୟରେ ହେବାକୁ ଥିବା କ୍ଲାସ ଏବଂ ସମସ୍ତ ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର। ଲଗାଣ ବର୍ଷା ପାଇଁ ଡେରାଡୁନ୍, ଟିହରୀ, ପୌଡୀ, ଚମ୍ପାୱତ, ନୈନିତାଲ, ଉଦ୍ଧମ ସିଂ ନଗର ଏବଂ ହରିଦ୍ୱାରରେ ରେଡ ଆଲର୍ଟ ଜାରି କରାଯାଇଛି। ଏହା ସହ ଲୋକଙ୍କୁ ବ‌ାହାରକୁ ନ ବାହାରିବ‌ା ପାଇଁ ମଧ୍ୟ କୁହାଯାଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button