ଦେଶ ବିଦେଶ

ମା’ଙ୍କୁ ନୁରି ନାମକ କୁକୁର ଉପହାର ଦେଇ ବିବାଦରେ ରାହୁଲ – Utkal Mail


ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇଥାହାଦୁଲ ମୁସଲିମ (ଏଆଇଏମ୍ଆଇଏମ୍)ର ରାଜ୍ୟ ମୁଖପାତ୍ର ମହମ୍ମଦ ଫରହାନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

ମହମ୍ମଦ ଫରହାନ ରାହୁଲଙ୍କ  ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆହ୍ଲାବାଦ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଆହ୍ଲାବାଦ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଆବେଦନର ଶୁଣାଣି ବେଳେ ନଭେମ୍ବର ୮ ତାରିଖରେ ବୟାନ ରେକର୍ଡ ପାଇଁ ଅଭିଯୋଗକାରୀଙ୍କୁ ଡକାଇଛନ୍ତି।

ଜିଟିବି ନଗରର ବାସିନ୍ଦା ଅଭିଯୋଗକାରୀ କହିଛନ୍ତି, ‘‘ସେ ବିଶ୍ୱସ୍ତ ସୂତ୍ର ତଥା ବିଭିନ୍ନ ଇଂରାଜୀ ଏବଂ ହିନ୍ଦୀ ଖବରକାଗଜ ମାଧ୍ୟମରେ ଜାଣିବାକୁ ପାଇଛନ୍ତି କି କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀର ୧୦ ଜନପଥ ବାସଭବନରେ ପ୍ରାଣୀ ଦିବସ ଅର୍ଥାତ୍  ଅକ୍ଟୋବର ୪ରେ ଭେଟିବାକୁ ଯାଇଥିଲେ। ମା’ଙ୍କୁ ଭେଟିବା ସମୟରେ ରାହୁଲ ଏକ କୁକୁର ଛୁଆକୁ ଉପହାର ଦେଇଥିଲେ।’’

ଏହି କୁକୁର ଛୁଆର ନାମ ନୁରୀ ବୋଲି କୁହାଯାଉଛି। ରାହୁଲ ଗାନ୍ଧୀ ମଧ୍ୟ ଏହି ସୂଚନା ତାଙ୍କ ଫେସବୁକ ଆଇଡି ଏବଂ ୟୁଟ୍ୟୁବରେ ପୋଷ୍ଟ କରି ଦେଇଥିଲେ।

ଅଭିଯୋଗକାରୀ କହିଛନ୍ତି ଯେ କୁକୁର ଛୁଆର ନାମ ନୁରି ଶୁଣିବା ପରେ ତାଙ୍କର ଧାର୍ମିକ ଭାବନା ଆଘାତ ପାଇଛି। କାରଣ ଏହି ଶବ୍ଦ ଏକ ନିର୍ଦ୍ଦିଷ୍ଟ ଧର୍ମ ସହିତ ଜଡ଼ିତ ରହିଛି। ଏହି ଶବ୍ଦର  ଧର୍ମିକ ମହତ୍ତ୍ବ ରହିବା ସହ ଏହା ପବିତ୍ର ଅଟେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button