ସ୍ୱାସ୍ଥ୍ୟ

ରୋଗୀର ଫୁସଫୁସରେ ୪ ଫୁଟର ଅସରପା , ଡାକ୍ତର ଦେଖି ଆଶ୍ଚର୍ଯ୍ୟ

ଡାକ୍ତରଖାନାକୁ ଆସିଥିବା ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଆପଣ ମଧ୍ୟ ଶୁଣିଲେ ଏହି ଘଟଣା ଆଶ୍ଚର୍ଯ୍ୟ ହେବେ । ଡାକ୍ତରମାନେ ରୋଗୀର ଫୁସଫୁସରୁ ଚାରି ସେମି ଲମ୍ବା ଏକ ଅସରପା ବାହାର କରିଛନ୍ତି। ଏହି ଆଶ୍ଚର୍ଯ୍ୟଜନକ ଘଟଣା କେରଳର କୋଚିରେ ଘଟିଛି। ରୋଗୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି।

ସୂଚା ଅନୁଯାୟୀ, ୫୫ ବର୍ଷିୟ ରୋଗୀ ନିଶ୍ୱାସ ପ୍ରଶ୍ୱାସରେ ପୀଡା ଅନୁଭବ କରିବା ପରେ କୋଚିର ଅମୃତା ଡାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରମାନେ ଯେତେବେଳେ ତାଙ୍କ ଫୁସଫୁସକୁ ପରୀକ୍ଷା କଲେ, ସେମାନେ ଭିତର ଅଂଶ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । କାରଣ, ଚାରି ସେମି ଲମ୍ବା ଅସରପା ଫୁସଫୁସରେ ଅଟକି ରହିଥିଲା ​ । ଏହି କାରଣରୁ ବ୍ୟକ୍ତି ଶ୍ୱାସ ନେବାରେ ଅସୁବିଧା ଭୋଗୁଥିଲେ । ଡାକ୍ତରଙ୍କ ଏକ ଟିମ୍ ତାଙ୍କର ସଫଳ ଅସ୍ତ୍ରୋପଚାର କରିଥିଲେ।

ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୨ ରେ ଡକ୍ଟରଙ୍କ ନେତୃତ୍ୱରେ ଏହି ଅସ୍ତ୍ରୋପଚାର କରାଯାଇଥିଲା। ଅସରପା ଟି ଭିତରକୁ ପଶି ଯାଇଥିଲା। ଏହି କାରଣରୁ, ବୋଧହୁଏ ରୋଗୀର ଶ୍ୱାସକ୍ରିୟାରେ ସମସ୍ୟା ବଢ଼ିଯାଇଥିଲା । ରୋଗୀର ଫୁସଫୁସରୁ ଅସରପାକୁ ସଫଳତାର ସହ ବାହା କରିଥିଲେ । ଏହା ପାଇଁ ଡାକ୍ତରମାନଙ୍କୁ ଆଠ ଘଣ୍ଟା ସମୟ ଲାଗିଥିଲା। ଡାକ୍ତର ଜୋସେଫ କହିଛନ୍ତି ଯେ ରୋଗୀର ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିଲା, ତେଣୁ ଅସ୍ତ୍ରୋପଚାର ଜଟିଳ ହୋଇଗଲା।

ତେବେ ଜାଣନ୍ତୁ ଅସରପା ଭିତରକୁ କିଭଳି ପସିଲା:

ରିପୋର୍ଟ ଅନୁଯାୟୀ, ପୂର୍ବ ଚିକିତ୍ସା ପାଇଁ ରୋଗୀର ବେକରେ ରଖାଯାଇଥିବା ଏକ ଟ୍ୟୁବ୍ ମାଧ୍ୟମରେ ଅସରପା ଫୁସଫୁସରେ ପହଞ୍ଚିଥିଲା। ଡାକ୍ତର ଜୋସେଫ କହିଛନ୍ତି ଯେ ରୋଗୀ ବର୍ତ୍ତମାନ ଭଲରେ ଅଛନ୍ତି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ନିକଟରେ ଦିଲ୍ଲୀର ଏକ ଡାକ୍ତର ଦଳ ୨୬ ବର୍ଷ ବୟସ୍କା ଯୁବକଙ୍କ ଅନ୍ତନଳୀରୁ ୩୯ ମୁଦ୍ରା ଏବଂ ୩୭ ଟି ରିଙ୍ଗ ବାହାର କରିଥିଲେ। ବାରମ୍ବାର ବାନ୍ତି ଏବଂ ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ହେବା ପରେ ଯୁବକ ଜଣକ ଡାକ୍ତରଖାନାରେ ପହଞ୍ଚିଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button