ଦେଶ ବିଦେଶ

ରାମ ଜନ୍ମଭୂମି ସ୍ଥଳକୁ ବୋମାରେ ଉଡ଼ାଇବାକୁ ଧମକ, ଆଲର୍ଟ ମୋଡରେ ପୋଲିସ ଓ ପ୍ରଶାସନ

ଅଯୋଧ୍ୟା: ରାମ ଜନ୍ମଭୂମି ସ୍ଥଳକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ମିଳିଛି । ଗୁରୁବାର ଏନେଇ ଏକ ଅଜଣା କଲ୍ ଆସିଥିଲା । ରାମ ଜନ୍ମଭୂମି ପୋଲିସ ଥାନା ସଞ୍ଜୀବ କୁମାର ସିଂହ କହିଛନ୍ତି ଯେ ରାମକୋଟ ଅଞ୍ଚଳରେ ଅବସ୍ଥିତ ରାମଲାଲା ସଦନ ମନ୍ଦିରରେ ରହୁଥିବା ମନୋଜ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ଏପରି ଏକ ମୋବାଇଲ୍ କଲ୍ ଆସିଥିଲା ।

ସଞ୍ଜୀବ କୁମାର ସିଂଙ୍କ କହିବାନୁସାରେ, ମନୋଜ କହିଛନ୍ତି ଯେ କଲର୍ ସକାଳ ୧୦ ଟାରେ ରାମ ଜନ୍ମଭୂମିକୁ ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦେଇଥିଲେ । ଏହା ପରେ ବ୍ୟକ୍ତି ଜଣକ କଲ୍ କାଟି ଦେଇଥିଲେ । ସିଂହ କହିଛନ୍ତି ଯେ ଏହି ସୂଚନା ଅନୁଯାୟୀ ସମସ୍ତ ପୋଲିସ ଥାନାକୁ ସତର୍କ କରାଯାଇଛି ଏବଂ ରାମ ଜନ୍ମଭୂମି କମ୍ପ୍ଲେକ୍ସରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ଏସ୍ଏଚ୍ଓ ସଞ୍ଜୀବ କୁମାର ସିଂହଙ୍କ ସୂଚନା ଅନୁଯାୟୀ
ମାମଲା ପଞ୍ଜିକରଣ ପରେ ତଦନ୍ତ ଆରମ୍ଭ ହୋଇଛି। ସେ କହିଛନ୍ତି ଯେ କଲ୍ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଚାଲିଛି। ଧମକ ପରେ ଅଯୋଧ୍ୟା ପୋଲିସ ବ୍ୟତୀତ ଗୁଇନ୍ଦା ବିଭାଗ ମଧ୍ୟ ଆଲର୍ଟ ମୋଡରେ ଅଛି। ଅଯୋଧ୍ୟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button