ଦେଶ ବିଦେଶ

ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା: ଜାଣନ୍ତୁ ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଦିନରେ ଧୁଆ ଯାଇଥାଏ?

ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ କେବେ ଭାରତୀୟ ଟ୍ରେନର ଏସି କୋଚ୍‌ରେ ଯାତ୍ରା କରିଥିବେ, ତେବେ ଆପଣ ଜାଣିଥିବେ ଯେ ଯାତ୍ରୀମାନଙ୍କୁ ବିନା ମୂଲ୍ୟରେ ତକିଆ, ଚାଦର ଏବଂ କମ୍ବଳର ସୁବିଧା ଦିଆଯାଇଥାଏ।

ଟ୍ରେନରେ ଯାତ୍ରା ସମୟରେ ଏସି କୋଚରେ ଯାତ୍ରୀଙ୍କୁ ୨ଟି ଚାଦର, ଗୋଟିଏ ତକିଆ, ଗୋଟିଏ ତକିଆ କଭର, ଗୋଟିଏ ଗାମୁଛା ଓ ଗୋଟିଏ କମ୍ବଳ ଦିଆଯାଏ । ଯାତ୍ରା ପୁରା କରିବା ପରେ ଯାତ୍ରୀ ଏହି ସମସ୍ତ ଜିନିଷ ନିଜ ସିଟରେ ଛାଡି କି ଚାଲିଯାଆନ୍ତି । ତା’ପରେ କୋଚରେ ନିଯୁକ୍ତ କର୍ମଚାରୀ ସେହି ସମସ୍ତ ଜିନିଷ ଉଠାଇ ନେଇଯାଆନ୍ତି । ଆପଣ କେବେ ଚିନ୍ତା କରିଛନ୍ତି କି ଟ୍ରେନରେ ମିଳୁଥିବା ଏହି କମ୍ବଳ, ତକିଆ ଏବଂ ଚାଦର କେତେଥର ଏବଂ କେବେ ଧୂଆଯାଇଥାଏ?

Train

ନିକଟରେ ଭାରତୀୟ ରେଳବାଇ ପକ୍ଷରୁ ଏକ ଆର୍‌ଟିଆଇର ଜବାବରେ ଏହି ପ୍ରଶ୍ନର ଉତ୍ତର ଦେଇଛି। ରେଳବାଇଦ୍ୱାରା ଯାତ୍ରୀମାନଙ୍କ ସୁବିଧା ଲାଗି ତାଙ୍କୁ ବେଡ୍‌ରୋଲ୍‌ ପ୍ରଦାନ କରାଯାଇଥାଏ। ଏହା ଏସି କୋଚ୍‌ରେ ଦିଆଯାଇଥାଏ। ଏହା ବଦଳରେ ଯାତ୍ରୀମାନଙ୍କ ଠାରୁ କୌଣସି ଚାର୍ଜ ଆଦାୟ କରାଯାଇ ନ ଥାଏ। କିଛି ଟ୍ରେନ୍‌ରେ ଏସବୁ ସାମଗ୍ରୀ ଲାଗି ଦେୟ ଦେବାକୁ ପଡ଼ିଥାଏ।

ଏହି ସୁବିଧା ସ୍ଲିପର କୋଚ୍‌ରେ ଦିଆଯାଇ ନ ଥାଏ। ଆସନ୍ତୁ ଆପଣଙ୍କୁ କହିବୁ ଯେ ରେଳବାଇ ଦ୍ୱାରା ଏହି ଚାଦର, କମ୍ବଳ ଏବଂ ତକିଆ କେବେ ଏବଂ କେତେଥର ଧୂଆ ଯାଇଥାଏ। ନିକଟରେ ଜଣେ ବ୍ୟକ୍ତି ଆର୍‌ଟିଆଇ ଜାରି କରି ରେଳବିଭାଗକୁ ଏ ସମ୍ପର୍କରେ ପଚାରିଥିଲେ। ଜବାବରେ ବିଭାଗ କହିଥିଲା ଯେ ଯାତ୍ରା ପରେ ଏସବୁ ଧୂଆ ଯାଇଥାଏ। ହେଲେ କେବଳ କମ୍ବଳଗୁଡ଼ିକୁ ମାସରେ ଥରେ ଧୂଆ ଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button