ଦେଶ ବିଦେଶ

ନଗଦ ଟଙ୍କା ବିବାଦ: ବିଚାରପତିଙ୍କ ବିରୋଧରେ ଏତଲା ଆବେଦନ ଖାରଜ

ନୂଆଦିଲ୍ଲୀ: ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ବେଳେ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ ପାଇଁ ହୋଇଥିବା ଆବେଦନକୁ ଶୁକ୍ରବାର ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତିଙ୍କ ଦ୍ୱାରା ଗଠିତ ବିଚାରପତିମାନଙ୍କର ଏକ ପ୍ୟାନେଲ ଏହି ମାମଲାର ତଦନ୍ତ କରୁଛି ଏବଂ ତଦନ୍ତ ଶେଷ ହେବା ପରେ ଏଫ୍‌ଆଇଆର୍ ରୁଜୁ ଉପରେ ନିଷ୍ପତ୍ତି ନିଆଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ଏବେ ଆଭ୍ୟନ୍ତରୀଣ ତଦନ୍ତ ଜାରି ରହିଛି। ଯଦି ରିପୋର୍ଟରେ କିଛି ତ୍ରୁଟି ଦେଖାଯାଏ, ତେବେ ଏଫ୍‌ଆଇଆର୍‌ ପାଇଁ ନିର୍ଦ୍ଦେଶ ଦିଆଯାଇପାରିବ କିମ୍ବା ମାମଲାକୁ ସଂସଦକୁ ପଠାଯାଇପାରିବ। ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏବେ ଏହି ରିଟ୍ ପିଟିସନର ଶୁଣାଣି କରିବା ଠିକ୍ ହେବ ନାହିଁ। ଆଭ୍ୟନ୍ତରୀଣ ତଦନ୍ତକୁ ଚ୍ୟାଲେଞ୍ଜ କରିଥିବା ଏହି ପିଟିସନ୍‌ରେ ଦମ୍‌ ନାହିଁ ବୋଲି କୋର୍ଟ କହିଛନ୍ତି। ଦୁଇ ଓକିଲ ମାଥ୍ୟୁସ୍ ନେଡୁମପାରା ଏବଂ ହେମାଲି ସୁରେଶ କୁର୍ଣ୍ଣେଙ୍କ ଦ୍ୱାରା ଦାୟର ପିଟିସନରେ ଦର୍ଶାଯାଇଛି ଯେ ଏହି ଦୁର୍ନୀତି ସାମ୍ନାକୁ ଆସିବାର ଏକ ସପ୍ତାହ ପରେ ବି କୌଣସି ଗିରଫ କିମ୍ବା ଜବତ ହୋଇନାହିଁ। ଆଇନଜୀବୀମାନେ ଏହା ମଧ୍ୟ କହିଛନ୍ତି ଯେ ଆଭ୍ୟନ୍ତରୀଣ ପ୍ୟାନେଲ ଏକ ‘ବୈଧାନିକ କର୍ତ୍ତୃପକ୍ଷ’ ନୁହେଁ। ତେଣୁ ଏହା ସ୍ୱତନ୍ତ୍ର ଏଜେନ୍ସିଗୁଡ଼ିକର ବିକଳ୍ପ ହୋଇପାରିବ ନାହିଁ। ସେମାନେ କେରଳର ଏକ ଘଟଣା ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଠାରେ ହାଇକୋର୍ଟର ତତ୍କାଳୀନ ବିଚାରପତିଙ୍କ ବିରୋଧରେ ପୋକ୍ସୋ ମାମଲାରେ ଅଭିଯୋଗ କରାଯାଇଥିଲା, କିନ୍ତୁ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରି ନ ଥିଲା।

ଆବେଦନକାରୀମାନେ କହିଛନ୍ତି ଯେ ତଦନ୍ତ କରିବା ଅଦାଲତର କାମ ନୁହେଁ ଏବଂ ଏହାକୁ ପୁଲିସ ଉପରେ ଛାଡ଼ି ଦିଆଯିବା ଉଚିତ। ଏହା ଉପରେ ପ୍ରତିକ୍ରିୟା ରଖି କୋର୍ଟ କହିଛନ୍ତି, ଆଭ୍ୟନ୍ତରୀଣ ରିପୋର୍ଟ ଆସିବା ପରେ ସମସ୍ତ ବିକଳ୍ପ ଖୋଲା ରହିଛି। ଏହି ପିଟିସନ୍ ଆଗୁଆ ଓ ତରବରିଆ ଭାବେ ଆସିଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୧୪ରେ ଜଷ୍ଟିସ ବର୍ମାଙ୍କ ବାସଭବନର ବଙ୍ଗଳାରେ ନିଆଁ ଲାଗିବା ପରେ ବିପୁଳ ପରିମାଣର ଆଂଶିକ ଜଳିଯାଇଥିବା ନୋଟ୍ ମିଳିଥିଲା। ଦିଲ୍ଲୀ ହାଇକୋର୍ଟ ବିଚାରପତି ସେତେବେଳେ ତାଙ୍କ ବାସଭବନରେ ନ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ଆଉଟ୍ ହାଉସ୍‌ର ଷ୍ଟୋର୍‌ରୁମ୍‌ରୁ ନଗଦ ଟଙ୍କା ପାଇଥିଲା।

ଜଷ୍ଟିସ ବର୍ମାଙ୍କ ବଦଳିକୁ କେନ୍ଦ୍ରର ଅନୁମୋଦନ
ନୂଆଦିଲ୍ଲୀ: ଦିଲ୍ଳୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ଠାବ ହେବାପରେ ତାଙ୍କୁ ସୁପ୍ରିମ୍‌କୋର୍ଟ କଲେଜିୟମ ଆହ୍ଲାବାଦ୍‌ ହାଇକୋର୍ଟକୁ ବଦଳି କରିଥିଲେ। ଆଜି କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ କରିଛି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟରେ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ, ଦିଲ୍ଳୀ ହାଇକୋର୍ଟର ଅନ୍ୟଜଣେ ବିଚାରପତି ସିଡି ସିଂହଙ୍କୁ ମଧ୍ୟ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ସୁପ୍ରିମକୋର୍ଟର କଲେଜିୟମ୍‌ ମାର୍ଚ୍ଚ ୨୦ ଓ ୨୪ରେ ଦୁଇଟି ବୈଠକ ପରେ ଯଶବନ୍ତ ବର୍ମାଙ୍କ ଆହ୍ଲାବାଦ ହାଇକୋର୍ଟ ବଦଳିକୁ ସୁପାରିସ କରିଥିଲେ ଏବଂ ଏହା କାର୍ଯ୍ୟାନୁଷ୍ଠାନର ଅଂଶ ନୁହେଁ ବୋଲି କହିଥିଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button