ଧର୍ମ

ମା ମଝିଘରିଆଣୀ ମନ୍ଦିର ହୁଣ୍ଡିରୁ ବାହାରିଲା ୧କୋଟି ୧ଲକ୍ଷ ଟଙ୍କା 

ରାୟଗଡ (ନିପ୍ର) ୨୫/୦୮ – ଯେତେ ସଚେତନ କଲେ ମଧ୍ୟ ସଚେତନ ହେଉନାହାନ୍ତି ପର୍ଯ୍ୟଟକ । ରାୟଗଡ ସହରରେ ଥିବା ପର୍ଯ୍ୟଟନ ସ୍ଥଳୀ ଝୁଲା ପୋଲ ଦେଖିବାକୁ ଆସି ନାଗାବଳୀ ନଦୀରେ ଗାଧେଇବା ସମୟରେ ଅସାବଧାନତା ଯୋଗୁଁ ନଦୀ ସ୍ରୋତରେ ଭାସି ମୃତ୍ୟୁ ମୁଖରେ ପଡୁଛନ୍ତି । ଗୁରୁବାର ଦିନ ଏପରି ଏକ ଅଭାବନୀୟ ଘଟଣା ପୁଣି ଥରେ ଘଟିଯାଇଛି । ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ଗୋପାଳ କ୍ରିଷ୍ଣା ଓ ତାଙ୍କ ପରିବାର ମା ମଝିଘରିଆଣୀ ମନ୍ଦିର ଦର୍ଶନରେ ଆସି ଦର୍ଶନ ପରେ ଝୁଲା ପୋଲ ଦେଖିବାକୁ ଯାଇଥିଲେ । ଗୋପାଳ କ୍ରିଷ୍ଣା ନିଜ ୩ ପିଲାଙ୍କ ସହ ଗାଧେଇବା ସମୟରେ ତିନି ପିଲା ନଦୀ ସୁଅରେ ଭାସିଯାଇଥିଲେ । ବାପା ଗୋପାଳ କ୍ରିଷ୍ଣା ଦୁଇ ପିଲାଙ୍କୁ ଉଦ୍ଧାର କରିଥିବା ବେଳେ ସାନ ପିଲାକୁ ଉଦ୍ଧାର କରିବାକୁ ଯାଇ ପ୍ରଖୋର ନଦୀ ସ୍ରୋତରେ ଫସି ଯାଇଥିଲେ । ପ୍ରାୟ ୧ ଘଂଟା କାଳ ଧରି ବାପା ଗୋପାଳ କ୍ରିଷ୍ଣା ପାଣିରେ ଫସି ରହିଥିଲେ । ଘଟଣା ସଂପର୍କରେ ସ୍ଥାନୀୟ ଅଂଚଳବାସିନ୍ଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଂଚି ଦଉଡି ସାହାର୍ଯ୍ୟରେ ଗୋପାଳ କୃଷ୍ଣଙ୍କୁ ଉଦ୍ଧାର କରିଥିଲେ । ତେବେ ବର୍ତମାନ ସୁଦ୍ଧା ୫ ବର୍ଷ ଶିଶୁ ଉଦ୍ଧାର ହୋଇପାରିନଥିବା ସୂଚନା ରହିଛି । ଝୁଲା ପୋଲ ନିକଟରେ ବାରମ୍ବାର ଏହି ପରି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଉନଥିବା ଅଭିଯୋଗ ହେଉଛି । ଅନ୍ତତଃ ପ୍ରତି ବୁଧବାର ଓ ରବିବାର ଦିନ ମାଙ୍କ ଦର୍ଶନ କରିବା ପାଇଁ ଆନ୍ଧ୍ରପ୍ରଦେଶରୁ ଭକ୍ତ ଆସୁଥିବାରୁ ସେହି ଦିନ ମାନଙ୍କରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥା କରାଗଲେ ପର୍ଯ୍ୟଟକ ମାନେ ସୁରକ୍ଷିତ ରହିପାରିବେ ବୋଲି ରାୟଗଡ ସହରର ବୁଦ୍ଧିଜୀବି ମାନେ ମତବ୍ୟକ୍ତ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button