କ୍ରାଇମ

ଭିଭୋ ମନି ଲଣ୍ଡରିଂ ମାମଲାରେ ଇଡି କାର୍ଯ୍ୟାନୁଷ୍ଠାନ: ଲାଭା ଏମ୍‌ଡିଙ୍କ ସମେତ ୪ଜଣ ଗିରଫ – Utkal Mail


ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ ନିର୍ମାତା ଭିଭୋର ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ୪ ଜଣ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଲାଭା ଇଣ୍ଟରନ୍ୟାସନାଲ କମ୍ପାନିର ଏମ୍‌ଡି ହରି ଓମ୍‌ ରାୟ, ଚୀନ ନାଗରିକ ଗୁଆଙ୍ଗୱେନ କ୍ୟାଙ୍ଗ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀତୀନ ଗର୍ଗ ଏବଂ ରାଜନ ମଲିକ। ପିଏମଏଲଏ ଆଇନ ଅଧୀନରେ ଏମାନଙ୍କୁ ଗିରଫ କରାଯାଇଛି। ଏହି ଅଧିକାରୀମାନଙ୍କୁ ଅଦାଲତରେ ହାଜର କରିବା ସହିତ ଇଡି ସେମାନଙ୍କୁ ରିମାଣ୍ଡରେ ନେବ।

ଗତବର୍ଷ ଜୁଲାଇରେ ଇଡି କମ୍ପାନି ଉପରେ ଚଢ଼ଉ କରିବା ସହିତ ତଦନ୍ତ ଆରମ୍ଭ କରିଥିଲା। ମନି ଲଣ୍ଡରିଂରେ ଏକାଧିକ ଚୀନ ନାଗରିକ ଓ ଭାରତୀୟ କମ୍ପାନି ସାମିଲ ଥିବା ଅଭିଯୋଗ ହୋଇଥିଲା। ଭାରତରେ ଟିକସକୁ ଏଡ଼ାଇବା ପାଇଁ ଭିଭୋ ଚୀନକୁ ବେଆଇନ ଭାବେ ୬୨,୪୭୬ କୋଟି ଟଙ୍କା ସ୍ଥାନାନ୍ତର କରିଥିଲା ବୋଲି ଇଡି ଅଭିଯୋଗ କରିଥିଲା। ଏଥିସହିତ ଭିଭୋ ଇଣ୍ଡିଆ ବ୍ୟବସାୟ ସହ ଜଡ଼ିତ ୧୧୯ଟି ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ଲକ କରିଥିଲା। କିନ୍ତୁ ପରେ ଅଦାଲତ ଆକାଉଣ୍ଟ ବନ୍ଦ କଟକଣାକୁ ହଟାଇ ଦେଇଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button