ଦେଶ ବିଦେଶ

ତବଲୀଗୀ ଜମାତରେ ସାମିଲ ଯେଉଁ ଲୋକମାନେ ନିଜକୁ ଲୁଚାଇଛନ୍ତି ତାଙ୍କ ବିରୁଦ୍ଧରେ ହେବ ଆଇନଗତ କାର୍ଯ୍ୟକାରୀ- ମୁଖ୍ୟମନ୍ତ୍ରୀ ଯୋଗୀ

ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ଦେଶ ଦେଇଛନ୍ତି କି ତବଲୀଗୀ ଜମାତରେ ସାମିଲ ଯେଉଁ ଲୋକମାନେ ନିଜର ପରିଚୟ ଲୁଚାଇଛନ୍ତି ତାଙ୍କ ବିରୁଦ୍ଧରେ କଡା କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ । ଜମାତରୁ ଫେରିଥିବା ଲୋକମାନଙ୍କୁ ଖୋଜି ତାଙ୍କୁ କ୍ୱାରଂଟୀନ କରାଯାଉଛି । ଜମାତରେ ସାମିଲ ହୋଇଥିବା ଯେଉଁ ଲୋକମାନେ ବିଦେଶରେ ଅଛନ୍ତି ତାଙ୍କର ପାସପୋର୍ଟକୁ ବି ଜବତ କରି ନିଆ ଯାଇଛି । ଏହା ସହିତ ସୁନିଶ୍ଚିତ କରାଯାଉଛି କି ଏହି ଲୋକମାନଙ୍କ ଭୁଲର ପରିଣାମ ସାଧାରଣ ଲୋକଙ୍କୁ ଭୋଗିବାକୁ ନ ପଡୁ ।

ମାନବତା ବିରୁଦ୍ଧରେ କୌଣସି ବି ପ୍ରକାରର କାର୍ଯ୍ୟକୁ ସ୍ଵୀକାର କରାଯିବ ନାହିଁ । ଯିଏ ବି ମାନବତା ବିରୁଦ୍ଧରେ ଯାଇ କାର୍ଯ୍ୟ କରିଛନ୍ତି ତାଙ୍କୁ କଡା କାର୍ଯ୍ଯାନୁଷ୍ଠାନର ସାମ୍ନା କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ ବୁଧବାର ଦିନ ନିଜର ସରକାରୀ ଆବାସରେ ଲକଡାଉନ ସମୟରେ ଗଠିତ କରାଯାଇଥିବା ଟିମ ଇଲେଭେନ ସହିତ ହୋଇଥିବା ଏକ ବୈଠକରେ ଏହି ନିର୍ଦେଶ ଦେଇଛନ୍ତି ।

ସେ ବୈଠକରେ ଗରିବମାନଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଦିଆଯିବାର ଯୋଜନାର ସମୀକ୍ଷା କରିଲେ ଓ ନିର୍ଦେଶ ଦେଲେ କି ଜରୁରୀ ଜିନିଷର ଆପୂର୍ତିରେ ଯେଉଁ ବାହନ ଲାଗିଛି ତାଙ୍କୁ ବିଲକୁଲ ବି କୌଣସି ଅସୁବିଧା ନ ହେଉ । କିନ୍ତୁ ଏହା ସହିତ ଏହି କଥାର ବି ଧ୍ୟାନ ରଖାଯାଉ କି ଏହି ଗାଡିରେ ବସିଥିବା ଲୋକମାନଙ୍କ ଯାଞ୍ଚ ହେଉଥିବ । ଏହା ସହିତ ସମସ୍ତ ଗରିବ, ଦରକାରୀ ଓ ଶ୍ରମିକମାନଙ୍କ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଦିଆଯାଉଥିବା ଏକ ହଜାର ଟଙ୍କା ଅବଶ୍ୟ ପହଞ୍ଚିବା ଦରକାର

ସରକାରଙ୍କ ତରଫରୁ ବୁଧବାର ଦିନ ସକାଳ ୧୦ ଟା ପର୍ଯ୍ୟନ୍ତ ୪୦ ଲକ୍ଷ ଲୋକଙ୍କୁ ମାଗଣା ଖାଦ୍ୟ ସାମଗ୍ରୀ ବଣ୍ଟା ସରିଛି । ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କି ଦରକାରୀ ଜିନିଷ ସର୍ବଦା ସମସ୍ତଙ୍କ ପାଖରେ ପହଞ୍ଚୁଥିବା ଦରକାର ।

ସରକାରୀ କର୍ମଚାରୀଙ୍କ ସ୍ୟାଲାରୀରେ କୌଣସି ପ୍ରକାରର ଚେଞ୍ଜେସ ଆସିବ ନାହିଁ

ମୁଖ୍ୟମନ୍ତ୍ରୀ କହିଲେ କି କିଛି ରାଜ୍ୟରେ ଲୋକମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀଙ୍କର ବେତନକୁ କମ କରାଯାଉଛି କିନ୍ତୁ ଉତ୍ତର ପ୍ରଦେଶର କୌଣସି ବି ସରକାରୀ କର୍ମଚାରୀଙ୍କ ବେତନ କମ ହେବ ନାହିଁ ବରଂ ତାଙ୍କର ପୁରା ସ୍ୟାଲାରୀ ପ୍ରଥମ ସପ୍ତାହରେ ତାଙ୍କ ଆକାଉଣ୍ଟରେ ପହଞ୍ଚାଇ ଦିଆଯିବ । ସରକାର ନିଜର ସକ୍ଷମତାରେ ହିଁ ଲୋକମାନଙ୍କୁ ପୁରା ସାହାର୍ଯ୍ୟ କରିବେ । ସେ ଏହା ବି କହିଛନ୍ତି କି ବିପଦ ସମୟରେ କାର୍ଯ୍ୟ କରୁଥିବା ପୋଲିସକର୍ମି, ସ୍ୱାସ୍ଥ୍ୟକର୍ମି ଓ ସଫେଇ କର୍ମଚାରୀ ସମେତ ସରକାରୀ କର୍ମଚାରୀଙ୍କ ସ୍ୟାଲାରୀ ପ୍ରଥମ ସପ୍ତାହରେ ହିଁ ପହଞ୍ଚି ଯିବା ଉଚିତ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button