ବ୍ୟବସାୟ

ଆଲିଆଙ୍କ କମ୍ପାନି କିଣି ଅମ୍ବାନୀ ଆୟ କରିଛନ୍ତି ୧୫୦କୋଟି – Utkal Mail


ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସହାୟକ କମ୍ପାନି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପୋଷାକ ବ୍ରାଣ୍ଡ ‘ଏଡ୍‌-ଏ-ମାମା’ ସହ ଏକ ସହଭାଗିତା ଲାଗି ଘୋଷଣା କରିଛି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ରିଲାଏନ୍ସ ରିଟେଲ ପୋଷାକ ବ୍ରାଣ୍ଡ ‘ଏଡ୍‌-ଏ-ମାମା’ର ୫୧% ଅଂଶଧନ କ୍ରୟ କରିଛି। କମ୍ପାନି ପିଲା ଏବଂ ମା’ଙ୍କ ପୋଷାକ ବ୍ରାଣ୍ଡର ସମସ୍ତ ବିଭାଗରେ ନିଜର ଦକ୍ଷତା ବୃଦ୍ଧି ଲାଗି ଚେଷ୍ଟା ଚଲାଇଛନ୍ତି।

ଏ ନେଇ ରିଲାଏନ୍ସ ରିଟେଲ ପକ୍ଷରୁ କୁହାଯାଇଛି କି, ‘ଏଡ୍‌-ଏ-ମାମା’ର ପ୍ରତିଷ୍ଠାତା ତଥା ଅଭିନେତ୍ରୀ ଆଲିଆଙ୍କ ସହ ମିଶି ଏହି ବ୍ରାଣ୍ଡର କାରବାରକୁ ଆଗକୁ ନିଆଯିବ। ଆମେ ଯୁବପିଢ଼ିଙ୍କ ପସନ୍ଦଙ୍କୁ ଦୃଷ୍ଟିରେ ରଖି ଏହି ଏହି ନିଷ୍ପତ୍ତି ନେଇଛୁ।

ଉଲ୍ଲେଖଯୋଗ୍ୟ, ‘ଏଡ୍‌-ଏ-ମାମା’ ପିଲାଙ୍କ ପାଇଁ ପୋଷାକ ତିଆରି କରିଥାଏ। ଏହି କମ୍ପାନିର ମାର୍କେଟ ମୂଲ୍ୟ ୧୫୦ କୋଟି ଟଙ୍କା ରହିଛି।  ୨୦୨୦ରେ ଆଲିଆ ପିଲାମାନଙ୍କ ପାଇଁ ଏହି ବ୍ରାଣ୍ଡ୍ ଆରମ୍ଭ କରିଥିଲେ। ଏହି ବ୍ରାଣ୍ଡ ୨ରୁ ୧୨ ବର୍ଷର ପିଲାଙ୍କ ପାଇଁ ଫ୍ୟାସନେବୁଲ ପୋଷାକ ଉପଲବ୍ଧ କରାଉଛି। ପ୍ରଥମେ କେବଳ ଅନ୍‌ଲାଇନରେ ଏହାର ବ୍ୟବସାୟ ଆରମ୍ଭ ହୋଇଥିବା ବେଳେ ସମ୍ପ୍ରତି ଏହାର ଅନେକ ଦୋକାନ ଖୋଲିଗଲାଣି।

ଏହି କମ୍ପାନିର ବଜାର ଚାହିଦା ବି ଭଲ ରହିଛି। ଗତବର୍ଷରୁ ଏହି କମ୍ପାନି ପିଲାଙ୍କ ସହିତ ମା’ଙ୍କ ପାଇଁ ବି ପୋଷାକ ତିଆରି କରିବା ଆରମ୍ଭ କରିଛି। ଅନ୍ତସତ୍ତ୍ବା ସମୟରେ ମା’ ମାନଙ୍କୁ କିଭଳି ପୋଷାକ ପିନ୍ଧିବାକୁ ଭଲ ଲାଗିବ ଓ ପ୍ରସବ ପରେ ମା’ମାନେ କିଭଳି ପୋଷାକ ପିନ୍ଧିବେ ‌ସେସବୁ ଦୃଷ୍ଟିରେ କରି କମ୍ପାନି ପୋଷାକ ତିଆରି କରୁଛି, ଯାହାର ଚାହିଦା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ କୁହାଯାଉଛି କି ଅମ୍ବାନୀ ଆଲିଆଙ୍କ କମ୍ପାନି କିଣି ପିଲାଙ୍କ ପୋଷାକ ବିକ୍ରି କରି ୧୫୦କୋଟି ଟଙ୍କା ଆୟ କରିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button