ଦେଶ ବିଦେଶ

ମାତ୍ର ୧୦୦ଟଙ୍କାରେ କିଣନ୍ତୁ ବିଳାସପୂର୍ଣ୍ଣ ରେଞ୍ଜ ରୋଭର କାର୍ ! – Utkal Mail


ଗୌହାଟୀ: ମାତ୍ର ୧୦୦ଟଙ୍କାରେ କିଣନ୍ତୁ ବିଳାସପୂର୍ଣ୍ଣ କାର୍ ରେଞ୍ଜ ରୋଭର।  ଏହି ଖବରଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ। ହେଲେ ଆମେ ମଜାକ୍ କରୁନାହିଁ। ଆସାମରେ ମାତ୍ର ୧୦୦ଟଙ୍କାରେ ଆପଣ ରେଞ୍ଜ ରୋଭର କାର୍ କିଣିପାରିବେ। ଆସାମରେ ୯୬ତମ ହାଉଲି ରାସ ଫେଷ୍ଟିଭାଲରେ ଏକ ଲଟେରୀର ଆୟୋଜନ କରାଯାଇଛି, ଯେଉଁଥିରେ ପ୍ରଥମ ପୁରସ୍କାର ହେଉଛି ୭୬ଲକ୍ଷ ଟଙ୍କା ମୂଲ୍ୟର ରେଞ୍ଜ ରୋଭର। ଲଟେରୀ ଟିକେଟ୍ ମୂଲ୍ୟ ମାତ୍ର ୧୦୦ଟଙ୍କା ରହିଛି। ଆସାମର ବାରପେଟା ଜିଲ୍ଲାରେ ଏହି ଲଟେରୀର ଆୟୋଜନ କରାଯାଇଛି। ଲଟେରୀ ପାଇଁ ଟିକେଟ୍ କିଣିବାର ତାରିଖ ଅକ୍ଟୋବର ୨୦ରୁ ନଭେମ୍ବର ୨୦ ପର୍ଯ୍ୟନ୍ତ ରହିଛି। ନଭେମ୍ବର ୨୫ରେ ଲଟେରୀର ଫଳାଫଳ ଘୋଷଣା କରାଯିବ।

ଲଟେରୀରେ ଭାଗ ନେବାକୁ ହେଲେ ଆପଣଙ୍କୁ ଲଟେରୀ ଟିକେଟ କିଣିବାକୁ ପଡିବ। ଆପଣ ଅନଲାଇନ୍ କିମ୍ବା ଅଫଲାଇନରେ ଟିକେଟ୍ କିଣିପାରିବେ। ଅନଲାଇନରେ ଟିକେଟ୍ କିଣିବାକୁ ହେଲେ ଆପଣଙ୍କୁ ଲଟେରୀ ୱେବସାଇଟକୁ ଯିବାକୁ ହେବ। ଅଫଲାଇନରେ ଟିକେଟ୍ କିଣିବାକୁ, ଆପଣ ଯେକୌଣସି ଲଟେରୀ ଟିକେଟ୍ ବିକ୍ରେତାଙ୍କ ସହିତ ଯୋଗାଯୋଗ କରିପାରିବେ।

ଲଟେରୀ ଟିକେଟ୍ ମୂଲ୍ୟ ମାତ୍ର ୧୦୦ଟଙ୍କା। ଟିକେଟ୍ କିଣିବା ପରେ ଆପଣଙ୍କୁ ଲଟେରୀ ଟିକେଟରେ ନିଜର ନାମ, ଠିକଣା ଏବଂ ଯୋଗାଯୋଗ ବିବରଣୀ ଦେବାକୁ ହେବ। ନଭେମ୍ବର ୨୫ରେ ଲଟେରୀର ଫଳାଫଳ ଘୋଷଣା କରାଯିବ। ଲଟେରୀ ବିଜେତା ୭୬ଲକ୍ଷ ଟଙ୍କା ମୂଲ୍ୟର ରେଞ୍ଜ ରୋଭର ପାଇବେ। ଆସାମ ସରକାର ଏହି ଲଟେରୀର ଆୟୋଜନ କରିଛଥିବା ବେଳେ ଲଟେରୀରୁ ମିଳିବାକୁଥିବା ଟଙ୍କା ରାଜ୍ୟର ବିକାଶ ପାଇଁ ବ୍ୟବହୃତ ହେବ ବୋଲି କୁହାଯାଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button