ଦେଶ ବିଦେଶ

ପ୍ରେମରେ ପାଗଳ ହୋଇ ଦୁଇଜଣ ଝିଅ ପରସ୍ପର ସହ କରିଲେ ବିବାହ, ଆଉ ତା’ ପରେ ହେଲା କିଛି ଏମିତି କି….

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ଏହିସବୁ ମାମଲା ସାଧାରଣତଃ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ମଧ୍ୟ ହେଉଛି । ଆପଣ ମାନେ ଏହି ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ମାମଲା ବିଷୟରେ କହିବାକୁ ଯାଉଛୁ । ବର୍ତ୍ତମାନ ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ପୂର୍ବରୁ ଉତ୍ତର ପ୍ରଦେଶରେ ଦୁଇଜଣ ଯୁବତୀ ହଠାତ ନିଖୋଜ ହୋଇ ଯାଇଥିଲେ । ଏହି ଯୁବତୀ ମାନଙ୍କ ପରିବାର ଲୋକ ବହୁତ ଖୋଜିଥିଲେ, ହେଲେ ବିଫଳ ହୋଇ ସେମାନେ ପୋଲିସରେ କେସ ଦେଇଥିଲେ । ପାଖା ପାଖି ଗୋଟେ ସପ୍ତାହ ପରେ ଗୋଟେ ଦିନ ପୋଲିସ ପରିବାର ଲୋକଙ୍କୁ ଫୋନ କରି ଯୁବତୀଙ୍କ ବିଷୟରେ ସୂଚନା ଦେଇଥିଲେ ।

ଫୋନ ଆସିବା ପରେ ପରିବାର ଲୋକ ତୁରନ୍ତ ଥାନାରେ ପହଞ୍ଚି ଥିଲେ । ଥାନାରେ ପହଞ୍ଚିବା ପରେ ଯେତେବେଳେ ସେମାନେ ନିଜ ଝିଅ ମାନଙ୍କୁ ଦେଖିଲେ ସେତେବେଳେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇ ରହିଗଲେ । କାରଣ କାନପୁରରେ ରହୁଥିବା ଏହି ଦୁଇଜଣ ଯୁବତୀ ସମଲିଙ୍ଗି ବିବାହ କରିଥିଲେ । ଯୁବତୀ ମାନଙ୍କ ମତରେ ସେମାନେ ୧ ବର୍ଷ ପୂର୍ବରୁ ପରସ୍ପର ସହ ବିବାହ କରି  ନେଇଥିଲେ ।


ଏହା ପରେ ପରିବାର ଲୋକ ଯୁବତୀ ମାନଙ୍କ ବିରୋଧରେ ପୋଲିସରେ କମ୍ପ୍ଲେନ କରିଥିଲେ, ହେଲେ ସୁପ୍ରିମ କୋର୍ଟରେ ଗାଇଡ ଲାଇନକୁ ନଜରରେ ରଖି ପୋଲିସ ଯୁବତୀ ମାନଙ୍କର କିଛି କରି ପାରିଲେ ନାହିଁ । ପୋଲିସ ସେମାନଙ୍କ ପରିବାର ଲୋକଙ୍କୁ ବହୁତ ବୁଝେଇ ଥିଲେ ହେଲେ ସେମାନେ ପୋଲିସ ଷ୍ଟେସନରେ ବହୁତ ଗଣ୍ଡଗୋଳ କରିଥିଲେ । ଖବର ମିଳିଛି ଯେ, ବାରାଗୁଞ୍ଜନ ବିହାରର ଜଣେ ମହିଳା ପୋଲିସ ଷ୍ଟେସନରେ କମ୍ପ୍ଲେନ ଦେଇଥିଲେ । ତାଙ୍କ ମତରେ ତାଙ୍କ ନାବାଳିକା ଝିଅକୁ ତାର ସାଙ୍ଗ ପ୍ଳାନ କରି ନେଇଯାଇଛି ।


ଘରୁ ବାହାରିବା ସମୟରେ ଝିଅ ଘରୁ କିଛି ଗହଣା ଓ ଟଙ୍କା ମଧ୍ୟ ନେଇ ଚାଲି ଯାଇଥିଲା । ପୋଲିସ ଏହି ମହିଳା ମାନଙ୍କର ସନ୍ଧାନ ପାଇ ତୁରନ୍ତ ପୋଲିସ ଷ୍ଟେସନକୁ ଆଣିଥିଲା । ସେହି ସମୟରେ ମହିଳା ଦୁଇଜଣ ନିଜ ବେକରେ ଫୁଲମାଳ ପିନ୍ଧି ଥିଲେ । ସେହି ମହିଳା ଦୁଇଜଣ ପୋଲିସକୁ ବୟାନ ଦେଇ କହିଲେ, ‘ଆମେ ଦୁଇଜଣ ପରସ୍ପରକୁ ପ୍ରେମ କରୁଛୁ ଓ ୧ ବର୍ଷ ପୂର୍ବରୁ ଆମେ ଦୁଇଜଣ ମନ୍ଦିରରେ ବିବାହ କରି ନେଇଛୁ ।

ସେତେବେଳେ ଆମ ପରିବାର ଲୋକ ଆମ ବିଷୟରେ ଜାଣିଥିଲେ ହେଲେ ପରିବାର ଲୋକ ଆମର ବିରୋଧ କରିଥିଲେ ଓ ପରସ୍ପର ସହ ଝଗଡା କରିଥିଲେ । ଏହି କାରଣ ପାଇଁ ଆମେ ଦୁହେଁ ଘର ଛାଡି ଚାଲି ଯାଇଥିଲୁ’ । ବର୍ତ୍ତମାନ ପୋଲିସ ଏହି କେସର ସମାଧାନ କରୁଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button