କ୍ରାଇମ

ଯୁବକଙ୍କୁ ହତ୍ୟା ଘଟଣା: ଝାଡ଼ଖଣ୍ଡର ୨ ଅଭିଯୁକ୍ତଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ – Utkal Mail


ରାଇରଙ୍ଗପୁର: ଗତ ଅକ୍ଟୋବର ୧୦ ତାରିଖ ଦିନ ଯୁବକଙ୍କୁ ହତ୍ୟା ଅଭିଯୋଗରେ ପଶ୍ଚିମବଙ୍ଗ ପୁଲିସ ଝାଡ଼ଖଣ୍ଡର ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଦ୍ବୟହେଲେ ଆଦିତ୍ୟପୁରର ମହମ୍ମଦ ସଫିକ୍ ଓ ମହମ୍ମଦ ସଲିମ

ସଚୂନା ଅନୁସାରେ ଘଟଣା ଦିନ ପଶ୍ଚିମବଙ୍ଗର ବାଗମୁଣ୍ଡି ଥାନା ଅଯୋଧ୍ୟା ପାହାଡ଼ରୁ ଏକ ମୃତଦେହ ଉଦ୍ଧାର କରିଥିଲା ବାଗମୁଣ୍ଡି ପୁଲିସ। ବାଦାମପାହାଡ

ଦେଓଗାଁ ଗ୍ରାମର ସେକ୍ ଆଫରୋଜ ନାମକ ଯୁବକଙ୍କ ମୃତଦେହ ଏକ ବୋଲେରୋ ଗାଡିରୁ ବାଗମୁଣ୍ଡି ପୁଲିସ ଅଯୋଧ୍ୟା ପାହାଡ଼ରୁ ଉଦ୍ଧାର କରିଥିଲା। ତେବେ ପରିବାର ଲୋକେ ଉକ୍ତ ଘଟଣାକୁ ନେଇ ବାଗମୁଣ୍ଡି ଥାନାରେ ଏକ ହତ୍ୟାକାଣ୍ଡ ବୋଲି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ତଦନ୍ତ କରୁଥିବା ବାଗମୁଣ୍ଡି ପୁଲିସ ବୁଧବାର ଝାରଖଣ୍ଡର ଜାମସେଦପୁରସ୍ଥ ଆଦିତ୍ୟପୁର ଅଞ୍ଚଳର ଦୁଇ ଜଣ ଅଭିଯୁକ୍ତଙ୍କୁ ବାଗମୁଣ୍ଡି ପୁଲିସ ଗିରଫ କରି ଆଜି ପୁରୁଲିଆ କୋର୍ଟ ଚାଲାଣ କରିଥିବା ଜଣାପଡିଛି। ତେବେ ଉକ୍ତ ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେ ନେଇ ବାଗମୁଣ୍ଡି ପୋଲିସ ଅଧିକ ତଥ୍ୟ ଜାଣିବା ପାଇଁ ତଦନ୍ତ ଜାରି ରଖିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button