ବ୍ୟବସାୟ

ରିଲାଏନ୍ସ ବୋର୍ଡରେ ଯୋଗଦେଲେ ଆକାଶ, ଈଶା ଓ ଅନନ୍ତ ; ଅବସର ନେଲେ ନୀତା ଅମ୍ବାନି – Utkal Mail


ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ୪୬ତମ ବାର୍ଷିକ ସାଧାରଣ ପରିଷଦ ବୈଠକ ବା  ଏଜିଏମରେ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କଂପାନି ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡରେ ଈଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ସାମିଲ କରାଯାଇଛି।

କଂପାନିର ଅଂଶୀଦାରଙ୍କ ଅନୁମୋଦନ ପରେ ରିଲାଏନ୍ସ ଇଣ୍ଡିଆର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଈଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ନିଯୁକ୍ତ କରିବାକୁ ବୋର୍ଡ ବିଚାର କରିଥିଲା। ଏହି ପ୍ରସ୍ତାବରେ ଅଂଶୀଦାରମାନେ ଏଥିପାଇଁ ସହମତି ପ୍ରକାଶ କରିବା ପରେ ସେମାନେ ବୋର୍ଡରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ମୁକେଶ ଅମ୍ବାନିଙ୍କ ପତ୍ନୀ ନୀତା ଅମ୍ବାନି ବୋର୍ଡରୁ ଇସ୍ତଫା ଦେଇଛନ୍ତି । ତେବେ ସେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ରହିବେ ।

ଭବିଷ୍ୟତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେତୃତ୍ବ ନେବାକୁ ମୁକେଶଙ୍କ ତିନି ସନ୍ତାନଙ୍କୁ ଗତ କିଛି ବର୍ଷ ପର୍ବରୁ ହିଁ ପ୍ରସ୍ତୁତ କରାଯାଉଥିଲା । ଏହା ସହିତ କିଏ କେଉଁ ବ୍ୟବସାୟକୁ ସମ୍ଭାଳିବେ ତାହାର ବଣ୍ଟନ ମଧ୍ୟ କିଛି ବର୍ଷ ପୂର୍ବେ ହୋଇଥିଲା । ଏହା ଅନୁଯାୟୀ ଈଶା  ଏବେ ରିଲାଏନ୍ସ ରିଟେଲର ନେତୃତ୍ବ ନେଉଥିବାବେଳେ ଆକାଶ ଜିଓ ଓ ଅନନ୍ତ ରିଲାଏନ୍ସର ଏନର୍ଜି ବ୍ୟବସାୟ ପରିଚାଳନା କରୁଛନ୍ତି ।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button