ବିଚାର

୭ ଟି ଘୋଡାର ଛବି ଆଣି ଘରେ ଲଗାଇଲେ ମିଳେ ଏମିତି ଲାଭ, ଲଗାଇବା ପୂର୍ବରୁ ଜାଣନ୍ତୁ ଏହାର ସଠିକ ଦିଗ,ନହେଲେ ପୁଣି

ସାଧାରଣତଃ ଅଧିକାଂଶ ଲୋକେ ନିଜ ଘରକୁ ସଜାଇବା ପାଇଁ ଘରର କାନ୍ଥରେ ଫଟୋ ଆଦି ଲଗାଇ ଥାଆନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଫଟୋ ଆଦି ଲଗାଇବା ପୂର୍ବରୁ ସେହି ବିଷୟରେ ସମ୍ପୂର୍ଣ ଭାବରେ ଜାଣିବା ନିହାତି ଜରୁରୀ ଅଟେ।କିଛି ଲୋକେ ନିଜ ଘରେ ୭ଟି ଘୋଡାର ଛବି ଥିବା ଫଟୋ ଲଗାଇ ଲଗାନ୍ତି।କହିବାକୁ ଗଲେ କିଛି ଲୋକେ ଏହି ଫଟୋ ଗୁଡ଼ିକୁ ତାଙ୍କର ସଉକ ପାଇଁ ଲଗାଇ ଥାଆନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଜିନିଷ ସଠିକ ଢଙ୍ଗରେ ରହିବା ଉଚିତ। ନଚେତ ପରିବାର ଲୋକଙ୍କ ଉପରେ ଅନେକ ବିପଦ ମାଡି ଆସିଥାଏ। ତେଣୁ ଘୋଡା ଥିବା ଫଟୋଚିତ୍ରକୁ ଘରର କାନ୍ଥରେ ଲଗାଇବା ଶୁଭ ମାନା ଯାଇଥାଏ। ଏହି ଛବି ଘରେ ରହିବା ଦ୍ଵାରା ସକରାତ୍ମକତା ଉର୍ଜା ସୃଷ୍ଟି ହୋଇଥାଏ ଏବଂ ନକାରାତ୍ମକ ଶକ୍ତି ଦୂର ହୋଇଯାଏ। ପରିବାର ଲୋକଙ୍କର ଉନ୍ନତି ହେବା ସହିତ ଶାରୀରିକ ଓ ମାନସିକ ରୂପରେ ସେମାନେ ସୁସ୍ଥ ରହିଥାନ୍ତି।

କାନ୍ଥରେ ୭ଟି ଘୋଡା ଥିବା ଛବି ଲଗାନ୍ତୁ:- ଯଦି ଆପଣ ନିଜ ଘରେ ୭ଟି ଘୋଡା ଥିବା ଛବି ଲଗେଇବାକୁ ଚାହୁଁଛନ୍ତି, ତାହେଲେ ଧ୍ୟାନ ରଖିବେ କି ସେହି ଛବିରେ ଘୋଡା ମାନେ ବନ୍ଧନ ମୁକ୍ତ ହୋଇଥିବେ ଏବଂ ଏହି ତାଙ୍କ ମୁଖ ପ୍ରସନ୍ନ ମୁଦ୍ରାରେ ରହିଥିବା ଉଚିତ। ଏହି ଛବି ଘରେ ରହିଲେ ଶୁଭ ହୋଇଥାଏ।

ଏଠାରେ ଲଗାନ୍ତୁ ଘୋଡାମାନଙ୍କର ଛବି:- ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ଜିନିଷର ଲାଭ ଉଠାଇବା ପାଇଁ ତାକୁ ସଠିକ ଦିଗରେ ଲଗାଇବା ନିହାତି ଜରୁରୀ ଅଟେ। ୭ଟି ଘୋଡାର ଛବିକୁ ଆପଣ ଘରର ପୂର୍ବ ଦିଗ କାନ୍ଥରେ ଲଗାଇ ପାରିବେ। ଯଦି ଆପଣ ବ୍ୟାପାର କିମ୍ବା ଅଫିସ ଆଦିରେ ଏହି ଫଟୋକୁ ଲଗେଇବାକୁ ଚାହୁଁଛନ୍ତି, ତାହେଲେ ଆପଣ ଦକ୍ଷିଣ ଦିଗରେ ଦୌଡୁଥିବା ଘୋଡାର ଛବି ଲଗାନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ।

୭ଟି ଘୋଡାର ଛବି ଲଗାଇବାର ଲାଭ :- ୭ଟି ଘୋଡା ପ୍ରସନ୍ନ ମୁଦ୍ରାରେ ରହିଥିବା ଛବି ଘରେ ଲଗେଇଲେ ଦେବୀ ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି।ପରିବାର ଲୋକଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ଏବଂ ଚାକିରି କରିଥିବା ଲୋକଙ୍କୁ ପଦୋନ୍ନତୀ ମିଳିଥାଏ। ପ୍ରମୋସନ ମିଳିଥାଏ। ଏହି ଛବି ଘରେ ଲଗାଇବା ଦ୍ଵାରା ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

ତେବେ ବନ୍ଧୁଗଣ, ଯଦି ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଛି, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button