ଜୀବନଶୈଳୀ

ତୁଳସୀଦାସଙ୍କ ଏହି କଥା ଗୁଡିକ ଆପଣଙ୍କୁ ସଫଳତାର ମାର୍ଗ ରେ ପହଞ୍ଚାଇବ- ନିଶ୍ଚୟ ଜାଣନ୍ତୁ

ହିନ୍ଦୁ ଧର୍ମ ରେ ଏମିତି ବହୁତ ଗ୍ରନ୍ଥ ଅଛି, ଯାହା ମଣିଷ ଜୀବନରେ ବହୁତ ବିଶେଷ ହୋଇଥାଏ । ତୁଳସୀଦାସ ଦ୍ଵାରା ରଚିତ ରାମଚରିତାମାନସ ଏମିତି ଗୋଟେ ଗ୍ରନ୍ଥ ଅଟେ, ଯାହା ଦ୍ଵାରା ଜୀବନ ରେ ଆଗକୁ ବଢିବା ପାଇଁ ପ୍ରେରଣା ମିଳି ଥାଏ । କୁହା ଯାଏ ଏହି ଗ୍ରନ୍ଥ ପଢି ମଣିଷ ନିଜ ଜୀବନର ସବୁ ପ୍ରକାର ସମସ୍ୟା ସମାଧାନ କରିଥାଏ ଜୀବନ ରେ ଏମିତି ବହୁତ ସମୟ ଆସେ ଯେତେବେଳେ ମଣିଷକୁ ଲାଗେ ସେ ଏହି ସମସ୍ୟାରୁ କେବେ ବାହାରି ପାରିବେ ନାହିଁ, କିନ୍ତୁ ସମସ୍ୟା ଠାରୁ ବାହାରିବା ପାଇଁ ଗ୍ରନ୍ଥ ସମାଧାନ କରିଥାଏ ।

ତେବେ ଆଜି ଆମେ ଆପଣଙ୍କୁ ତୁଳସୀଦାସଙ୍କ ଜୀବନର ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନରେ ମଧ୍ୟ ସାକାର କରି ପାରେ ।

କର୍ମ :

ତୁଳସୀଦାସ କହିଥିଲେ ଠାକୁର ଏହି ସଂସାର କୁ କର୍ମ ପ୍ରଧାନ ବନେଇଛନ୍ତି, ଯେଉଁ ମଣିଷ ଯେମିତିକା କର୍ମ କରିଥାଏ ତାକୁ ସେହି ଅନୁଯାଇ ଫଳ ପ୍ରାପ୍ତ ହୋଇଥାଏ ସେଥିପାଇଁ ଆମକୁ କର୍ମ ଉପରେ ଭରସା ରଖିବା ଉଚିତ, ଏହା ଆମ ଜୀବନ ରେ ଆଗକୁ ବଢିବା ରେ ମାର୍ଗ ସୁନିଶ୍ଚିତ କରିଥାଏ ।

ନମ୍ରତା :

ତୁଳସୀଦାସ ଏହା ମଧ୍ୟ କହିଥିଲେ ଯେମିତି ଫଳ ଆସିଲା ପରେ ଗଛ ନଈଯାଏ ଓ ବର୍ଷା ଆସିଲେ ବାଦଲ ନଇଁଯାଏ ଠିକ ସେମିତି ମଣିଷ ପାଖରେ ଧନ ଆସିଲେ ମଧ୍ୟ ନମ୍ର ରହିବା ଉଚିତ । ଯେଉଁ ମଣିଷ ମନରେ ଏହି ଭାବ ନଥାଏ ତାଙ୍କ ପାଖରେ ସଫଳତା ଅଧିକ ଦିନ ରହିପାରେ ନାହିଁ ।

ସୁଖ :

ତୁଳସୀଦାସ କହିବା ଅନୁଯାଇ ସଠିକ ମଣିଷ ସେହି ଲୋକ ଯିଏ ନିଜେ ଦୁଃଖୀ ରହିଲେ ମଧ୍ୟ ଅଲଗା ଲୋକଙ୍କୁ ସୁଖ ଦେଇଥାଏ । ଯେମିତି ବୃକ୍ଷ ନିଜେ ଗରମ ସହି ଅନ୍ୟଜୀବନକୁ ଛାଇ ଦେଇଥାଏ, ସେମିତି ସବୁ ଲୋକଙ୍କୁ ଅନ୍ୟ ଲୋକଙ୍କୁ ଥଣ୍ଡା ଛାଇ ରେ ରଖିବା ଉଚିତ ।

ଧର୍ଯ୍ୟ :

କୌଣସି ଖରାପ ପରିସ୍ଥିତି ରେ ଭଗବାନ ରାମ ନିଜ ଧର୍ଯ୍ୟ ହରାଇ ନଥିଲେ, ସେ ସବୁ ଅସୁବିଧା ରେ ଧର୍ଯ୍ୟ ସହ କାମ କରୁଥିଲେ ସେଥିପାଇଁ ଆମକୁ ଭଗବାନ ରାମଙ୍କ ଭଳି ଜୀବନ ସବୁ ଅସୁବିଧା ରେ ଶାନ୍ତି ସହ କାର୍ଯ୍ୟ କରିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସିଥିବ, ପସନ୍ଦ ଆସିଲେ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button