ମନୋରଞ୍ଜନ

୩ମାସ ପରେ ସୀମାଙ୍କ ଅଭିନୀତ ପ୍ରଥମ ସିନେମା ରିଲିଜ ହେବ: ନିର୍ଦ୍ଦେଶକ – Utkal Mail


ନୂଆଦିଲ୍ଲୀ: ଭାରତୀୟ ପ୍ରେମିକ ପାଇଁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ସୀମା ହାଇଦରଙ୍କୁ ନେଇ ସିନେମା ରିଲିଜ ହେବା ଖବର ଆସିବା ପରଠାରୁ ଚର୍ଚ୍ଚା ଜୋର ଧରିଛି। ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କ ପ୍ରଥମ ସିନେମା ଖୁବଶୀଘ୍ର ରିଲିଜ ହେବ ବୋଲି ‌ଜାନି ଫାୟାରଫୋକ୍ସର ପ୍ରଡକସନ ହାଉସର ପରିଚାଳକ ନିର୍ଦ୍ଦେଶକ ଅମିତ ଜାନି ସୂଚନା ଦେଇଛନ୍ତି।

ଅମିତ ଜାନି କହିଛନ୍ତି, ସେ ସୀମାଙ୍କୁ ତାଙ୍କ ‘ଏ ଟ୍ରେଲର ମର୍ଡର ଷ୍ଟୋରି’ରେ ରଅ ଏଜେଣ୍ଟର ରୋଲ ଅଫର କରିଛନ୍ତି। ଏହି ରୋଲ କରିବା ପାଇଁ ସୀମା ବି ରାଜି ଅଛନ୍ତି। କିନ୍ତୁ ‌ସେ କହିଛନ୍ତି, ‘‘ଯେପର୍ଯ୍ୟନ୍ତ ତାଙ୍କର ମାମଲା ଚାଲିଛି, ସେ ସିନେମାରେ ଅଭିନୟ କରି ପାରିବେ ନାହିଁ।’’ ସେପ୍ଟେମ୍ବରରେ ସିନେମାର ସୁଟିଂ ଆରମ୍ଭ ହେବାର ଯୋଜନା ଥିବା ବେଳେ ନଭେମ୍ବରରେ ଏହା ରିଲିଜ ହେବାର ଆଶା ରଖାଯାଇଛି।

ସିନେମା ‘ଏ ଟ୍ରେଲର ମର୍ଡର ଷ୍ଟୋରି’ ରାଜସ୍ଥାନର ଉଦୟପୁରରେ ହୋଇଥିବା ଟ୍ରେଲର କହ୍ନେୟା ଲାଲ ହତ୍ୟାକାଣ୍ଡ ଉପରେ ଆଧାରିତ ହୋଇଛି। ଏଥିସହିତ ସୀମା ଓ ସଚିନଙ୍କୁ ନେଇ ଏକ ସିନେମା ନିର୍ମାଣ କରିବାକୁ ଅମିତ ଜାନି ସ୍ଥିର କରିଛନ୍ତି। ଯାହାର ଶୀର୍ଷକ ରହିବ ‘କରାଚି ଟୁ ନୋଏଡା।’ ଆଗାମୀ ସପ୍ତାହରେ ଏହାର ଥିମ ଗୀତ ଲଞ୍ଚ କରାଯିବ।

ସୀମା ସିନେମାରେ କାମ କରିବାକୁ ନେଇ ପାକିସ୍ତାନରେ ଥିବା ତାଙ୍କ ସ୍ବାମୀ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ସ୍ତ୍ରୀ ସିନେମାରେ କାମ କଲେ ମୋର କୌଣସି ଆପତ୍ତି ନାହିଁ। କିନ୍ତୁ ମୁଁ ଜାଣିଛି ସୀମା ଏସବୁ  ଫେମସ ହେବାପାଇଁ କରୁଛନ୍ତି।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button