ପ୍ରତ୍ୟେକ ଦିନ ସେବନ କରନ୍ତୁ ପାନମଧୁରୀ, କବଚ ଓ ଉଚ୍ଚରକ୍ତଚାପ ଭଳି ଅନେକ ରୋଗ ହେବ ଦୂର

ରୋଷେଇ ଘରେ ଏପରି ଅନେକ ମସଲା ରହିଛି, ଯାହା ଖାଦ୍ୟର ସ୍ୱାଦ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭକାରୀ ହୋଇଥାଏ । ଏପରି ଅନେକ ମସଲା ମଧ୍ୟରୁ ଗୋଟିଏ ହେଉଛି ପାନମଧୁରୀ । ପାନମଧୁରୀରେ ଭିଟାମିନ, ଫାଇବର, କ୍ୟାଲସିୟମ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ଫଂଗଲ ଗୁଣ ରହିଥାଏ । ଏହାକୁ ପ୍ରତ୍ୟେକ ଦିନ ଖାଦ୍ୟ ଖାଇ ସାରିବା ପରେ ଖାଇବା ଦ୍ୱାରା ପେଟ ସଫା ରହିଥାଏ । ଏହାବ୍ୟତୀତ ଏହାର ପାଣି ପ୍ରସ୍ତୁତ କରି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଶରୀର ସୁସ୍ଥ ରହିବା ଦ୍ୱାରା ମଧ୍ୟ ରୋଗର ଭୟ କମ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାନମଧୁରୀ ଖାଇବା ଦ୍ୱାରା ଅନ୍ୟ କେଉଁ ସବୁ ଫାଇଦା ମିଳିଥାଏ ।
-ଅନେକ ଲୋକଏବଂ ବିଶେଷ ରୂପେ ପିଲାମାନଙ୍କର ଅପଚ ସମସ୍ୟା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ପାନମଧୁରୀ ସେବନ ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ୨ଟି ଚାମଚ ପାନମଧୁରୀକୁ ୨କପ ପାଣିରେ ମିଶାଇ ଏହି ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାପରେ ସେହି ପାଣିକୁ ଛାଣି ଥଣ୍ଡା କରିଦିଅନ୍ତୁ । ଥଣ୍ଡା ହେବା ପରେ ଗୋଟିଏ ଗୋଟିଏ ଚାମଚ କରି ଦିନରେ ୨ ରୁ ୩ ଥର ସେବନ କରନ୍ତୁ । ଏପରି କରିବା ଦ୍ୱାରା ଅପଚ ଏବଂ ପେଟ ଜନିତ ସମସ୍ୟା ଦୂର ହୋଇଥାଏ ।
-ଯେଉଁ ଲୋକମାନେ ଅତ୍ୟଧିକ ଚିନ୍ତା କିମ୍ବା ଡିପ୍ରେସନ ଦେଇ ଗତି କରୁଛନ୍ତି, ସେମାନଙ୍କ ପାଇଁ ପାନମଧୁରୀ ପାଣି ଅତ୍ୟନ୍ତ ଲାଭକାରୀ ହୋଇଥାଏ । ଏହି ପାଣି ପିଇବା ଦ୍ୱାରା ମସ୍ତିଷ୍କ ଶାନ୍ତ ଏବଂ ସଠିକ ରୂପେ କାମ କରିଥାଏ । ଏଥିସହ ଚିନ୍ତା କମ ହେବାରେ ମଧ୍ୟ ସାହାଯ୍ୟ ମିଳିଥାଏ ।
-ପାନମଧୁରୀରେ ଭିଟାମିନ, କ୍ୟାଲସିୟମ ଏବଂ ଫାଇବର ପ୍ରଚୁର ମାତ୍ରାରେ ରହିଥାଏ । ଯାହା ଫଳରେ ଏହି ପାଣି ପିଇବା ଦ୍ୱାରା ପେଟ ଅଧିକ ସମୟ ପର୍ଯ୍ୟନ୍ତ ପୁରିଲା ଭଳି ରହିଥାଏ । ଏହିକାରଣରୁ ମୋଟାପଣର ଭୟ କମ ହୋଇଥାଏ ।
-ପ୍ରତ୍ୟେକ ଦିନ ୧ଚାମଚ ପାନମଧୁରୀରେ ୧/୨ଚାମଚ ମିଶ୍ରି ମିଶାଇ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢିଥାଏ । ଏହାବ୍ୟତୀତ ଆପଣ ପାନମଧୁରୀ ଏବଂ ମିଶ୍ରି ଗୁଣ୍ଡ କରି ପ୍ରତ୍ୟେକ ଦିନ ରାତିରେ କ୍ଷୀରରେ ମିଶାଇ ସେବନ କରିପାରିବେ । ଏହାଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢିବା ସହ ଆଖି ଜନିତ ସମସ୍ୟା ଦୂର ହୋଇଥାଏ ।
-ଖାଇସାରିବା ପରେ ପ୍ରତ୍ୟେକ ଦିନ ୧ ଚାମଚ ପାନମଧୁରୀ ଖାଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ । ଏହାଦ୍ୱାରା ପେଟ ସହ ଜଡିତ ରୋଗ ମଧ୍ୟ କମ ହୋଇଥାଏ । ବିଶେଷରୂପେ ଯେଉଁ ଲୋକମାନଙ୍କର କବଚ ସମସ୍ୟା ରହିଥାଏ ସେହି ବ୍ୟକ୍ତିମାନେ ନିଶ୍ଚୟ ଏହାକୁ ସେବନ କରିବା ଉଚିତ ।
-ଏଥିସହ ଯେଉଁ ମହିଳାମାନଙ୍କର ମାଂସିକ ଧର୍ମ ସଠିକ ଭାବେ ହୋଇନଥାଏ, ସେହି ମହିଳାମାନେ ମାସିକ ଧର୍ମ ସମୟରେ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ହାଲୁକା ଉଷୁମ ପାଣିରେ ୧ ଚାମଚ ପାନମଧୁରୀ ମିକ୍ସି କରି ପିଇବା ଉଚିତ । ଏଥିରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଦ୍ୱାରା ମହିଳାମାନଙ୍କ ମ।।ସିକ ଧର୍ମ ସଠିକ ସମୟରେ ହେବା ସହ ଏହି ସମୟରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ ।
-ପ୍ରତ୍ୟେକ ଦିନ ପାନମଧୁରୀ ପାଣି ପିଇବା ଦ୍ୱାରା ମଧ୍ୟ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ । ଏହିଭଳି ହୃଦୟ ସମ୍ବନ୍ଧିତ ରୋଗ ହେବାର ଭୟ ମଧ୍ୟ କମ ହୋଇଥାଏ ।