ଦେଶ ବିଦେଶ

ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ, ନ୍ୟାଯ୍ୟ ଦାବି ଉଠାଇବ ଓଡ଼ିଶା

ଭୁବନେଶ୍ୱର – ଆଜି କୋଲକାତାରେ ବସୁଛି ପୂର୍ବାଞ୍ଚଳ ଜୋନାଲ ପରିଷଦର ୨୫ତମ ବୈଠକ। କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ଓଡ଼ିଶା ନିଜର ନ୍ୟାଯ୍ୟ ଦାବି ଦୋହରାଇବ। କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ଫୋକସ ରାଜ୍ୟର ମାନ୍ୟତା ଦେବାକୁ ବିଭିନ୍ନ ସମୟରେ ଶାସକ ବିଜେଡି ଓ ଓଡ଼ିଶା ସରକାର ଦାବି କରି ଆସିଛନ୍ତି। ଏହାବ୍ୟତୀତ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ବକେୟା ସବ୍‍ସିଡି ପ୍ରଦାନ ଏବଂ କୋଇଲା ରାଜଭାଗ ବୃଦ୍ଧି ସହ ଓଡ଼ିଶାର ୧୬୦ ସମ୍ପ୍ରଦାୟକୁ ଜନଜାତି ତାଲିକାରେ ସାମିଲ ଏବଂ ହୋ, ଭୂମିଜ ଏବଂ ମୁଣ୍ଡାରୀ ପରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ପରି ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରାଯିବ।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଉନାହାନ୍ତି । ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ବୈଠକରେ ଯୋଗ ଦେବେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ସଚିବ ଦେଓ ରଂଜନ କୁମାର ସିଂ ଓ ପୋଲିସ ଡିଜି ସୁନୀଲ କୁମାର ବଂଶଲ ମଧ୍ୟ ବୈଠକରେ ଯୋଗ ଦେବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button