ଅନ୍ତିମ ଯାତ୍ରା ପୂର୍ବରୁ ଲଦାଖରେ ସହିଦ ହୋଇଥିବା ଯବାନଙ୍କ ଇଚ୍ଛା ପୂରଣ କଲେ ଗ୍ରାମବାସୀ – Utkal Mail
ନୂଆଦିଲ୍ଲୀ: ହିମାଞ୍ଚଳ ପ୍ରଦେଶର ଶିମଲାରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନ ପାଇଁ ଗ୍ରାମବାସୀ ଏମିତି କାମ କରିଛନ୍ତି ଯାହାକି ଚର୍ଚ୍ଚାରେ ରହିଛି। ଏହି ସହିଦ ଯବାନଙ୍କ ନାମ ବିଜୟ କୁମାର ରହିଛି।
ପ୍ରକାଶିତ ରିପୋର୍ଟ ମୁତାବକ, ସହିଦଙ୍କ ଅନ୍ତିମ ଯାତ୍ରା ପାଇଁ ଗ୍ରାମର ଶଶ୍ମାନଘାଟ ପର୍ଯ୍ୟନ୍ତ ଗ୍ରାମବାସୀ ୫୦୦ମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରିବା ସହିତ ନିଜର ଜମି ଦାନ କରି ଦେଇଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସହିଦଙ୍କ ଅନ୍ତିମ ଯାତ୍ରା ପୂର୍ବରୁ ୨୪ଘଣ୍ଟା ଭିତରେ ଗ୍ରାମବାସୀମାନେ ଏକାଠି ହୋଇ ଏହି ରାସ୍ତକୁ ନିର୍ମାଣ କରିଥିଲେ।
ଆଉ ଏହି ରାସ୍ତାର ନାମ ସହିଦଙ୍କ ନାମରେ ନାମିତ କରିଥିଲେ ଗ୍ରାମବାସୀ। କାରଣ ସହିଦ ବିଜୟ କୁମାରଙ୍କ ଅନେକ ଦିନର ଇଚ୍ଛା ଥିଲା କି ଶଶ୍ମାନ ଘାଟ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ ହେଉ। କାହିଁକି ନା ଲୋକଙ୍କୁ ଶବଯାତ୍ରା ସମୟରେ ଯେପରି କୌଣସି ପ୍ରକାର ଅସୁବିଧା ନହେଉ।
ସୂଚନାଯୋଗ୍ୟ, ତିନିଦିନ ପୂର୍ବରୁ ଲଦାଖରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୯ଜଣ ଯବାନ ସହିଦ ହୋଇଥିଲେ। ଏହି ସହିଦଙ୍କ ମଧ୍ୟରେ ସିମଲା ଗ୍ରାମର ବିଜୟ କୁମାର ବି ସାମିଲ ଅଛନ୍ତି। ବିଜୟ ୧୭ବର୍ଷ ହେବ ସେନାରେ ଯୋଗ ଦେଇ ଦେଶର ସେବା କରି ଆସୁଥିଲେ। ବିଜୟ କୁମାର ପରିବାରରେ ବୃଦ୍ଧ ବାପା ବାବୁରାମ, ମା’ କୌଶଲ୍ୟା, ସ୍ତ୍ରୀ ନିଲମ ଓ ଦୁଇପିଲାଙ୍କୁ ଏକାକରି ଦେଶ ପାଇଁ ସହିଦ ହୋଇଯାଇଛନ୍ତି। ବିଜୟଙ୍କୁ ହରାଇ ପୂରା ଗାଁ କାନ୍ଦୁଛି।